ବିକାଶ ମୂଳକ କାର୍ଯ୍ୟ ବନ୍ଦ ପ୍ରତିବାଦରେ ତାତିଲେ ଲୋକେ, ମାହାଙ୍ଗା ବିଡିଓଙ୍କୁ ଘେରିଲେ
ମାହାଙ୍ଗା ୨୬/୦୭: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପରିସରରେ ଅପ୍ରୀତିକର ପରିସ୍ଥିତି । ବିକାଶ ମୂଳକ କାର୍ଯ୍ୟକୁ ବନ୍ଦ କରିବା ସହ ନିର୍ମାଣଧିନ ପ୍ରକଳ୍ପର ଵିଲ ପ୍ରଦାନ ଦାବି କରି ମାହାଙ୍ଗାର ୩୭ ପଂଚାୟତର ବହୁ ସରପଞ୍ଚା ସମିତିସଭ୍ୟ ସମେତ ଜନପ୍ରତିନିଧି ବିଡ଼ିଓଙ୍କୁ ଘେରିଥିଲେ । ଏହା ସହ ତୁରନ୍ତ ବିଭିନ୍ନ ପ୍ରକଳ୍ପର ବିକାଶ କାର୍ଯ୍ୟ ଆରମ୍ଭ କରିବା ସହ ବକେୟା ଅର୍ଥ ପ୍ରଦାନ ଦାବି କରିଥିଲେ। ଗତ ନିର୍ବାଚନ ପରଠାରୁ ମାହାଙ୍ଗା ବ୍ଲକ ଅଞ୍ଚଳରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରାଯାଉନଥିବା ବେଳେ ନିର୍ମାଣଧିନ ପ୍ରକଳ୍ପ ର ବିଲ୍ କରାଯାଇ ନାହିଁ। ଏନେଇ ବିଡ଼ିଓ ସମେତ ବ୍ଲକ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବା ସହ ବାକି ପଡିଥିବା ବିଲ ତୁରନ୍ତ ପ୍ରଦାନ କରିବା ସହ ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ପ୍ରତିଶ୍ରୁତି ଦେଇ ଥିଲେ। ଯଦି ବିକାଶ ମୂଳକ କାର୍ଯ୍ୟରେ ବିଳମ୍ବ ଦେଖାଦିଏ ତାହେଲେ ଆଗାମୀ ଦିନରେ ବ୍ଲକ୍ ରେ ଆନ୍ଦୋଳନ କରାଯିବା ସହ ବ୍ଲକ୍ କାର୍ଯ୍ୟାଳୟ ରେ ତାଲା ପକାଯିବ ବୋଲି ଚେତାବନୀ ଦେଇଛନ୍ତି ବ୍ଲକ୍ ଅଧ୍ୟକ୍ଷା।
ମାହାଙ୍ଗା ୨୬/୦୭: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପରିସରରେ ଅପ୍ରୀତିକର ପରିସ୍ଥିତି । ବିକାଶ ମୂଳକ କାର୍ଯ୍ୟକୁ ବନ୍ଦ କରିବା ସହ ନିର୍ମାଣଧିନ ପ୍ରକଳ୍ପର ଵିଲ ପ୍ରଦାନ ଦାବି କରି ମାହାଙ୍ଗାର ୩୭ ପଂଚାୟତର ବହୁ ସରପଞ୍ଚା ସମିତିସଭ୍ୟ ସମେତ ଜନପ୍ରତିନିଧି ବିଡ଼ିଓଙ୍କୁ ଘେରିଥିଲେ । ଏହା ସହ ତୁରନ୍ତ ବିଭିନ୍ନ ପ୍ରକଳ୍ପର ବିକାଶ କାର୍ଯ୍ୟ ଆରମ୍ଭ କରିବା ସହ ବକେୟା ଅର୍ଥ ପ୍ରଦାନ ଦାବି କରିଥିଲେ।
ଗତ ନିର୍ବାଚନ ପରଠାରୁ ମାହାଙ୍ଗା ବ୍ଲକ ଅଞ୍ଚଳରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରାଯାଉନଥିବା ବେଳେ ନିର୍ମାଣଧିନ ପ୍ରକଳ୍ପ ର ବିଲ୍ କରାଯାଇ ନାହିଁ। ଏନେଇ ବିଡ଼ିଓ ସମେତ ବ୍ଲକ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବା ସହ ବାକି ପଡିଥିବା ବିଲ ତୁରନ୍ତ ପ୍ରଦାନ କରିବା ସହ ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ପ୍ରତିଶ୍ରୁତି ଦେଇ ଥିଲେ।
ଯଦି ବିକାଶ ମୂଳକ କାର୍ଯ୍ୟରେ ବିଳମ୍ବ ଦେଖାଦିଏ ତାହେଲେ ଆଗାମୀ ଦିନରେ ବ୍ଲକ୍ ରେ ଆନ୍ଦୋଳନ କରାଯିବା ସହ ବ୍ଲକ୍ କାର୍ଯ୍ୟାଳୟ ରେ ତାଲା ପକାଯିବ ବୋଲି ଚେତାବନୀ ଦେଇଛନ୍ତି ବ୍ଲକ୍ ଅଧ୍ୟକ୍ଷା।