ମା’ ମଝିଘରିଆଣୀ ମନ୍ଦିରରେ ଚାଲିଛି ଗଣତି, ବାହାରୁଛି ପୁଳାପୁଳା ଟଙ୍କା
ରାୟଗଡ଼ା,୨୪।୭: ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଖୋଲିଛି । ୩ ମାସ ପରେ ହୁଣ୍ଡି ଖୋଲାଯାଇଛି। ଏଥିରୁ ପୁଳାପୁଳା ଟଙ୍କା ବାହାରିଛି। ଯେତେ ଗଣିଲେ ମଧ୍ୟ ସରୁନି । ଏହି ଟଙ୍କାକୁ ଗଣିବାକୁ ୨୦୦ ମହିଳା ଲାଗିଛନ୍ତି। ଦେବୋତ୍ତର ବିଭାଗ ଓ ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଏହି ଗଣତି ଚାଲିଛି। ପୋଲିସର କଡା ସୁରକ୍ଷା ଭିତରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ସକାଳ ୯ରୁ ଖୋଲାଯାଇ ଗଣତି ଚାଲିଛି […] The post ମା’ ମଝିଘରିଆଣୀ ମନ୍ଦିରରେ ଚାଲିଛି ଗଣତି, ବାହାରୁଛି ପୁଳାପୁଳା ଟଙ୍କା appeared first on Dharitri Odia News.
ରାୟଗଡ଼ା,୨୪।୭: ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଖୋଲିଛି । ୩ ମାସ ପରେ ହୁଣ୍ଡି ଖୋଲାଯାଇଛି। ଏଥିରୁ ପୁଳାପୁଳା ଟଙ୍କା ବାହାରିଛି। ଯେତେ ଗଣିଲେ ମଧ୍ୟ ସରୁନି । ଏହି ଟଙ୍କାକୁ ଗଣିବାକୁ ୨୦୦ ମହିଳା ଲାଗିଛନ୍ତି। ଦେବୋତ୍ତର ବିଭାଗ ଓ ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଏହି ଗଣତି ଚାଲିଛି।
ପୋଲିସର କଡା ସୁରକ୍ଷା ଭିତରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ସକାଳ ୯ରୁ ଖୋଲାଯାଇ ଗଣତି ଚାଲିଛି । ଗଣତି କାର୍ୟ୍ୟରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସେଚ୍ଛାସେବୀ ଓ ଛାତ୍ରୀଛାତ୍ରଙ୍କୁ ନିୟୋଜିତ କରାଯାଇଛି । ଗଣତିରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ସାମିଲ ହୋଇଛନ୍ତି । ଚଳିତ ଥର ୭୦ ରୁ ୮୦ ଲକ୍ଷ ଟଙ୍କା ମିଳିବ ବୋଲିି ମନ୍ଦିର କମିଟି ଆଶା ରଖିଛି। ମାର୍ଚ୍ଚ ୧୮ ତାରିଖ ଦିନ ମନ୍ଦିର ପରିସରରେ ଥିବା ସମୁଦାୟ ୯ଟି ଦାନବାକ୍ସରୁ ନଗଦ ଆକାରରେ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା, ୬୨ ଗ୍ରାମ ସୁନା, ୨ କେଜି ୩୦୦ ଗ୍ରାମ ରୁପା ଓ ବିଦେଶୀ ମୁଦ୍ରା ୬୬ଟା, ଅଚଳ ୨ହଜାର ଟଙ୍କା, ୫୦୦ ଟଙ୍କା ମିଳିଥିଲା ।
The post ମା’ ମଝିଘରିଆଣୀ ମନ୍ଦିରରେ ଚାଲିଛି ଗଣତି, ବାହାରୁଛି ପୁଳାପୁଳା ଟଙ୍କା appeared first on Dharitri Odia News.