ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର ଆଉଟରିଚ ପ୍ରୋଗ୍ରାମ

ଭୁବନେଶ୍ୱର,୧୧।୧୧ (ଅଭୟ ଦାଶ): ଦେଶର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରର ହିତାଧିକାରୀମାନେ ସବଳ ହେବାର ଆବଶ୍ୟକତା ରହିଛି। ଏପରିକି ଘରୋଇ ବଜାରରେ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ମାଇକ୍ରୋ ସ୍ମଲ୍‌ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ ବା ଏମ୍‌ଏସ୍‌ଏମ୍‌ଇ) ର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ବେଙ୍ଗାଲୁରୁର ପିନିଆ କ୍ଲଷ୍ଟରଠାରେ ଆୟୋଜିତ ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର ଆଉଟରିଚ ପ୍ରୋଗ୍ରାମରେ ଯୋଗ ଦେଇ ଏଭଳି କିଛି କହିଛନ୍ତି। ଏହି ଅବସରରେ ସେ ଉପସ୍ଥିତ […] The post ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର ଆଉଟରିଚ ପ୍ରୋଗ୍ରାମ appeared first on Dharitri Odia News.

ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର ଆଉଟରିଚ ପ୍ରୋଗ୍ରାମ

ଭୁବନେଶ୍ୱର,୧୧।୧୧ (ଅଭୟ ଦାଶ): ଦେଶର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରର ହିତାଧିକାରୀମାନେ ସବଳ ହେବାର ଆବଶ୍ୟକତା ରହିଛି। ଏପରିକି ଘରୋଇ ବଜାରରେ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ମାଇକ୍ରୋ ସ୍ମଲ୍‌ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ ବା ଏମ୍‌ଏସ୍‌ଏମ୍‌ଇ) ର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ବେଙ୍ଗାଲୁରୁର ପିନିଆ କ୍ଲଷ୍ଟରଠାରେ ଆୟୋଜିତ ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର ଆଉଟରିଚ ପ୍ରୋଗ୍ରାମରେ ଯୋଗ ଦେଇ ଏଭଳି କିଛି କହିଛନ୍ତି। ଏହି ଅବସରରେ ସେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହ ଏମ୍‌ଏସ୍‌ଏମ୍‌ଇ ହିତାଧିକାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରୟାସ ଏବଂ ଏମ୍‌ଏସ୍‌ଏମ୍‌ଇ ଗ୍ରାହକଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ କିଛି ଏମ୍‌ଏସ୍‌ଏମ୍‌ଇ ଗ୍ରାହକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ସେହିପରି ଚଳିତ ଆର୍ଥିକ ବର୍ଷରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଅଧିକ ଋଣ ଦେବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଦେଶର ୧୪୯ଟି ସ୍ଥାନ ଏବଂ ଓଡ଼ିଶାର ୬ଟି ସ୍ଥାନରେ ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର ଆଉଟରିଚ ପ୍ରୋଗ୍ରାମ ଏକା ସାଙ୍ଗରେ ଆୟୋଜନ କରାଯାଇଥିଲା। ଏପରିକି ବେଙ୍ଗାଲୁରୁର ପିନିଆ କ୍ଲଷ୍ଟରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରାମନ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଜିତନ ରାମ ମାଝୀ ବିହାରର ଗୟାରୁ ଭିଡିଓ କନଫରେନ୍ସ (ଭିସି) ମାଧ୍ୟମରେ ଅଂଶଗ୍ରହଣ କରିଥିଲାବେଳେ ବେଙ୍ଗାଲୁରୁରେ ଅନ୍ୟ ସମ୍ମାନିତ ଅତିଥିମାନଙ୍କ ସହ ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଏବଂ ଡିଏଫ୍‌ଏସ୍‌ ସଚିବ ମଧ୍ୟ ଉପସ୍ଥିତ ଥିଲେ।
ସେହିଭଳି ଓଡ଼ିଶାରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଓଡ଼ିଶାର ଆବାହକ ୟୁକୋ ବ୍ୟାଙ୍କ ପକ୍ଷରୁ ୬ଟି ଏଲ୍‌ଡିଏମ୍‌ ଓ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ବାଲେଶ୍ୱର, କଟକ, ଭୁବନେଶ୍ବର, ବ୍ରହ୍ମଗିରି, ବରଗଡ଼ ଓ ରମ୍ଭାଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏପରିକି ସମସ୍ତେ ଭିସି ମାଧ୍ୟମରେ ବେଙ୍ଗାଲୁରୁ ସହିତ ସଂଯୁକ୍ତ ହୋଇଥିଲେ। ଯେଉଁଠାରେ ମୁଖ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୫୦ ଏମ୍‌ଏସ୍‌ଏମ୍‌ଇ ଗ୍ରାହକ ଏବଂ ବ୍ୟାଙ୍କର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏପରିକି ସମସ୍ତ ୬ଟି ସ୍ଥାନରେ ୟୁକୋ ବ୍ୟାଙ୍କର ଜେନେରାଲ ମ୍ୟାନେଜର, ଡେପୁଟି ଜେନେରାଲ ମ୍ୟାନେଜର, ଜୋନାଲ ହେଡମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

The post ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର ଆଉଟରିଚ ପ୍ରୋଗ୍ରାମ appeared first on Dharitri Odia News.