ପହଲଗାମ ଆକ୍ରମଣକୁ ଜାମ୍ମୁ-କାଶ୍ମୀର ବିଧାନସଭାର ନିନ୍ଦା, ମୃତକଙ୍କ ପାଇଁ କରାଗଲା ନୀରବ ପ୍ରାର୍ଥନା
ଜମ୍ମୁ କଶ୍ମୀରର ସ୍ବତନ୍ତ୍ର ଅଧିବେଶନରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା। ଆକ୍ରମଣ ପରେ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ସ୍ପେଶାଲ ସେସନରେଏପ୍ରିଲ ୨୨ ଆକ୍ରମଣ ପାଇଁ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ। ଏହା ସହ କେନ୍ଦ୍ରର ସୁରକ୍ଷା ସଂପର୍କିତ କ୍ୟାବିନେଟ କମିଟିର ନିଷ୍ପତ୍ତି ପରେ ଗ୍ରହଣ କରାଯାଇଥିବା କୁଟନୈତିକ ପଦକ୍ଷେପକୁ ସ୍ବାଗତ କରାଯାଇଛି। ଆଗତ ନିନ୍ଦା ପ୍ରସ୍ତାବରେ କଶ୍ମୀରିୟତ ମୂଲ୍ୟବୋଧ ଉପରେ ଏହି ଆକ୍ରମଣ ହୋଇଥିବା କୁହାଯାଇଛି। ଏହା ସହ ସମ୍ବିଧାନ, ଏକତା, ଶାନ୍ତି […] The post ପହଲଗାମ ଆକ୍ରମଣକୁ ଜାମ୍ମୁ-କାଶ୍ମୀର ବିଧାନସଭାର ନିନ୍ଦା, ମୃତକଙ୍କ ପାଇଁ କରାଗଲା ନୀରବ ପ୍ରାର୍ଥନା appeared first on KNews Odisha.

ଜମ୍ମୁ କଶ୍ମୀରର ସ୍ବତନ୍ତ୍ର ଅଧିବେଶନରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା। ଆକ୍ରମଣ ପରେ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ସ୍ପେଶାଲ ସେସନରେଏପ୍ରିଲ ୨୨ ଆକ୍ରମଣ ପାଇଁ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ। ଏହା ସହ କେନ୍ଦ୍ରର ସୁରକ୍ଷା ସଂପର୍କିତ କ୍ୟାବିନେଟ କମିଟିର ନିଷ୍ପତ୍ତି ପରେ ଗ୍ରହଣ କରାଯାଇଥିବା କୁଟନୈତିକ ପଦକ୍ଷେପକୁ ସ୍ବାଗତ କରାଯାଇଛି। ଆଗତ ନିନ୍ଦା ପ୍ରସ୍ତାବରେ କଶ୍ମୀରିୟତ ମୂଲ୍ୟବୋଧ ଉପରେ ଏହି ଆକ୍ରମଣ ହୋଇଥିବା କୁହାଯାଇଛି। ଏହା ସହ ସମ୍ବିଧାନ, ଏକତା, ଶାନ୍ତି ଓ ସୌହାର୍ଦ୍ୟ ଉପରେ ଆକ୍ରମଣ ବୋଲି କୁହାଯାଇଛି। ଜମ୍ମୁ କଶ୍ମୀର ସରକାର ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ବିଧାନସଭା ଆରମ୍ଭରେ ବୈସରନ ଆତଙ୍କବାଦୀ ଆକ୍ରମଣରେ ପ୍ରାଣହରାଇଥିବା ମୃତକଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ସୂଚନାନୁଯାୟୀ ବିଧାନସଭାର ସଦସ୍ୟମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟାକୁ ସମର୍ଥନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ଆତଙ୍କବାଦୀ ବିରୋଧରେ ଏକତା ବଦ୍ଧ ହୋଇ ଲଢ଼େଇ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅଧିବେଶନରେ ସାମୂହିକ ଦୁଃଖ, ନୀରବତା ରକ୍ଷା କରାଯାଇଥିଲା । ପରେ ରାଜନୈତିକ ସୀମାରେ ଏକତାର ଗୁରୁତ୍ୱ ଉପରେ ଅଧିବେଶନରେ ଆଲୋକପାତ କରାଯାଇଥିଲା ।
ଅନ୍ୟପଟେ ଜମ୍ମୁ ଏବଂ କାଶ୍ମୀର ବିଧାନସଭାର କାର୍ଯ୍ୟ ମାଧ୍ୟମରେ କେବଳ ନ୍ୟାୟ ନୁହେଁ ବରଂ ଶାନ୍ତି, ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଦୃଢ ଶପଥ ନେଇଥିଲେ । ଶେଷରେ ବିଧାନସଭାରେ ପୀଡିତ ପରିବାର ପ୍ରତି ସମବେଦନା ଜଣାଇବା ସହ ପର୍ଯ୍ୟଟକଙ୍କୁ ଉପଯୁକ୍ତ ସୁରକ୍ଷା ଦେବା ପାଇଁ ଚେଷ୍ଟା କରି ପ୍ରାଣ ହରାଇଥିବା ପୋନି ରାଇଡ୍ ଅପରେଟର ସୟଦ ଆଦିଲ ହୁସେନ ଶାହଙ୍କ ସାହସିକତାକୁ ପ୍ରଶଂସା କରିଥିଲେ ।
Also Read : ଛାଡ଼ିଲା ପାଣି ଭାସିଲା ପାକିସ୍ତାନ : ପହଲଗାମ ଆକ୍ରମଣର ବଦଲା ନେଲା କି ଭାରତ ?
The post ପହଲଗାମ ଆକ୍ରମଣକୁ ଜାମ୍ମୁ-କାଶ୍ମୀର ବିଧାନସଭାର ନିନ୍ଦା, ମୃତକଙ୍କ ପାଇଁ କରାଗଲା ନୀରବ ପ୍ରାର୍ଥନା appeared first on KNews Odisha.