୫ ଦିନରେ ଭୁଶୁଡ଼ିଲାଣି ୩ ବ୍ରିଜ୍: ତଦନ୍ତ ନିର୍ଦ୍ଦେଶ
ମୋତିହାରି,୨୩ା୬: ବିହାରର ପୂର୍ବ ଚମ୍ପାରନ୍ ଜିଲାରେ ଏକ ନିର୍ମାଣାଧୀନ ବ୍ରିଜ୍ ରବିବାର ଭୁଶୁଡ଼ି ପଡ଼ିଛି। ଏହାକୁ ମିଶାଇ ୫ ଦିନ ମଧ୍ୟରେ ବିହାରରେ ୩ଟି ସେତୁ ଭୁଶୁଡ଼ିଲାଣି। ଘୋରାସାାନ ବ୍ଲକ୍ର ଏକ କେନାଲ ଉପରେ ୧.୫ କୋଟି ଟଙ୍କା ବ୍ୟୟରେ ୧୬ ମିଟର ଲମ୍ବ ସେତୁ ନିର୍ମାଣ ହୋଇଥିଲା। ଏହି ନିର୍ମାଣାଧୀନ ବ୍ରିଜ୍ ଭୁଶୁଡ଼ିଥିବା ବେଳେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। ଭୁଶୁଡ଼ିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା ପୂର୍ତ୍ତ ବିଭାଗ ଅତିରିକ୍ତ […] The post ୫ ଦିନରେ ଭୁଶୁଡ଼ିଲାଣି ୩ ବ୍ରିଜ୍: ତଦନ୍ତ ନିର୍ଦ୍ଦେଶ appeared first on Dharitri Odia News.
ମୋତିହାରି,୨୩ା୬: ବିହାରର ପୂର୍ବ ଚମ୍ପାରନ୍ ଜିଲାରେ ଏକ ନିର୍ମାଣାଧୀନ ବ୍ରିଜ୍ ରବିବାର ଭୁଶୁଡ଼ି ପଡ଼ିଛି। ଏହାକୁ ମିଶାଇ ୫ ଦିନ ମଧ୍ୟରେ ବିହାରରେ ୩ଟି ସେତୁ ଭୁଶୁଡ଼ିଲାଣି। ଘୋରାସାାନ ବ୍ଲକ୍ର ଏକ କେନାଲ ଉପରେ ୧.୫ କୋଟି ଟଙ୍କା ବ୍ୟୟରେ ୧୬ ମିଟର ଲମ୍ବ ସେତୁ ନିର୍ମାଣ ହୋଇଥିଲା।
ଏହି ନିର୍ମାଣାଧୀନ ବ୍ରିଜ୍ ଭୁଶୁଡ଼ିଥିବା ବେଳେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। ଭୁଶୁଡ଼ିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା ପୂର୍ତ୍ତ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଦୀପକ କୁମାର ସିଂ କହିଛନ୍ତି। ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଗତ ମଙ୍ଗଳବାର ଅରାରିଆ ଜିଲରେ ଏକ ବ୍ରିଜ୍ ଉଦ୍ଘାଟନ ହେବା ପୂର୍ବରୁ ଭୁଶୁଡ଼ିଥିଲା। ଏହାର ୪ ଦିନ ପରେ ଶନିବାର ଭୋର ସମୟରେ ସିଓ୍ବାନ ଜିଲାରେ ଏକ ପୁରୁଣା ବ୍ରିଜ୍ ଭୁଶୁଡ଼ି ପଡ଼ିଥିଲା।
The post ୫ ଦିନରେ ଭୁଶୁଡ଼ିଲାଣି ୩ ବ୍ରିଜ୍: ତଦନ୍ତ ନିର୍ଦ୍ଦେଶ appeared first on Dharitri Odia News.