ପରଲୋକରେ ଆମେରିକୀୟ ରାପର ଫାଟମ୍ୟାନ୍ ସ୍କୁପ୍, ୫୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
ନୂଆଦିଲ୍ଲୀ ୦୧।୦୯: ବିଶ୍ୱ ପ୍ରସିଦ୍ଧ ଆମେରିକୀୟ ରାପର୍ ଫାଟମ୍ୟାନ୍ ସ୍କୁପ୍ଙ୍କ ଦେହାନ୍ତ ହୋଇଛି। ତାଙ୍କ ପରିବାର ଏବଂ ପରିଚାଳକ ଶନିବାର ଏହି ବିଷୟରେ ସୂଚନା ଦେଇଛନ୍ତି। ଶୁକ୍ରବାର ରାତିରେ ହାମଡେନ୍ ଟାଉନ୍ ସେଣ୍ଟର୍ ପାର୍କରେ ଏକ ଫ୍ରି ଇଭେଣ୍ଟରେ ୫୩ ବର୍ଷିୟ ଫାଟମ୍ୟାନ୍ ସ୍କୁପ୍ ପରଫମ କରୁଥିଲେ । ସେହି ସମୟରେ ସେ ହଠାତ୍ ମଞ୍ଚ ଉପରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ। View this post on InstagramA post shared by Fatman Scoop (@fatmanscoop)ଜଣାଶୁଣା ପ୍ରସିଦ୍ଧ ରାପର୍ ଫାଟମ୍ୟାନ୍ ସ୍କୁପ୍ଙ୍କ ଦେହାନ୍ତ ଖବର ପ୍ରଶଂସକ ତଥା ଘନିଷ୍ଠ ଲୋକଙ୍କୁ ଚକିତ କରିଛି। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ।ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ ମଞ୍ଚରେ ଥିଲେ ଏବଂ ଡାକ୍ତରୀ ଦଳ ତାଙ୍କୁ ସି.ଆର.ପି ଦେବାକୁ ଚେଷ୍ଟା କରିଥିଲେ। ପରେ ତାଙ୍କୁ ଏକ ଷ୍ଟ୍ରେଚରରେ ନିଆଯାଇଥିଲା। କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ଵେ ତାଙ୍କ ଜୀବନ ରକ୍ଷା ହୋଇପାରି ନଥିଲା । ତାଙ୍କ ମୃତ୍ୟୁ ଖବର ଦେଖି ପରିବାର ଓ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ବିଷୟରେ ସୂଚନା ଦେଇ ତାଙ୍କ ପରିବାର ଲେଖିଛନ୍ତି, 'ବହୁତ ଦୁଃଖର ସହ ଆମକୁ ଜଣାଇବାକୁ ପଡିବ ଯେ ଫାଟମ୍ୟାନ୍ ସ୍କୁପ୍ ଆଉ ଆମ ସହିତ ନାହାଁନ୍ତି।' ସେ ଲେଖିଛ
ନୂଆଦିଲ୍ଲୀ ୦୧।୦୯: ବିଶ୍ୱ ପ୍ରସିଦ୍ଧ ଆମେରିକୀୟ ରାପର୍ ଫାଟମ୍ୟାନ୍ ସ୍କୁପ୍ଙ୍କ ଦେହାନ୍ତ ହୋଇଛି। ତାଙ୍କ ପରିବାର ଏବଂ ପରିଚାଳକ ଶନିବାର ଏହି ବିଷୟରେ ସୂଚନା ଦେଇଛନ୍ତି। ଶୁକ୍ରବାର ରାତିରେ ହାମଡେନ୍ ଟାଉନ୍ ସେଣ୍ଟର୍ ପାର୍କରେ ଏକ ଫ୍ରି ଇଭେଣ୍ଟରେ ୫୩ ବର୍ଷିୟ ଫାଟମ୍ୟାନ୍ ସ୍କୁପ୍ ପରଫମ କରୁଥିଲେ । ସେହି ସମୟରେ ସେ ହଠାତ୍ ମଞ୍ଚ ଉପରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ।
ଜଣାଶୁଣା ପ୍ରସିଦ୍ଧ ରାପର୍ ଫାଟମ୍ୟାନ୍ ସ୍କୁପ୍ଙ୍କ ଦେହାନ୍ତ ଖବର ପ୍ରଶଂସକ ତଥା ଘନିଷ୍ଠ ଲୋକଙ୍କୁ ଚକିତ କରିଛି। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ।ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ ମଞ୍ଚରେ ଥିଲେ ଏବଂ ଡାକ୍ତରୀ ଦଳ ତାଙ୍କୁ ସି.ଆର.ପି ଦେବାକୁ ଚେଷ୍ଟା କରିଥିଲେ। ପରେ ତାଙ୍କୁ ଏକ ଷ୍ଟ୍ରେଚରରେ ନିଆଯାଇଥିଲା। କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ଵେ ତାଙ୍କ ଜୀବନ ରକ୍ଷା ହୋଇପାରି ନଥିଲା । ତାଙ୍କ ମୃତ୍ୟୁ ଖବର ଦେଖି ପରିବାର ଓ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ବିଷୟରେ ସୂଚନା ଦେଇ ତାଙ୍କ ପରିବାର ଲେଖିଛନ୍ତି, 'ବହୁତ ଦୁଃଖର ସହ ଆମକୁ ଜଣାଇବାକୁ ପଡିବ ଯେ ଫାଟମ୍ୟାନ୍ ସ୍କୁପ୍ ଆଉ ଆମ ସହିତ ନାହାଁନ୍ତି।' ସେ ଲେଖିଛନ୍ତି, 'ଫାଟମ୍ୟାନ୍ ସ୍କୁପ୍ କ୍ଲବ୍ ର ସ୍ୱର ଭାବରେ ସମଗ୍ର ବିଶ୍ୱ ଦ୍ୱାରା ସ୍ୱୀକୃତିପ୍ରାପ୍ତ । ତାଙ୍କ ମ୍ୟାନେଜର ମାଇକେଲ ଫେସବୁକରେ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରି ଲେଖିଛନ୍ତି: 'ସ୍କୁପ୍, ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ମୋତେ ଯାହା ଦେଇଛ ସେଥିପାଇଁ ବହୁତ ଧନ୍ୟବାଦ ।