ମହିଳାଙ୍କୁ ଟାଙ୍କିଆରେ ହାଣି ହତ୍ୟା: ଜେଲ ଗଲେ ଅଭିଯୁକ୍ତ
କୋକସରା,୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝିଗୁଡା ଗ୍ରାମରେ ଏକୁଟିଆ ରହୁଥିବା ବିଧବା ମହିଳା କାଳିନ୍ଦ୍ରୀ ତାଣ୍ଡି(୫୫)ଙ୍କୁ ତାଙ୍କ ପଡୋଶୀ ଶ୍ରୀକର ପୁଞ୍ଜି ପୂର୍ବ ଶତ୍ରୁତାରୁ ବୁଧବାର ଆକ୍ରମଣ କରିଥିଲେ। କାଳିନ୍ଦ୍ରୀ ଗାଁ ପୋଖରୀରୁ ଗାଧୋଇ ଫେରିବା ସମୟରେ ପୂର୍ବରୁ ଘର ନିକଟରେ ଛକି ରହିଥିବା ଶ୍ରୀକର ତାଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ନେଇ ମହିଳାଙ୍କ […] The post ମହିଳାଙ୍କୁ ଟାଙ୍କିଆରେ ହାଣି ହତ୍ୟା: ଜେଲ ଗଲେ ଅଭିଯୁକ୍ତ appeared first on Dharitri Odia News.
କୋକସରା,୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝିଗୁଡା ଗ୍ରାମରେ ଏକୁଟିଆ ରହୁଥିବା ବିଧବା ମହିଳା କାଳିନ୍ଦ୍ରୀ ତାଣ୍ଡି(୫୫)ଙ୍କୁ ତାଙ୍କ ପଡୋଶୀ ଶ୍ରୀକର ପୁଞ୍ଜି ପୂର୍ବ ଶତ୍ରୁତାରୁ ବୁଧବାର ଆକ୍ରମଣ କରିଥିଲେ। କାଳିନ୍ଦ୍ରୀ ଗାଁ ପୋଖରୀରୁ ଗାଧୋଇ ଫେରିବା ସମୟରେ ପୂର୍ବରୁ ଘର ନିକଟରେ ଛକି ରହିଥିବା ଶ୍ରୀକର ତାଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ନେଇ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ କୋକସରା ପୋଲିସ ଏକ ମାମଲା (ନଂ.୧୬୦/୨୪) ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତଦନ୍ତ ପରେ ପୋଲିସ ଅଭିଯୁକ୍ତ ଶ୍ରୀକର ପୁଞ୍ଜିଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ରୋନିତା ପ୍ରଧାନ ସୂଚନା ଦେଇଛନ୍ତି।
The post ମହିଳାଙ୍କୁ ଟାଙ୍କିଆରେ ହାଣି ହତ୍ୟା: ଜେଲ ଗଲେ ଅଭିଯୁକ୍ତ appeared first on Dharitri Odia News.