ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୩ ମାଓବାଦୀ
ମାଲକାନଗିରି,୬।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସିମାନ୍ତ ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏପରିକି ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିବା ବିଜାପୁର ଏସ୍ପି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ତେଲଙ୍ଗାନା ଛତିଶଗଡ଼ ସୀମାନ୍ତରେ ପୋଲିସର କୋମ୍ବିଂ ଅପରେଶନ ଚାଲିଥିଲା। ସେତିକିବେଳେ ମାଓବାଦୀମାନେ ପୋଲିସକୁ ଦେଖି ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ହେଲେ ପୋଲିସ ଗୁଳିକୁ […] The post ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୩ ମାଓବାଦୀ appeared first on Dharitri Odia News.
ମାଲକାନଗିରି,୬।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସିମାନ୍ତ ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏପରିକି ପୋଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିବା ବିଜାପୁର ଏସ୍ପି ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ତେଲଙ୍ଗାନା ଛତିଶଗଡ଼ ସୀମାନ୍ତରେ ପୋଲିସର କୋମ୍ବିଂ ଅପରେଶନ ଚାଲିଥିଲା। ସେତିକିବେଳେ ମାଓବାଦୀମାନେ ପୋଲିସକୁ ଦେଖି ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ହେଲେ ପୋଲିସ ଗୁଳିକୁ ସାମନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସର୍ଚ୍ଚ ଅପରେଶନ ବେଳେ ୩ଜଣ ହାଡକୋର ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏପରି କି ଯବାନ ଘଟଣାସ୍ଥଳରୁ ଏଲ୍ଏମ୍ଜି ଏକେ ୪୭ ସହ ବହୁ ବନ୍ଧୁକ ଏବଂ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଥିବା ଏସ୍ପି କହିଛନ୍ତି।
The post ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୩ ମାଓବାଦୀ appeared first on Dharitri Odia News.