ବହିଷ୍କୃତ ବିଜେଡି ନେତାଙ୍କ ଘରେ ପହଞ୍ଚିଲେ ଭାଜପା ନେତା

ସମ୍ବଲପୁର,୮।୧(ଭବାନୀ ଶଙ୍କର ଭୋଇ): ବିଜେଡିରୁ ବହିସ୍କୃତ ହୋଇଥିବା ଡ.ପ୍ରମୋଦ ରଥଙ୍କ ଘରେ କେତେଜଣ ଭାଜପା ନେତା ପହଞ୍ଚି ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ବିଶ୍ୱହିନ୍ଦୁ ପରିଷଦର ଓଡ଼ିଶା ପଶ୍ଚିମପ୍ରାନ୍ତ ସଭାପତି ଡ. ରାଜକୁମାର ବଡପଣ୍ଡାଙ୍କ ନେତୃତ୍ୱରେ ଡ. ପୁରୁଷୋତ୍ତମ ଅଗ୍ରୱାଲ ଏବଂ ବରିଷ୍ଠ ଭାଜପା ନେତା ଦାମୋଦର କର ପ୍ରମୁଖ ପ୍ରମୋଦଙ୍କ ଘରେ ପହଞ୍ଚି ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣପତ୍ର ସହ ଅକ୍ଷତ ଚାଉଳ ଦେଇଥିଲେ। ତେବେ ଏହି ବାହାନାରେ ସମ୍ବଲପୁରର ରାଜନୈତିକ ସ୍ଥିତି […] The post ବହିଷ୍କୃତ ବିଜେଡି ନେତାଙ୍କ ଘରେ ପହଞ୍ଚିଲେ ଭାଜପା ନେତା appeared first on Dharitri Odia News.

ବହିଷ୍କୃତ ବିଜେଡି ନେତାଙ୍କ ଘରେ ପହଞ୍ଚିଲେ ଭାଜପା ନେତା

ସମ୍ବଲପୁର,୮।୧(ଭବାନୀ ଶଙ୍କର ଭୋଇ): ବିଜେଡିରୁ ବହିସ୍କୃତ ହୋଇଥିବା ଡ.ପ୍ରମୋଦ ରଥଙ୍କ ଘରେ କେତେଜଣ ଭାଜପା ନେତା ପହଞ୍ଚି ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ବିଶ୍ୱହିନ୍ଦୁ ପରିଷଦର ଓଡ଼ିଶା ପଶ୍ଚିମପ୍ରାନ୍ତ ସଭାପତି ଡ. ରାଜକୁମାର ବଡପଣ୍ଡାଙ୍କ ନେତୃତ୍ୱରେ ଡ. ପୁରୁଷୋତ୍ତମ ଅଗ୍ରୱାଲ ଏବଂ ବରିଷ୍ଠ ଭାଜପା ନେତା ଦାମୋଦର କର ପ୍ରମୁଖ ପ୍ରମୋଦଙ୍କ ଘରେ ପହଞ୍ଚି ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣପତ୍ର ସହ ଅକ୍ଷତ ଚାଉଳ ଦେଇଥିଲେ। ତେବେ ଏହି ବାହାନାରେ ସମ୍ବଲପୁରର ରାଜନୈତିକ ସ୍ଥିତି ଉପରେ ମଧ୍ୟ ବେଶ କିଛି ସମୟ ଆଲୋଚନା ହୋଇଥିବା ଜଣାପଡିଛି।

ଡ. ପ୍ରମୋଦ ରଥ ହାଇକୋର୍ଟ ବେଞ୍ଚ ବାବଦରେ ଖବରଦାତା ସମ୍ମିଳନୀ କରୁଥିବା ସମୟରେ ତାଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଥିଲା। ଏହାପରେ ରେଢାଖୋଲ, ସମ୍ବଲପୁର ଏବଂ କୁଚିଣ୍ଡା ଅଞ୍ଚଳର ବହୁ ବିଜେଡି କର୍ମକର୍ତ୍ତା ତାଙ୍କ ପାଖକୁ ଆସି ଭବିଷ୍ୟତ ପଦକ୍ଷେପ ଉପରେ ଆଲୋଚନା କରୁଥିବା ବେଳେ ହଠାତ ଭାଜପା ନେତା ତାଙ୍କ ଘରକୁ ପହଞ୍ଚିବା ରାଜନୈତିକ ମହଲରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ତେବେ ଏ ସମ୍ପର୍କରେ ଡ. ପ୍ରମୋଦ ରଥଙ୍କୁ ପଚାରିବାକୁ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ଏବଂ ସମସ୍ତଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଆଗରୁ ରହିଛି। ତେଣୁ ଏଥିସହ ରାଜନୈତିକ ସମ୍ପର୍କ ନାହିଁ ବୋଲି କହିଛନ୍ତି। ତେବେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ସହ ସାରା ଦେଶର ଆସ୍ଥା ଏବଂ ବିଶ୍ୱାସ ଜଡିତ ରହିଥିବାରୁ ମୋତେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ମିଳିବା ନେଇ ସମସ୍ତଙ୍କୁ ଧନ୍ୟବାଦ ଦେଇଛି। ପ୍ରମୋଦଙ୍କ ବହିଷ୍କାର ଘଟଣା ପରେ ସମ୍ବଲପୁରରେ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବା ବେଳେ ଡ. ପ୍ରମୋଦ ରଥ ଭାଜପାରେ ଯୋଗ ଦେବେକି ବୋଲି ସାକ୍ଷାତ ପରେ ଆଲୋଚନା ଜୋର ଧରିଛି।

The post ବହିଷ୍କୃତ ବିଜେଡି ନେତାଙ୍କ ଘରେ ପହଞ୍ଚିଲେ ଭାଜପା ନେତା appeared first on Dharitri Odia News.