ଟ୍ରକ ଧକ୍କାରେ ଆଶାକର୍ମୀ ମୃତ
ଅନୁଗୁଳ : ଟ୍ରକ ଧକ୍କାରେ ଆଶାକର୍ମୀ ମୃତ I ଆଜି ସକାଳୁ ସକାଳୁ ୫୫ ନମ୍ବର ଜାତୀୟ ରାଜପଥ ଅନୁଗୁଳ ଥାନା ଛକରେ ଘଟିଛି ଏଇଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା I ମୃତକ ହେଲେ ମାଧପୁର ସି.ଏଚ.ସିର ଆଶାକର୍ମୀ କୁମାରୀ ସାହୁ I ସୂଚନାନୁସାରେ,ଆଜି ସକାଳେ କୁମାରୀ ଜଣେ ଗର୍ଭବତୀଙ୍କୁ ନେଇ ଅନୁଗୁଳ ମେଡିକାଲ ରେ ଭର୍ତ୍ତିକରି ମାଧପୁର ଫେରିବା ପାଇଁ ନିଜ ସ୍କୁଟିରେ ଯାଉଥିବା ବେଳେ ଥାନା ଛକ ନିକଟରେ ତାଙ୍କୁ ଏକ ଟ୍ରକ ଧକ୍କା […]

ଅନୁଗୁଳ : ଟ୍ରକ ଧକ୍କାରେ ଆଶାକର୍ମୀ ମୃତ I ଆଜି ସକାଳୁ ସକାଳୁ ୫୫ ନମ୍ବର ଜାତୀୟ ରାଜପଥ ଅନୁଗୁଳ ଥାନା ଛକରେ ଘଟିଛି ଏଇଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା I ମୃତକ ହେଲେ ମାଧପୁର ସି.ଏଚ.ସିର ଆଶାକର୍ମୀ କୁମାରୀ ସାହୁ I
ସୂଚନାନୁସାରେ,ଆଜି ସକାଳେ କୁମାରୀ ଜଣେ ଗର୍ଭବତୀଙ୍କୁ ନେଇ ଅନୁଗୁଳ ମେଡିକାଲ ରେ ଭର୍ତ୍ତିକରି ମାଧପୁର ଫେରିବା ପାଇଁ ନିଜ ସ୍କୁଟିରେ ଯାଉଥିବା ବେଳେ ଥାନା ଛକ ନିକଟରେ ତାଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଥାନା ଛକରେ ଟ୍ରାଫିକ ପୋଲିସ ଉପସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଥିବାରୁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା I ଘଟଣାସ୍ଥଳରେ ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି I