OCA ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ
କଟକ,୨୯।୧୨: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ବରିଷ୍ଠ ରାଜନେତା ପ୍ରଣବ ପ୍ରକାଶ ଦାସ(ବବି)। ଏନେଇ ସୂଚନା ଦେଇଛନ୍ତି ସମ୍ପାଦକ ସଞ୍ଜୟ ବେହେରା। ବ୍ୟକ୍ତିଗତ କାରଣ ଦର୍ଶାଇ ବବି ଇସ୍ତଫା ଦେଇଥିବା ବେଳେ ଆଶାଟା ୪୫ ଦିନ ମଧ୍ୟରେ ନୂଆ ସଭାପତି ନିର୍ବାଚନ ହେବ ବୋଲି ସେ ସୂଚନା ଦେଇଛନ୍ତି। ଅକ୍ଟୋବର ୨୮, ୨୦୨୨ ରେ ବିନା ଓସିଏର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ନୂତନ ସଭାପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ଓସିଏ […] The post OCA ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ appeared first on Dharitri Odia News.
କଟକ,୨୯।୧୨: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ବରିଷ୍ଠ ରାଜନେତା ପ୍ରଣବ ପ୍ରକାଶ ଦାସ(ବବି)। ଏନେଇ ସୂଚନା ଦେଇଛନ୍ତି ସମ୍ପାଦକ ସଞ୍ଜୟ ବେହେରା। ବ୍ୟକ୍ତିଗତ କାରଣ ଦର୍ଶାଇ ବବି ଇସ୍ତଫା ଦେଇଥିବା ବେଳେ ଆଶାଟା ୪୫ ଦିନ ମଧ୍ୟରେ ନୂଆ ସଭାପତି ନିର୍ବାଚନ ହେବ ବୋଲି ସେ ସୂଚନା ଦେଇଛନ୍ତି।
ଅକ୍ଟୋବର ୨୮, ୨୦୨୨ ରେ ବିନା ଓସିଏର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ନୂତନ ସଭାପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ଓସିଏ ଉପାଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ନିର୍ବାଚନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ସଭାପତି ରହିବେ ବୋଲି ବେହେରା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ଓଡିଶାରେ କ୍ଷମତା ହରାଇଛି। ଚଳିତ ବର୍ଷର ସଂସଦ ଭୋଟରେ ଦାଶ ମଧ୍ୟ ସମ୍ବଲପୁର ଲୋକସଭା ଆସନରୁ ପରାଜୟର ସମ୍ମୁଖୀନ ହୋଇଥିଲେ। ଦାସଙ୍କୁ ସମ୍ବଲପୁର ସେଗମେଣ୍ଟର ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରାସ୍ତ କରିଥିଲେ।
The post OCA ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ appeared first on Dharitri Odia News.