ହୃଦଘାତ ପାଇଁ କରୋନା ଟିକା ଦାୟୀ ନୁହେଁ : ସ୍ବାସ୍ଥ୍ୟ ମନ୍ତ୍ରୀ
ନୂଆଦିଲ୍ଲୀ : ହୃଦଘାତ ପାଇଁ କରୋନା ଟିକା ଦାୟୀ ନୁହେଁ। ଆଇସିଏମଆରର ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, ଆଜିକାଲି ଯାହାର ହୃଦଘାତ ହେଉଛି ସେମାନେ ଭାବୁଛନ୍ତି ଯେ କରୋନା ଟିକା ପାଇଁ ଏହା ହେଲା। କିନ୍ତୁ ଆଇସିଏମଆର କରିଥିବା ଏକ ବିସ୍ତୃତ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ହୃଦଘାତ ପାଇଁ କରୋନା ଟିକା ଦାୟୀ ନୁହେଁ। ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଜଣଙ୍କର ଜୀବନଶୈଳୀ, ମଦ୍ୟପାନ ଏବଂ ଧୂମ୍ରପାନ […]

ନୂଆଦିଲ୍ଲୀ : ହୃଦଘାତ ପାଇଁ କରୋନା ଟିକା ଦାୟୀ ନୁହେଁ। ଆଇସିଏମଆରର ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, ଆଜିକାଲି ଯାହାର ହୃଦଘାତ ହେଉଛି ସେମାନେ ଭାବୁଛନ୍ତି ଯେ କରୋନା ଟିକା ପାଇଁ ଏହା ହେଲା। କିନ୍ତୁ ଆଇସିଏମଆର କରିଥିବା ଏକ ବିସ୍ତୃତ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ହୃଦଘାତ ପାଇଁ କରୋନା ଟିକା ଦାୟୀ ନୁହେଁ। ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଜଣଙ୍କର ଜୀବନଶୈଳୀ, ମଦ୍ୟପାନ ଏବଂ ଧୂମ୍ରପାନ ସମେତ ଅନେକ ଗୁଡ଼ିଏ କାରଣ ପାଇଁ ହୃଦଘାତ ହେଉଛି। କିନ୍ତୁ ବେଳେବେଳେ ଭୁଲ୍ ଖବର ପ୍ରସାର କରାଯାଉଛି। କରୋନା ଟିକା ପାଇଁ ଅଧିକାଂଶ ଯୁବକଙ୍କାର ଅଚାନକ ମୃତ୍ୟୁ ହେଉଛି ବୋଲି ଭୟ ସୃଷ୍ଟି ହୋଇଛି । କିନ୍ତୁ ଆଇସିଏମଆର ଅଧ୍ୟୟନ ପରେ ଏନେଇ ଚିନ୍ତା ହଟିଛି। ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନା ପରେ ହସ୍ପିଟାଲରେ ଭର୍ତ୍ତି ହେବା, ଆକସ୍ମିକ ମୃତ୍ୟୁ ଏବଂ କିଛି ଜୀବନଶୈଳୀ ମଧ୍ୟ ହୃଦଘାତର କାରଣ।