ଅସ୍ତ୍ରବିରତି ପରେ ଚେନାବ ନଦୀର ଡ୍ୟାମ ଖୋଲିଦେଲା ଭାରତ, ପାକିସ୍ତାନରେ ବନ୍ୟା!

ଇସଲାମବାଦ,୧୧।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହି ଆକ୍ରମଣ ପରେ, ଭାରତ ପ୍ରତିଶୋଧ ନେଇ ପାକିସ୍ତାନ ବିରୋଧରେ ଅନେକ କଠୋର ନିଷ୍ପତ୍ତି ନେଇଥିଲା। ଏଥିରେ ସବୁଠାରୁ କଠିନ ନିଷ୍ପତ୍ତି ଥିଲା ପାଣି ଏବଂ ପାକିସ୍ତାନୀମାନଙ୍କୁ ଦେଶ ଛାଡିବା ସମ୍ପର୍କରେ। ଅପରେଶନ ସିନ୍ଦୂର ପରେ ଏହି ଉତ୍ତେଜନା ଆହୁରି ବୃଦ୍ଧି ପାଇଲା। ତଥାପି, ମେ ୧୦ ସଂଧ୍ୟା ୫ଟାରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଏହି […] The post ଅସ୍ତ୍ରବିରତି ପରେ ଚେନାବ ନଦୀର ଡ୍ୟାମ ଖୋଲିଦେଲା ଭାରତ, ପାକିସ୍ତାନରେ ବନ୍ୟା! appeared first on Dharitri Odia News.

ଅସ୍ତ୍ରବିରତି ପରେ ଚେନାବ ନଦୀର ଡ୍ୟାମ ଖୋଲିଦେଲା ଭାରତ, ପାକିସ୍ତାନରେ ବନ୍ୟା!

ଇସଲାମବାଦ,୧୧।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହି ଆକ୍ରମଣ ପରେ, ଭାରତ ପ୍ରତିଶୋଧ ନେଇ ପାକିସ୍ତାନ ବିରୋଧରେ ଅନେକ କଠୋର ନିଷ୍ପତ୍ତି ନେଇଥିଲା। ଏଥିରେ ସବୁଠାରୁ କଠିନ ନିଷ୍ପତ୍ତି ଥିଲା ପାଣି ଏବଂ ପାକିସ୍ତାନୀମାନଙ୍କୁ ଦେଶ ଛାଡିବା ସମ୍ପର୍କରେ। ଅପରେଶନ ସିନ୍ଦୂର ପରେ ଏହି ଉତ୍ତେଜନା ଆହୁରି ବୃଦ୍ଧି ପାଇଲା। ତଥାପି, ମେ ୧୦ ସଂଧ୍ୟା ୫ଟାରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଏହି ସମୟରେ, ଆଜି ଅର୍ଥାତ ମେ ୧୧ରେ, ଚେନାବ ନଦୀ ଉପରେ ନିର୍ମିତ ବନ୍ଧରୁ ମଧ୍ୟ ପାଣି ଛଡ଼ାଯାଇଛି।

ପହଲଗାମ ଆକ୍ରମଣ ପରେ, ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା। ସେ ଚେନାବ ନଦୀ ଉପରେ ର୍ନିମିତ ଦୁଇଟି ବନ୍ଧ ମାଧ୍ୟମରେ ପାଣିକୁ ବନ୍ଦ କରିଦେଇଥିଲେ। ଏହି କାରଣରୁ ପାକିସ୍ତାନରେ ଚେନାବ ନଦୀର ଜଳସ୍ତର ହ୍ରାସ ପାଇଲା ଏବଂ ଏହା ଶୁଖିବାକୁ ଲାଗିଲା। ଭାରତ ପାଣି ଯୋଗାଣ ବନ୍ଦ କରିବା ପରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିଲା।

ଏବେ ଭାରତ ଚେନାବ ନଦୀ ଉପରେ ର୍ନିମିତ ସଲାଲ ଏବଂ ବାଗଲିହାର ଡ୍ୟାମର ଅନେକ ଗେଟ ଖୋଲି ଦେଇଛି। ଏପରି ପରିସ୍ଥିତିରେ ପାକିସ୍ତାନରେ ଏବେ ବନ୍ୟା ସମ୍ଭାବନା ପ୍ରକାଶ ପାଉଛି। ଭାରତ ପାର୍ଶ୍ୱରୁ ଗେଟ ଖୋଲିବା ପରେ, ଶୁଖିଲା ଅଞ୍ଚଳର ସବୁଠି ପାଣି ଦେଖାଯାଉଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଥିଲେ ମଧ୍ୟ, ସିନ୍ଧୁ ଜଳ ଚୁକ୍ତିନାମା ଏବେ ବି ସ୍ଥଗିତ ରହିଛି।

ଗତ ସପ୍ତାହରେ ହିଁ ଭାରତ ଚେନାବ ନଦୀର ପାଣି ବନ୍ଦ କରିଦେଇଥିଲା। ଏଥିରେ ପ୍ରଥମେ ବାଗଲିହାର ଡ୍ୟାମ ଏବଂ ତା’ପରେ ସଲାଲ ଡ୍ୟାମ ବନ୍ଦ କରି ପାଣି ବନ୍ଦ କରାଯାଇଥିଲା। ଜମ୍ମୁ କଶ୍ମୀରରେ ହୋଇଥିବା ସାମ୍ପ୍ରତିକ ବର୍ଷା ପରେ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଥିବା ବିଶ୍ୱାସ କରାଯାଉଛି। ଏହି କାରଣରୁ ଡ୍ୟାମ ଗେଟଗୁଡ଼ିକୁ ଖୋଲିବାକୁ ପଡିଲା। ତଥାପି, ଡ୍ୟାମ ଗେଟ ଖୋଲିବା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

The post ଅସ୍ତ୍ରବିରତି ପରେ ଚେନାବ ନଦୀର ଡ୍ୟାମ ଖୋଲିଦେଲା ଭାରତ, ପାକିସ୍ତାନରେ ବନ୍ୟା! appeared first on Dharitri Odia News.