କ୍ଷମତାକୁ ଆସିବା ପରେ ବିଜେପିରେ ଚାଲିଛି ବଳ କଷା; ଗୋଷ୍ଠିରେ ବିଭକ୍ତ ହେଲେଣି ଛାମୁଆ ନେତା

କନକ ବ୍ୟୁରୋ : ଜାନୁଆରୀ ମାସରେ ଅଧା ସମୟ ଚାଲିଗଲା । କିନ୍ତୁ ସରିଲାନି ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା । ୧୫ ସୁଦ୍ଧା ନୂଆ ସଭାପତି ନାଁ  ଆସିବ ବୋଲି ଆକଳନ କରାଯାଉଥିଲେ ବି ଦିଲ୍ଲୀରେ ଏବେ ମାନସ ମାନ୍ଥନ ଚାଲିଛି । ସ୍ଥାନୀୟ ସାଂସଦ ଓ ବିଧାୟକ ନିଜ ନିଜ ଲୋକଙ୍କୁ  ସାଙ୍ଗଠନିକ ଦାୟିତ୍ବ ଦେବାକୁ ଚାହୁଁଥିବାରୁ ଏହା ବିଜେପି ପାଇଁ ମୁଣ୍ଡବ୍ୟଥା ବଢାଇଛି ।  କଣ୍ଟ ପୁରିସାରିଲାଣି କିନ୍ତୁ ବିଜେପି ସାଂଗଠନିକ ନିର୍ବାଚନ ଅଧବାଟରେ । ମଣ୍ଡଳ ସଭାପତି ନିର୍ବାଚନ ସମ୍ପୂର୍ଣ୍ଣ ସରିନଥିବାବେଳେ ଜିଲ୍ଲା ସଭାପତି ନିର୍ବାଚନ ଏବଂ ରାଜ୍ୟ ସଭାପତି ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅଟକି ରହିଛି । କୁହାଯାଉଛି ମଣ୍ଡଳ ଓ ଜିଲ୍ଲାସ୍ତରରେ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ପତିଆରାର ଲଢେଇ ଯୋଗୁଁ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଜାନୁଆରୀ ୧୫ ସୁଦ୍ଧା ରାଜ୍ୟ ବିଜେପି ସଭାପତି ନାଁ ଘୋଷଣା ହେବା କଥା । ତା ପୂର୍ବରୁ ମଣ୍ଡଳ ଓ ଜିଲ୍ଲା ସଭାପତି ନାଁ ଆସିବା କଥା । କିନ୍ତୁ ପତିଆରାର ଲଢେଇରେ ସବୁ ଯେମିତି ଅଟକିଯାଇଛି ।  ନେତା ନିଜ ନିଜ ଲୋକଙ୍କୁ ଏହି ଦାୟିତ୍ବ ଦେବାକୁ ଭୁବନେଶ୍ବରରୁ ଦିଲ୍ଲୀ ଯାଏଁ ଜୋରଦାର ଲବି ଚଳାଇଛନ୍ତି ।  ରାଜ୍ୟ ସଙ୍ଗଠନକୁ ନେଇ ଦିଲ୍ଲୀରେ ଏବେ ମାନସ ମନ୍ଥନ ଚାଲିଛି । ସୋମବାର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି  ଥିବା ବେଳେ କୋର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ

କ୍ଷମତାକୁ ଆସିବା ପରେ ବିଜେପିରେ ଚାଲିଛି ବଳ କଷା; ଗୋଷ୍ଠିରେ ବିଭକ୍ତ ହେଲେଣି ଛାମୁଆ ନେତା

କନକ ବ୍ୟୁରୋ : ଜାନୁଆରୀ ମାସରେ ଅଧା ସମୟ ଚାଲିଗଲା । କିନ୍ତୁ ସରିଲାନି ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା । ୧୫ ସୁଦ୍ଧା ନୂଆ ସଭାପତି ନାଁ  ଆସିବ ବୋଲି ଆକଳନ କରାଯାଉଥିଲେ ବି ଦିଲ୍ଲୀରେ ଏବେ ମାନସ ମାନ୍ଥନ ଚାଲିଛି । ସ୍ଥାନୀୟ ସାଂସଦ ଓ ବିଧାୟକ ନିଜ ନିଜ ଲୋକଙ୍କୁ  ସାଙ୍ଗଠନିକ ଦାୟିତ୍ବ ଦେବାକୁ ଚାହୁଁଥିବାରୁ ଏହା ବିଜେପି ପାଇଁ ମୁଣ୍ଡବ୍ୟଥା ବଢାଇଛି । 

କଣ୍ଟ ପୁରିସାରିଲାଣି କିନ୍ତୁ ବିଜେପି ସାଂଗଠନିକ ନିର୍ବାଚନ ଅଧବାଟରେ । ମଣ୍ଡଳ ସଭାପତି ନିର୍ବାଚନ ସମ୍ପୂର୍ଣ୍ଣ ସରିନଥିବାବେଳେ ଜିଲ୍ଲା ସଭାପତି ନିର୍ବାଚନ ଏବଂ ରାଜ୍ୟ ସଭାପତି ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅଟକି ରହିଛି । କୁହାଯାଉଛି ମଣ୍ଡଳ ଓ ଜିଲ୍ଲାସ୍ତରରେ ସାଂସଦ ଓ ବିଧାୟକଙ୍କ ମଧ୍ୟରେ ପତିଆରାର ଲଢେଇ ଯୋଗୁଁ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଜାନୁଆରୀ ୧୫ ସୁଦ୍ଧା ରାଜ୍ୟ ବିଜେପି ସଭାପତି ନାଁ ଘୋଷଣା ହେବା କଥା । ତା ପୂର୍ବରୁ ମଣ୍ଡଳ ଓ ଜିଲ୍ଲା ସଭାପତି ନାଁ ଆସିବା କଥା । କିନ୍ତୁ ପତିଆରାର ଲଢେଇରେ ସବୁ ଯେମିତି ଅଟକିଯାଇଛି ।  ନେତା ନିଜ ନିଜ ଲୋକଙ୍କୁ ଏହି ଦାୟିତ୍ବ ଦେବାକୁ ଭୁବନେଶ୍ବରରୁ ଦିଲ୍ଲୀ ଯାଏଁ ଜୋରଦାର ଲବି ଚଳାଇଛନ୍ତି । 

ରାଜ୍ୟ ସଙ୍ଗଠନକୁ ନେଇ ଦିଲ୍ଲୀରେ ଏବେ ମାନସ ମନ୍ଥନ ଚାଲିଛି । ସୋମବାର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି  ଥିବା ବେଳେ କୋର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଦୁଇ ପ୍ରଭାରୀଙ୍କ ସମେତ ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।  ପ୍ରତି ଜିଲ୍ଲାରୁ ସଭାପତିଙ୍କ ପାଇଁ ୨ରୁ ୩ ନାଁ ଯାଇଛି, ସେ ନେଇ ଆଲୋଚନା ହୋଇଥିଲା । ଦିନେ ଦୁଇଦିନ ଭିତରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇପାରେ । ୨୫ ତାରିଖ ଭିତରେ ରାଜ୍ୟ ସଭାପତଙ୍କ ନାଁ ଘୋଷଣା ହେବ! ବୋଲି ଏକପ୍ରକାର ସ୍ଥିର ହୋଇଛି ।

ସଭାପତି ରେସରେ ଏବେ ବି ଆଗରେ ଅଛନ୍ତି ମନମୋହନ ସାମଲ । ଆଗକୁ ପଂଚାୟତ ଓ ପୌର ନିର୍ବାଚନରେ ବିଜେପି ନିଜ ଲକି ଚେହେରାକୁ ବାଦ ଦେଇ ନିର୍ବାଚନ ବୈତରଣୀକୁ ପାର ହେବାକୁ ଚାହୁଁନାହିଁ । ତେବେ ମନମୋହନଙ୍କ ଛଡା ରାଜ୍ୟ ସଭାପତି ରେସରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ପୂର୍ବତନ ସଭାପତି ସମୀର ମହାନ୍ତି ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଥିବା ଚର୍ଚ୍ଚା ହେଉଛି ।