ଆରଆଇ ଅଫିସରେ କଳାକନା ବୁଲାଇଲେ ଚୋର: ସେଲୁନ, ଭେରାଇଟି ଷ୍ଟୋରକୁ ମଧ୍ୟ ଛାଡିଲେନି
ଖଲ୍ଲିକୋଟ,୧୯।୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସିରିଜ୍ ଚୋରି ହୋଇଛି। କହ୍ନେଇପୁର ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସହ ଦୁଇଟି ଦୋକାନରେ ମଧ୍ୟ ତାଲା ଭାଙ୍ଗି ଚୋରି କରିଛନ୍ତି ଚୋର। ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଚୋର ତାଲାଭାଙ୍ଗି ପଶିଥିବା ବେଳେ ଏହି ଅଫିସରୁ କିଛି ମୂଲ୍ୟବାନ କାଗଜ ପତ୍ର ଚୋରି ହୋଇଥିବା ସନ୍ଦେହ କରାଯାଉଛି। ସେହିପରି ସେହି ଗ୍ରାମରେ ଥିବା ଅନିଲ ସେଲୁନରୁ କିଛି ସେଲୁନ ସାମଗ୍ରୀ […] The post ଆରଆଇ ଅଫିସରେ କଳାକନା ବୁଲାଇଲେ ଚୋର: ସେଲୁନ, ଭେରାଇଟି ଷ୍ଟୋରକୁ ମଧ୍ୟ ଛାଡିଲେନି appeared first on Dharitri Odia News.
ଖଲ୍ଲିକୋଟ,୧୯।୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସିରିଜ୍ ଚୋରି ହୋଇଛି। କହ୍ନେଇପୁର ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସହ ଦୁଇଟି ଦୋକାନରେ ମଧ୍ୟ ତାଲା ଭାଙ୍ଗି ଚୋରି କରିଛନ୍ତି ଚୋର। ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଚୋର ତାଲାଭାଙ୍ଗି ପଶିଥିବା ବେଳେ ଏହି ଅଫିସରୁ କିଛି ମୂଲ୍ୟବାନ କାଗଜ ପତ୍ର ଚୋରି ହୋଇଥିବା ସନ୍ଦେହ କରାଯାଉଛି। ସେହିପରି ସେହି ଗ୍ରାମରେ ଥିବା ଅନିଲ ସେଲୁନରୁ କିଛି ସେଲୁନ ସାମଗ୍ରୀ ସହ କିଛି ଟଙ୍କା ଚୋରି ହୋଇଥିବା ସେଲୁନ ମାଲିକ କହିଛନ୍ତି। ଅନ୍ୟ ଏକ ଭେରାଇଟ ଷ୍ଟୋରରେ ମଧ୍ୟ ପଶି ଚୋରମାନେ ଦୋକାନ ସାମଗ୍ରି ଚୋରି କରି ନେଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି। ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି।
The post ଆରଆଇ ଅଫିସରେ କଳାକନା ବୁଲାଇଲେ ଚୋର: ସେଲୁନ, ଭେରାଇଟି ଷ୍ଟୋରକୁ ମଧ୍ୟ ଛାଡିଲେନି appeared first on Dharitri Odia News.