ଧରିତ୍ରୀ ପ୍ରଭାବ: ଡ୍ରେନ ମରାମତି କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୩୦ା୬(ବିଦ୍ୟାଧର ସାହୁ)-ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ମୁଖ୍ୟରାସ୍ତା ଡ୍ରେନ ପ୍ଲେଟ ଫାଟି ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏ ନେଇ ଗତ ୨୬ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରବିବାର ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରକାଶ ଯେ, ଉକ୍ତ ରାସ୍ତାଟି ଗ୍ରାମକୁ ମୁଖ୍ୟ ସଂଯୋଗ ରାସ୍ତା ହୋଇଥିବାରୁ ଗାଡିମୋଟର ସହ ସାଇକେଲରେ ଦୈନଦିନ ଶତାଧିକ ଲୋକ, ସ୍କୁଲ ଛାତ୍ରୀଛାତ୍ର ଯିବା ଆସିବା କରୁଛନ୍ତି। […] The post ଧରିତ୍ରୀ ପ୍ରଭାବ: ଡ୍ରେନ ମରାମତି କାର୍ଯ୍ୟ ଆରମ୍ଭ appeared first on Dharitri Odia News.

ଧରିତ୍ରୀ ପ୍ରଭାବ: ଡ୍ରେନ ମରାମତି କାର୍ଯ୍ୟ ଆରମ୍ଭ

ଗଞ୍ଜାମ,୩୦ା୬(ବିଦ୍ୟାଧର ସାହୁ)-ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ମୁଖ୍ୟରାସ୍ତା ଡ୍ରେନ ପ୍ଲେଟ ଫାଟି ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏ ନେଇ ଗତ ୨୬ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରବିବାର ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରକାଶ ଯେ, ଉକ୍ତ ରାସ୍ତାଟି ଗ୍ରାମକୁ ମୁଖ୍ୟ ସଂଯୋଗ ରାସ୍ତା ହୋଇଥିବାରୁ ଗାଡିମୋଟର ସହ ସାଇକେଲରେ ଦୈନଦିନ ଶତାଧିକ ଲୋକ, ସ୍କୁଲ ଛାତ୍ରୀଛାତ୍ର ଯିବା ଆସିବା କରୁଛନ୍ତି। ଏଥିସହ ଆଗକୁ ବର୍ଷା ଦିନ ଆସୁଥିବା ଯୋଗୁ ଉକ୍ତ ଡ୍ରେନ ମରାମତି କାର୍ଯ୍ୟ ହୋଇ ନ ଥିଲେ ବର୍ଷା ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଥାନ୍ତା।

The post ଧରିତ୍ରୀ ପ୍ରଭାବ: ଡ୍ରେନ ମରାମତି କାର୍ଯ୍ୟ ଆରମ୍ଭ appeared first on Dharitri Odia News.