ବସ୍‌ରୁ ଓହ୍ଲାଉଥିବା ବେଳେ ପିଟିଦେଲା କାର୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଦିଗପହଣ୍ଡି,୨୦ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ତପ୍ତପାଣି ୩୨୬ ନଂ ଜାତୀୟ ରାଜପଥର ମଳାଭଞ୍ଜା ଗ୍ରାମ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଦ୍ରୁତଗାମୀ କାର୍‌ (ନଂ. ଓଡି ୧୮ ଜେ-୦୬୦୫) ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ପାଟପୁର ଥାନା ଖଲିଙ୍ଗି ଗ୍ରାମର ନବଘନ ଗୌଡ଼ (୪୧)। ନବଘନ ଯାତ୍ରୀବାହୀ ବସ୍‌ରୁ ଓହ୍ଲାଇ ତାଙ୍କ ସାଙ୍ଗ ଘରକୁ ଯାଉଥିବା ବେଳେ ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଆସୁଥିବା କାର୍‌ଟି ତାଙ୍କୁ ପଛପଟୁ […] The post ବସ୍‌ରୁ ଓହ୍ଲାଉଥିବା ବେଳେ ପିଟିଦେଲା କାର୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ appeared first on Dharitri Odia News.

ବସ୍‌ରୁ ଓହ୍ଲାଉଥିବା ବେଳେ ପିଟିଦେଲା କାର୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଦିଗପହଣ୍ଡି,୨୦ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ତପ୍ତପାଣି ୩୨୬ ନଂ ଜାତୀୟ ରାଜପଥର ମଳାଭଞ୍ଜା ଗ୍ରାମ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଦ୍ରୁତଗାମୀ କାର୍‌ (ନଂ. ଓଡି ୧୮ ଜେ-୦୬୦୫) ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ପାଟପୁର ଥାନା ଖଲିଙ୍ଗି ଗ୍ରାମର ନବଘନ ଗୌଡ଼ (୪୧)। ନବଘନ ଯାତ୍ରୀବାହୀ ବସ୍‌ରୁ ଓହ୍ଲାଇ ତାଙ୍କ ସାଙ୍ଗ ଘରକୁ ଯାଉଥିବା ବେଳେ ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଆସୁଥିବା କାର୍‌ଟି ତାଙ୍କୁ ପଛପଟୁ ଧକ୍କା ଦେବାରୁ ସେ ରାସ୍ତା ଉପରେ ପଡ଼ିଯାଇଥିଲେ। ଆଖପାଖରେ ଥିବା ଲୋକେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରି ମୋକଦ୍ଦମା ରୁଜୁ କରିଛି। କାର୍‌ ଚାଳକ ଫେରାର ଥିବା ପୋଲିସ କହିଛି।

The post ବସ୍‌ରୁ ଓହ୍ଲାଉଥିବା ବେଳେ ପିଟିଦେଲା କାର୍‌, ଚାଲିଗଲା ବ୍ୟକ୍ତିଙ୍କ ଜୀବନ appeared first on Dharitri Odia News.