ଓଡିଶା ନା ଆନ୍ଧ୍ର, କେଉଁ ରାଜ୍ୟର ହୋଇ ଭୋଟ୍ ଦେବେ କୋଟିଆବାସୀ ?

ପଟ୍ଟାଙ୍ଗି  ୨୯।୩: କୋଟିଆକୁ ନେଇ ଓଡ଼ିଶା ଆନ୍ଧ୍ର ପ୍ରଦେଶ ମଧ୍ୟରେ ବିବାଦ ସୁପ୍ରିମକୋର୍ଟରେ ରହିଛି । ସୁପ୍ରିମକୋର୍ଟ ଉଭୟଙ୍କୁ ସ୍ଥିତାବସ୍ଥା ବଜାୟ ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଓଡିଶା ସରକାର କୋଟିଆର ଉନ୍ନତି ନିମନ୍ତେ ୧୫୦ କୋଟି ଠାରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଛନ୍ତି । ଉକ୍ତ ଅନୁଦାନ ଖର୍ଚ୍ଚ କରି ସ୍ଵାସ୍ଥ୍ୟ, ଶିକ୍ଷା, ଗମନା ଗମନ ଆଦିର ଉନ୍ନତି କରିଛନ୍ତି । ଆସନ୍ତା ମେ’ ମାସ ୧୩ ରିଖ ଦିନ ଓଡିଶା ଲୋକସଭା ଏବଂ ବିଧାନସଭା ନିମନ୍ତେ ନିର୍ବାଚନ ହେବାକୁ ଯାଉଛି । ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତର ସମୁଦାୟ ୫୫୦୨ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ମୋଟ୍ ଭୋଟରଙ୍କ ମଧ୍ୟରୁ ପୁରୁଷଙ୍କ ଠାରୁ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ପୁରୁଷ ଭୋଟରଙ୍କ ସଂଖ୍ୟା ୨୫୮୯ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨୯୧୩ ରହିଥିବା ଜଣାପଡିଛି । କୋଟିଆ ପଞ୍ଚାୟତରେ କୋଟିଆ, ତଳକାଣ୍ଟି, ଫଗୁଣସେନେରୀ, ମାଡକାର, ଗଞ୍ଜେଇପଦର, ଗୁମେଲପଦର, ଥୁରିଆ,ଟାଉପଦର ଓ ରଣାସିଂ ଏହିପରି ୯ ଗୋଟି ମତଦାନ କେନ୍ଦ୍ର କରିବ ଓଡ଼ିଶା ପ୍ରଶାସନ। କୋରାପୁଟ ଜିଲ୍ଲାପାଳ ଗତ ୧୯ ରିଖ ଦିନ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାଷନ୍ ଉକ୍ତ ଅଞ୍ଚଳରେ ପହଞ୍ଚି ଭୋଟରଙ୍କୁ ନିର୍ବାଚନ ନିମନ୍ତେ ସଚେତନ କରିଥିଲେ । ଉକ୍ତ ଅଞ୍ଚଳରେ ନିର୍ବାଚନ କିଭଳି ହେବ ସେଥିନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିବା

ଓଡିଶା ନା ଆନ୍ଧ୍ର, କେଉଁ ରାଜ୍ୟର ହୋଇ ଭୋଟ୍ ଦେବେ କୋଟିଆବାସୀ ?

ପଟ୍ଟାଙ୍ଗି  ୨୯।୩: କୋଟିଆକୁ ନେଇ ଓଡ଼ିଶା ଆନ୍ଧ୍ର ପ୍ରଦେଶ ମଧ୍ୟରେ ବିବାଦ ସୁପ୍ରିମକୋର୍ଟରେ ରହିଛି । ସୁପ୍ରିମକୋର୍ଟ ଉଭୟଙ୍କୁ ସ୍ଥିତାବସ୍ଥା ବଜାୟ ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଓଡିଶା ସରକାର କୋଟିଆର ଉନ୍ନତି ନିମନ୍ତେ ୧୫୦ କୋଟି ଠାରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଛନ୍ତି । ଉକ୍ତ ଅନୁଦାନ ଖର୍ଚ୍ଚ କରି ସ୍ଵାସ୍ଥ୍ୟ, ଶିକ୍ଷା, ଗମନା ଗମନ ଆଦିର ଉନ୍ନତି କରିଛନ୍ତି । ଆସନ୍ତା ମେ’ ମାସ ୧୩ ରିଖ ଦିନ ଓଡିଶା ଲୋକସଭା ଏବଂ ବିଧାନସଭା ନିମନ୍ତେ ନିର୍ବାଚନ ହେବାକୁ ଯାଉଛି । ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତର ସମୁଦାୟ ୫୫୦୨ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ମୋଟ୍ ଭୋଟରଙ୍କ ମଧ୍ୟରୁ ପୁରୁଷଙ୍କ ଠାରୁ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ପୁରୁଷ ଭୋଟରଙ୍କ ସଂଖ୍ୟା ୨୫୮୯ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨୯୧୩ ରହିଥିବା ଜଣାପଡିଛି । କୋଟିଆ ପଞ୍ଚାୟତରେ କୋଟିଆ, ତଳକାଣ୍ଟି, ଫଗୁଣସେନେରୀ, ମାଡକାର, ଗଞ୍ଜେଇପଦର, ଗୁମେଲପଦର, ଥୁରିଆ,ଟାଉପଦର ଓ ରଣାସିଂ ଏହିପରି ୯ ଗୋଟି ମତଦାନ କେନ୍ଦ୍ର କରିବ ଓଡ଼ିଶା ପ୍ରଶାସନ। କୋରାପୁଟ ଜିଲ୍ଲାପାଳ ଗତ ୧୯ ରିଖ ଦିନ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାଷନ୍ ଉକ୍ତ ଅଞ୍ଚଳରେ ପହଞ୍ଚି ଭୋଟରଙ୍କୁ ନିର୍ବାଚନ ନିମନ୍ତେ ସଚେତନ କରିଥିଲେ । ଉକ୍ତ ଅଞ୍ଚଳରେ ନିର୍ବାଚନ କିଭଳି ହେବ ସେଥିନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିବା ନେଇ କହିଥିଲେ । କିନ୍ତୁ ଓଡିଶାର କୌଣସି ଦଳ ଉକ୍ତ ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଧାନସଭା ପ୍ରାର୍ଥୀଙ୍କୁ ବର୍ତ୍ତମାନ ସୁଦ୍ଧା ଚୟନ କରିନାହାନ୍ତି ।

ଅପରପକ୍ଷରେ ଆନ୍ଧ୍ର ପ୍ରଶାସନ ମଧ୍ୟ କୋଟିଆ ନିର୍ବାଚନ ନିମନ୍ତେ ପ୍ରସ୍ତୁତ ରହିଥିବା ନେଇ ଜଣାପଡ଼ିଛି । ଆନ୍ଧ୍ର ବିବାଦୀୟ କୋଟିଆ ପଞ୍ଚାୟତକୁ ୫ଟି ପଞ୍ଚାୟତ ତଥା ପାଟୁସିନେରୁ, ପଗୁଲାସିନେରୁ, ଗଞ୍ଜାଇଭାଦରା, ସାରିକି ଓ କୁରୁକୁଟି ପଞ୍ଚାୟତ  ଭାବେ ବିଭାଜନ କରିଛି । ଉକ୍ତ ପଞ୍ଚାୟତ ଗୁଡ଼ିକରେ ବିବାଦୀୟ ୨୧ ଖଣ୍ଡ ଗ୍ରାମ ଗୁଡ଼ିକୁ ରଖିଛି । ଆନ୍ଧ୍ର ଗ୍ରାମ ଗୁଡ଼ିକର ନା ମଧ୍ୟ ପରିବର୍ତ୍ତନ କରିଛି । ଉକ୍ତ ପଞ୍ଚାୟତ ଗୁଡ଼ିକରେ ମୋଟ୍ ୨୫୫୪ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ପୁରୁଷ ଭୋଟରଙ୍କ ସଂଖ୍ୟା ୧୧୯୮ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧୩୫୬ ରହିଥିବା ଜଣାପଡିଛି । ଆନ୍ଧ୍ର ଉକ୍ତ ଭୋଟରଙ୍କ ନିମନ୍ତେ ତିନୋଟି ତଥା ସୀମାନ୍ତ ସିକାପାରୁ, ନେରେଡ଼ିୱାଲାସା ଏବଂ କୁରୁକୁଟି ମତଦାନ କେନ୍ଦ୍ରରେ ଭୋଟ ଦାନ ଗ୍ରହଣ କରିବ। ବିଗତ ନିର୍ବାଚନ ଗୁଡ଼ିକରେ ଆନ୍ଧ୍ର ଭୋଟ ଦେବା ନିମନ୍ତେ ପ୍ରତ୍ୟେକ ଗ୍ରାମକୁ ଗାଡ଼ି ପଠାଇ ଲୋକଙ୍କୁ ଭୋଟ୍ କେନ୍ଦ୍ରକୁ ନେଇଥିଲା । ଭୋଜି ଭାତର ମଧ୍ୟ ଆୟୋଜନ କରୁଥିଲା । 

ଚଳିତ ନିର୍ବାଚନରେ ମଧ୍ୟ ପୁନର୍ବାର ଉକ୍ତ ରଣନୀତି କରିବାକୁ ଯାଉଥିବା ନେଇ ସୂଚନା ମିଳିଛି । ଗତ ମଙ୍ଗଳବାର ଆନ୍ଧ୍ର ପ୍ରଦେଶ ମାନ୍ୟମ ଜିଲ୍ଲାର ଜିଲ୍ଲାପାଳ ନିଶାନ୍ତ କୁମାର ସାମ୍ବାଦିକ ସମ୍ମିଳନୀରେ ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଶାସନ ପୋଲିଂ ବୁଥ ଗୁଡ଼ିକ କରିବେ। ସେଠାକାର ଜନତା ନିଜ ଇଛା ମୁତାବକ ନିଜର ଭୋଟ ଯେଉଁଠି ଦେବାର ଅଛି ସେଠି ଦେବେ। ଉଭୟ ପ୍ରଶାସନ ପକ୍ଷରୁ ଉକ୍ତ କାର୍ଯ୍ୟ କଳାପରେ ଅଟକାଇ ପାରିବେନି ବୋଲି କହିଥିବା ଦେଖିବାକୁ ମିଳିଥିଲା । ଅପର ପକ୍ଷରେ ଆନ୍ଧ୍ର ୱାଇ ଏସ୍ ଆର୍ ଦଳ ନିଜର ପୂର୍ବତନ ପ୍ରାର୍ଥୀ ବିଡ଼ିକା ରାଜନ ଦୋରାଙ୍କୁ ଏବଂ ବିଜେପି, ଟିଡିପି ଏବଂ ଜନସେନା ଦଳ ମିଳିତ ଭାବେ ଗୋଟିଏ ମହିଳା ପ୍ରାର୍ଥୀନି ଗୁମିଡି ସନ୍ଧାରାଣିଙ୍କୁ କରିଥିବା ନେଇ ସୂଚନା ମିଳିଛି ।

You Can Read :

ହାତୀ ଘଉଡାଇବାକୁ ଯାଇଥିଲେ ବନ କର୍ମଚାରୀ, ହାତରେ ଫୁଟିଲା ବୋମା