ଫ୍ୟାନ୍ସଙ୍କ ଅପିଲ୍ ପରେ ଧୋନୀ କଲେ ଏମିତି, ଛୁଇଁଗଲା ହୃଦୟ...ଭିଡିଓ ଭାଇରାଲ

ମୁମ୍ୱାଇ ୦୧/୦୪: ରବିବାର ଆଇପିଏଲ୍‌ରେ ଥିଲା ହେଭିଓ୍ୱେଟ୍ ମୁକାବିଲା । ମ୍ୟାଚ୍ ସିନା ଦିଲ୍ଲୀ ଜିତିଥିଲା କିନ୍ତୁ ହୃଦୟ ଜିତିଥିଲେ CSKର ପୂର୍ବତନ କ୍ୟାପଟେନ୍ ଧୋନୀ । ମ୍ୟାଚରେ ଧୋନି ୧୬ ବଲ୍‌ରେ କରିଥିଲେ ୩୭ ରନ୍ । ଯାହା ଥିଲା ବିସ୍ଫୋରକ ଇଁନିସ । ତାଙ୍କ ଇନିଂସରେ ଧୋନି ମାରିଥିଲେ ୪ଟି ଚୌକା ଓ ୩ ଟି ଛକା । ତେବେ ଏହି ସମୟରେ ତାଙ୍କର ଷ୍ଟାଇକ୍ ରେଟ୍ ଥିଲା ୨୩୧ । ଆଉ ଏହା ଦେଖିବା ପରେ ତାଜୁବ ହୋଇଯାଇଥିଲେ ଧୋନି ପ୍ରଶଂସକ । କାରଣ ଦୀର୍ଘ ଦିନର ଅପେକ୍ଷା ପରେ ମୈଦାନରେ ଫ୍ୟାନ୍ସ ଦେଖିଥିଲେ ମାହୀ ଜଲଓ୍ୱା । କେବଳ ମ୍ୟାଚ ନୁହେଁ ଧୋନୀ ଏମିତି କିଛି କରିଥିଲେ ଯାହାକୁ ଦେଖି ଖୁସି ହୋଇଯାଇଥିଲେ ଫ୍ୟାନ୍ସ । ଯଦିଓ ସେ କିଛି କରିନଥିଲ କିନ୍ତୁ ତାଙ୍କ ଅଙ୍ଗଭଙ୍ଗୀ ଦ୍ୱାରା ପ୍ରଶଂସକଙ୍କ ହୃଦୟ ଜିତିଥିଲେ ମାହୀ । ଆଉ ମ୍ୟାଚ୍ ପରେ ଭାଇରାଲ ହୋଇଥିଲା ଧୋନୀଙ୍କ ଏହି ଭିଡିଓ । ଭାଇରାଲ ପରେ ସୋସିଆଲ ମିଡିଆରେ ବେଶ୍ ଶୁଣିବାକୁ ମିଳିଛି ଧୋନୀଙ୍କ ପ୍ରଶଂସା । କିଏ କିଏ କହୁଛନ୍ତି ମାହୀଙ୍କ ହୃଦୟ ବଡ । କହିବାକୁ ଗଲେ ମ୍ୟାଚ୍ ଶେଷ ହେବା ମାତ୍ରେ ମାହୀ ଇଶାନ୍ତ ଶର୍ମାଙ୍କ ସହ କଥାବାର୍ତ୍ତା ହେଉଥିଲେ । ତା’ପରେ ଦର୍ଶକ ଗ୍ୟାଲେରୀର ପ୍ରଶଂସକମାନେ ଧୋନିଙ୍କୁ ତାଙ୍କ ହେଲମେଟ କାଢିବାକୁ ନିବେଦନ କରିଥିଲେ । ଦର୍ଶକମାନେ ପାଭିଲିୟନରେ ଚିଲ୍ଲାଇ କହିଥିଲେ ମାହୀ ହେଲମେଟ୍ ନିକାଲୋ... ଆଉ ଏହା ଶୁଣି ଧୋନୀ ସଂଗେ ସଂଗେ ହେଲମେଟ୍ କାଢିଥିଲେ ।

ଫ୍ୟାନ୍ସଙ୍କ ଅପିଲ୍ ପରେ ଧୋନୀ କଲେ ଏମିତି, ଛୁଇଁଗଲା ହୃଦୟ...ଭିଡିଓ ଭାଇରାଲ

ମୁମ୍ୱାଇ ୦୧/୦୪: ରବିବାର ଆଇପିଏଲ୍‌ରେ ଥିଲା ହେଭିଓ୍ୱେଟ୍ ମୁକାବିଲା । ମ୍ୟାଚ୍ ସିନା ଦିଲ୍ଲୀ ଜିତିଥିଲା କିନ୍ତୁ ହୃଦୟ ଜିତିଥିଲେ CSKର ପୂର୍ବତନ କ୍ୟାପଟେନ୍ ଧୋନୀ । ମ୍ୟାଚରେ ଧୋନି ୧୬ ବଲ୍‌ରେ କରିଥିଲେ ୩୭ ରନ୍ । ଯାହା ଥିଲା ବିସ୍ଫୋରକ ଇଁନିସ । ତାଙ୍କ ଇନିଂସରେ ଧୋନି ମାରିଥିଲେ ୪ଟି ଚୌକା ଓ ୩ ଟି ଛକା । ତେବେ ଏହି ସମୟରେ ତାଙ୍କର ଷ୍ଟାଇକ୍ ରେଟ୍ ଥିଲା ୨୩୧ । 

ଆଉ ଏହା ଦେଖିବା ପରେ ତାଜୁବ ହୋଇଯାଇଥିଲେ ଧୋନି ପ୍ରଶଂସକ । କାରଣ ଦୀର୍ଘ ଦିନର ଅପେକ୍ଷା ପରେ ମୈଦାନରେ ଫ୍ୟାନ୍ସ ଦେଖିଥିଲେ ମାହୀ ଜଲଓ୍ୱା । କେବଳ ମ୍ୟାଚ ନୁହେଁ ଧୋନୀ ଏମିତି କିଛି କରିଥିଲେ ଯାହାକୁ ଦେଖି ଖୁସି ହୋଇଯାଇଥିଲେ ଫ୍ୟାନ୍ସ । ଯଦିଓ ସେ କିଛି କରିନଥିଲ କିନ୍ତୁ ତାଙ୍କ ଅଙ୍ଗଭଙ୍ଗୀ ଦ୍ୱାରା ପ୍ରଶଂସକଙ୍କ ହୃଦୟ ଜିତିଥିଲେ ମାହୀ । 

ଆଉ ମ୍ୟାଚ୍ ପରେ ଭାଇରାଲ ହୋଇଥିଲା ଧୋନୀଙ୍କ ଏହି ଭିଡିଓ । ଭାଇରାଲ ପରେ ସୋସିଆଲ ମିଡିଆରେ ବେଶ୍ ଶୁଣିବାକୁ ମିଳିଛି ଧୋନୀଙ୍କ ପ୍ରଶଂସା । କିଏ କିଏ କହୁଛନ୍ତି ମାହୀଙ୍କ ହୃଦୟ ବଡ । କହିବାକୁ ଗଲେ ମ୍ୟାଚ୍ ଶେଷ ହେବା ମାତ୍ରେ ମାହୀ ଇଶାନ୍ତ ଶର୍ମାଙ୍କ ସହ କଥାବାର୍ତ୍ତା ହେଉଥିଲେ । 

ତା’ପରେ ଦର୍ଶକ ଗ୍ୟାଲେରୀର ପ୍ରଶଂସକମାନେ ଧୋନିଙ୍କୁ ତାଙ୍କ ହେଲମେଟ କାଢିବାକୁ ନିବେଦନ କରିଥିଲେ । ଦର୍ଶକମାନେ ପାଭିଲିୟନରେ ଚିଲ୍ଲାଇ କହିଥିଲେ ମାହୀ ହେଲମେଟ୍ ନିକାଲୋ... ଆଉ ଏହା ଶୁଣି ଧୋନୀ ସଂଗେ ସଂଗେ ହେଲମେଟ୍ କାଢିଥିଲେ । ମାହୀଙ୍କ ଟିଏକ ଝଲକ ପାଇ ଖୁସିରେ ଗଦ୍‌ଗଦ୍ ହୋଇଯାଇଥିଲେ ଫ୍ୟାନ୍ସ । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ । 




ସୂଚନା ଥାଉକି, ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଙ୍କ ଲଢୁଆ ଇଂନିସ ବଦଳେର ପ୍ରଥମ ବିଜୟ ହାସଲ କରିଛି । ପୂର୍ବଥରର ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସକୁ ୨୦ ରନ୍‌ରେ ପରାସ୍ତ କରିଛି ଦଳ । ଯଦିଓ ମ୍ୟାଚ୍ ଦିଲ୍ଲୀ ଜିତିଥିଲା କିନ୍ତୁ ଧୋନୀ ଛାଇଯାଇଥିଲେ ସମସ୍ତଙ୍କ ହୃଦୟରେ ।