ଖୋଲିଲା ହୀରାକୁଦ ଗେଟ୍‌, ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର,୬ା୭: ଆଜି ଅର୍ଥାତ୍‌ ରବିବାର ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲାଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍‌ ଖୋଲାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍‌ ଖୋଲାଯିବ। ଆଜି ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଏହି ଗେଟ୍‌ ଖୋଲାଯାଇଛି। ସେହିପରି ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲାଯାଇ ଶନିବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍‌ରେ ବ୍ରାହ୍ମଣୀ […] The post ଖୋଲିଲା ହୀରାକୁଦ ଗେଟ୍‌, ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ appeared first on Dharitri Odia News.

ଖୋଲିଲା ହୀରାକୁଦ ଗେଟ୍‌, ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର,୬ା୭: ଆଜି ଅର୍ଥାତ୍‌ ରବିବାର ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲାଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍‌ ଖୋଲାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍‌ ଖୋଲାଯିବ। ଆଜି ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଏହି ଗେଟ୍‌ ଖୋଲାଯାଇଛି।

ସେହିପରି ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲାଯାଇ ଶନିବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍‌ରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅଧୀକ୍ଷଣ ଯନ୍ତ୍ରୀ ସୌମେନ୍ଦ୍ର ବେହେରା କହିଛନ୍ତି, ଡ୍ୟାମ୍‌ର ପୂର୍ଣ୍ଣ ଜଳଧାରଣ କ୍ଷମତା ୧୨୩.୫୦ ମିଟର ହୋଇଥିବାବେଳେ ଶନିବାର ଅପରାହ୍ନ ୫ଟା ସୁଦ୍ଧା ଜଳସ୍ତର ୧୨୦.୯୮ ମିଟରରେ ପହଞ୍ଚିଥିଲା। ଫଳରେ ସନ୍ଧ୍ୟା ୬ଟା ୨୦ରେ ଡ୍ୟାମ୍‌ର ୮ନଂ. ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୪୮୯.୯୭ ଘନ ମିଟର ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ଖୋଲାଯାଇଥିବା ଗୋଟିଏ ଗେଟ୍‌ ଓ ପାୱାର ଚ୍ୟାନେଲ ଦେଇ ୧୭୦୦ ଘନ ମିଟର ଜଳ ନିଷ୍କାସନ କରାଯାଉଛି। ଡ୍ୟାମ୍‌ ଗେଟ ଖୋଲିବା ସମୟରେ ମୁଖ୍ୟଯନ୍ତ୍ରୀ ହୃଦାନନ୍ଦ ମଲ୍ଲିକ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାସ, ଅଧୀକ୍ଷଣ ଯନ୍ତ୍ରୀ ବେହେରା, ଉପଖଣ୍ଡ ଅଧିକାରୀ ଶଙ୍କରା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସମଲ ବ୍ୟାରେଜର ମଧ୍ୟ ୫ଟି ଗେଟ୍‌ ଖୋଲା ଯାଇଥିବା ବ୍ୟାରେଜ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି।

 

The post ଖୋଲିଲା ହୀରାକୁଦ ଗେଟ୍‌, ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ appeared first on Dharitri Odia News.