ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଓପନିଂ କରିବେ ବିରାଟ କୋହଲି ? ମ୍ୟାନେଜମେଣ୍ଟ ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଆୟରଲାଣ୍ଡ ବିରୋଧରେ ଭାରତୀୟ ଟିମ୍ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇଥିଲା । ବିରାଟ କୋହଲିଙ୍କ ଦ୍ୱାରା ଓପନିଂ କରାଇବା ନେଇ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ରଣନୀତି କାମ କରିନଥିଲା । ଭାରତର ଆଗାମୀ ମ୍ୟାଚ୍ ପାକିସ୍ତାନ ସହ ହେବାକୁ ଯାଉଛି । ଏହାରି ଭିତରେ ଖବର ଆସୁଛି ଯେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବି ବିରାଟ କୋହଲି ହିଁ ଟିମ୍ ପାଇଁ ଓପନିଂ କରିବେ ।ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ଟିମ୍ ମ୍ୟାନେଜମେଣ୍ଟ ରୋହିତ୍ ଶର୍ମା ଏବଂ ବିରାଟ କୋହଲିଙ୍କ ଯୋଡ଼ିକୁ ଓପନିଂ ପାଇଁ ପଠାଇପାରେ । ରବିବାର ଭାରତ ନିଜର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ନ୍ୟୁୟର୍କର ନାସୌର ଷ୍ଟାଡିୟମ ଭେଟିବ । ଯାହା ଏକ ହାଇଭୋଲଟେଜ୍ ମୁକାବିଲା ହେବ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ଗୁରୁବାର ଆମେରିକାଠାରୁ ପାକିସ୍ତାନ ହାରିବା ପରେ ଏବେ ଭାରତ ପଲା ଭାରି ଥିବା କୁହାଯାଉଛି ।ଉଲ୍ଲେଖଯୋଗ୍ୟ ଯେ ଜୁନ୍ ୫ରେ ଆୟରଲାଣ୍ଡ ବିପକ୍ଷରେ ବିରାଟ କୋହଲି ଓପନର ଭାବେ ଡେବ୍ୟୁ କରିଥିଲେ । କିନ୍ତୁ ୫ଟି ବଳ ଖେଳି ୧ ରନ୍ କରି ଶସ୍ତାରେ ଆଉଟ୍ ହୋଇଯାଇଥିଲେ । ରିପୋର୍ଟ ଅନୁସାରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବି ଭାରତ ଏହି ରଣନୀତିରେ ମୈଦାନକୁ ଓହ୍ଲାଇପାରେ । ତେବେ ଟି-୨୦ ଫର୍ମାଟରେ ଓପନିଂ କରିବା ବିରାଟଙ୍କ ପାଇଁ ପ୍ରଥମ ନୁହେଁ । ନିଜ ଆଇପିଏଲ୍ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ପାଇଁ ସେ ଅନେକ ସିଜିନ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଆୟରଲାଣ୍ଡ ବିରୋଧରେ ଭାରତୀୟ ଟିମ୍ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇଥିଲା । ବିରାଟ କୋହଲିଙ୍କ ଦ୍ୱାରା ଓପନିଂ କରାଇବା ନେଇ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ରଣନୀତି କାମ କରିନଥିଲା । ଭାରତର ଆଗାମୀ ମ୍ୟାଚ୍ ପାକିସ୍ତାନ ସହ ହେବାକୁ ଯାଉଛି । ଏହାରି ଭିତରେ ଖବର ଆସୁଛି ଯେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବି ବିରାଟ କୋହଲି ହିଁ ଟିମ୍ ପାଇଁ ଓପନିଂ କରିବେ ।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ଟିମ୍ ମ୍ୟାନେଜମେଣ୍ଟ ରୋହିତ୍ ଶର୍ମା ଏବଂ ବିରାଟ କୋହଲିଙ୍କ ଯୋଡ଼ିକୁ ଓପନିଂ ପାଇଁ ପଠାଇପାରେ । ରବିବାର ଭାରତ ନିଜର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ନ୍ୟୁୟର୍କର ନାସୌର ଷ୍ଟାଡିୟମ ଭେଟିବ । ଯାହା ଏକ ହାଇଭୋଲଟେଜ୍ ମୁକାବିଲା ହେବ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ଗୁରୁବାର ଆମେରିକାଠାରୁ ପାକିସ୍ତାନ ହାରିବା ପରେ ଏବେ ଭାରତ ପଲା ଭାରି ଥିବା କୁହାଯାଉଛି ।
ଉଲ୍ଲେଖଯୋଗ୍ୟ ଯେ ଜୁନ୍ ୫ରେ ଆୟରଲାଣ୍ଡ ବିପକ୍ଷରେ ବିରାଟ କୋହଲି ଓପନର ଭାବେ ଡେବ୍ୟୁ କରିଥିଲେ । କିନ୍ତୁ ୫ଟି ବଳ ଖେଳି ୧ ରନ୍ କରି ଶସ୍ତାରେ ଆଉଟ୍ ହୋଇଯାଇଥିଲେ । ରିପୋର୍ଟ ଅନୁସାରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବି ଭାରତ ଏହି ରଣନୀତିରେ ମୈଦାନକୁ ଓହ୍ଲାଇପାରେ । ତେବେ ଟି-୨୦ ଫର୍ମାଟରେ ଓପନିଂ କରିବା ବିରାଟଙ୍କ ପାଇଁ ପ୍ରଥମ ନୁହେଁ । ନିଜ ଆଇପିଏଲ୍ ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ପାଇଁ ସେ ଅନେକ ସିଜିନରେ ଓପନିଂ କରିସାରିଛନ୍ତି । ଆଇପିଏଲ୍ ୨୦୨୪ରେ ସେ ଓପନିଂ କରି ୧୫୪ ଷ୍ଟ୍ରାଇକ୍ ରେଟ୍ ସହ ୭୪୧ ରନ୍ କରି ଅରେଞ୍ଜ କ୍ୟାପ୍ ଜିତିଥିଲେ ।