ବଳଙ୍ଗା ଘଟଣାରେ ପ୍ରଥମ ଥର ମୁହଁ ଖୋଲିଲେ ପୋଲିସ ଡିଜି
ପୁରୀ,୨୦।୭: ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ନାବାଳିକାଙ୍କ ଦେହରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି। ରବିବାର ପୀଡ଼ିତାଙ୍କୁ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଛି। ଦିଲ୍ଲୀ AIIMSରେ ପୀଡ଼ିତାଙ୍କ ଅଧିକ ଚିକିତ୍ସା କରାଯିବ। ଏଭଳିସ୍ଥିତିରେ ପୋଲିସ ଡିଜି ୱାଇ. ବି. ଖୁରାନିଆ ବଳଙ୍ଗାରେ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହ ପୁରୀ ଏସ୍ପି ପିନାକ ମିଶ୍ରଙ୍କ ସହ ଅନ୍ୟ […] The post ବଳଙ୍ଗା ଘଟଣାରେ ପ୍ରଥମ ଥର ମୁହଁ ଖୋଲିଲେ ପୋଲିସ ଡିଜି appeared first on Dharitri Odia News.
ପୁରୀ,୨୦।୭: ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ନାବାଳିକାଙ୍କ ଦେହରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି। ରବିବାର ପୀଡ଼ିତାଙ୍କୁ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଛି। ଦିଲ୍ଲୀ AIIMSରେ ପୀଡ଼ିତାଙ୍କ ଅଧିକ ଚିକିତ୍ସା କରାଯିବ। ଏଭଳିସ୍ଥିତିରେ ପୋଲିସ ଡିଜି ୱାଇ. ବି. ଖୁରାନିଆ ବଳଙ୍ଗାରେ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହ ପୁରୀ ଏସ୍ପି ପିନାକ ମିଶ୍ରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷେ ବଳଙ୍ଗା ଘଟଣାସ୍ଥଳ ଅନୁଧ୍ୟାନ ପରେ ଡିଜିପି ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ରବିବାରେ ଦୁଇଟି ସ୍ପେଶାଲ ଟିମ୍ ଆସି ଘଟଣାର ଅନୁଧ୍ୟାନ କରିଛନ୍ତି। SFSL ଏବଂ ଏମ୍ସ ଫୋରେନସିକ ଟିମ୍ ପ୍ରମାଣ ସଂଗ୍ରହ କରିଛନ୍ତି। କିଛି ତଥ୍ୟ ହସ୍ତଗତ ହୋଇଛି। ଆଉ କିଛି ତଥ୍ୟ ଆସିବାର ବାକି ରହିଛି ବୋଲି ଗଣମାଧ୍ୟମକୁ ସେ ପ୍ରକାଶ କରିଛନ୍ତି।
The post ବଳଙ୍ଗା ଘଟଣାରେ ପ୍ରଥମ ଥର ମୁହଁ ଖୋଲିଲେ ପୋଲିସ ଡିଜି appeared first on Dharitri Odia News.