୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ
କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। କଟକ ଏସିଜେଏମ୍ ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ ସୁନିତା ପଟ୍ଟନାୟକ ମାମଲାର ବିଚାର କରି କନ୍ଦରପୁର ଥାନା ଅଧୀନ ନିମେଇଶାପୁରର କୁଖ୍ୟାତ ଅପରାଧୀ ତପୁ ଓରଫ ପ୍ରଶାନ୍ତ କୁମାର ଦାସଙ୍କ ସମେତ ୩ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି। ଅଭିଯୁକ୍ତମାନେ ୧୫ […] The post ୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ appeared first on Dharitri Odia News.
କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। କଟକ ଏସିଜେଏମ୍ ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ ସୁନିତା ପଟ୍ଟନାୟକ ମାମଲାର ବିଚାର କରି କନ୍ଦରପୁର ଥାନା ଅଧୀନ ନିମେଇଶାପୁରର କୁଖ୍ୟାତ ଅପରାଧୀ ତପୁ ଓରଫ ପ୍ରଶାନ୍ତ କୁମାର ଦାସଙ୍କ ସମେତ ୩ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି। ଅଭିଯୁକ୍ତମାନେ ୧୫ ହଜାର ଟଙ୍କା ଲେଖାଏ ଜରିମାନା ପ୍ରଦାନ କରିବେ।
ଜରିମାନା ଅନାଦେୟ ଅଧିକ ୬ମାସ ଜେଲ୍ଦଣ୍ଡ ଭୋଗ କରିବେ ବୋଲି କୋର୍ଟ ଆଦେଶ ଦେଇଛନ୍ତି। ଅନ୍ୟ ଅଭିଯୁକ୍ତଦ୍ୱୟ ହେଲେ ବ୍ରହ୍ମପୁର ବଡ଼ ବଜାରର ସୁଧାକର ପାତ୍ର ଓ କଟକ ସଦର ଥାନା ଅନ୍ତର୍ଗତ ଧାନଘରପଡ଼ାର ସ୍ମୃତିରଞ୍ଜନ ପ୍ରଧାନ ଓରଫ ପାପୁନ୍।
ମାମଲାର ବିବରଣୀ ଅନୁସାରେ, ଏତଲାକାରୀ ଭଗବାନ ରାଉତଙ୍କ ଅଭିଯୋଗ ଅନୁସାରେ ୨୦୧୮ ମାର୍ଚ୍ଚ ୨ ତାରିଖ ଅପରାହ୍ନ ୩.୪୫ରେ ତାଙ୍କ ପୁଅ କାଳନ୍ଦୀ ରାଉତ, ନାତି ସମୀର ରାଉତ ଓ ସୁଶାନ୍ତ ରାଉତ ନଦୀରେ ଗାଧୋଇ ସାରି ଘରକୁ ଫେରୁଥିଲେ। ସେତିକିବେଳେ ଅଭିଯୁକ୍ତମାନେ ଦୁଇଟି ବାଇକ୍ରେ ଆସି ସେମାନଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗିଯାଇ ଅଭିଯୁକ୍ତମାନେ ଗୁଳି ଚଳାଇଥିଲେ। କାଳନ୍ଦୀଙ୍କ ବେକରେ, ଛାତିରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ଗୁରୁତର ହୋଇପଡ଼ିଥିଲେ।
ସେହିପରି କୁଖ୍ୟାତ ଅପରାଧୀ ତପୁ ଏତଲକାରୀଙ୍କ ନାତି ସମୀର ଉପରକୁ ଗୁଳି ଚଳାଇବାରୁ ସେ ମଧ୍ୟ ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିଲେ। ଅନ୍ୟପକ୍ଷରେ ଅନ୍ୟ ଦୁଇ ଅଭିଯୁକ୍ତମାନେ ମଧ୍ୟ ପଛରୁ ସୁଶାନ୍ତ ଓ ସମୀରଙ୍କୁ ଗୁଳି ଚଳାଇଥିଲେ। ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଗୁରୁତରମାନଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଏତଲା ଆଧାରରେ କଟକ ସଦର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା। କଟକର ଏସିଜେଏମ୍ ତଥା ଆସିଷ୍ଟାଣ୍ଟ ସେସନ୍ କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। ଶୁଣାଣି ବେଳେ ୧୬ ଜଣଙ୍କ ସାକ୍ଷ୍ୟଗ୍ରହଣ ଆଧାରରେ ରାୟ ପ୍ରକାଶ ପାଇଛି।
The post ୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ appeared first on Dharitri Odia News.