୩୭୦ ଟ୍ରେନ୍ରେ ସଂଯୋଗ ହେବ ୧ ହଜାର ଦ୍ୱିତୀୟ ଶ୍ରେଣୀ କୋଚ୍
ଭୁବନେଶ୍ୱର,୨୦ା୧୧(ଅନୁରାଧା ମହାରଣା): ରେଳଯାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭାରତୀୟ ରେଳପଥ ପକ୍ଷରୁ ଯାତ୍ରୀସେବାକୁ ତ୍ୱରାନ୍ବିତ କରାଯାଉଛି। ଏହି କ୍ରମରେ ଗତ ୩ମାସ ମଧ୍ୟରେ ବିଭିନ୍ନ ଟ୍ରେନରେ ସାଧାରଣ ବର୍ଗ (ଜିଏସ୍)ର ପ୍ରାୟ ୬୦୦ ନୂତନ ଅତିରିକ୍ତ କୋଚ୍ ସଂଯୋଗ କରାଯାଉଛି। ଏହି ସମସ୍ତ କୋଚ୍ ନିୟମିତ ଟ୍ରେନରେ ସଂଯୋଗ କରାଯାଇଛି। ଏଥିସହ ଚଳିତ ମାସ ଶେଷ ସୁଦ୍ଧା ପ୍ରାୟ ୩୭୦ ନିୟମିତ ଟ୍ରେନରେ ଏକ ହଜାରରୁ ଅଧିକ ସାଧାରଣ ବର୍ଗ କୋଚ୍ ସଂଯୋଗ […] The post ୩୭୦ ଟ୍ରେନ୍ରେ ସଂଯୋଗ ହେବ ୧ ହଜାର ଦ୍ୱିତୀୟ ଶ୍ରେଣୀ କୋଚ୍ appeared first on Dharitri Odia News.
ଭୁବନେଶ୍ୱର,୨୦ା୧୧(ଅନୁରାଧା ମହାରଣା): ରେଳଯାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭାରତୀୟ ରେଳପଥ ପକ୍ଷରୁ ଯାତ୍ରୀସେବାକୁ ତ୍ୱରାନ୍ବିତ କରାଯାଉଛି। ଏହି କ୍ରମରେ ଗତ ୩ମାସ ମଧ୍ୟରେ ବିଭିନ୍ନ ଟ୍ରେନରେ ସାଧାରଣ ବର୍ଗ (ଜିଏସ୍)ର ପ୍ରାୟ ୬୦୦ ନୂତନ ଅତିରିକ୍ତ କୋଚ୍ ସଂଯୋଗ କରାଯାଉଛି। ଏହି ସମସ୍ତ କୋଚ୍ ନିୟମିତ ଟ୍ରେନରେ ସଂଯୋଗ କରାଯାଇଛି। ଏଥିସହ ଚଳିତ ମାସ ଶେଷ ସୁଦ୍ଧା ପ୍ରାୟ ୩୭୦ ନିୟମିତ ଟ୍ରେନରେ ଏକ ହଜାରରୁ ଅଧିକ ସାଧାରଣ ବର୍ଗ କୋଚ୍ ସଂଯୋଗ କରାଯିବ। ରେଳ ଚଳାଚଳରେ ନୂତନ ଜିଏସ୍ କୋଚ୍ ସଂଯୋଗ ଦ୍ୱାରା ଦୈନିକ ପ୍ରାୟ ଏକଲକ୍ଷ ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହାବ୍ୟତୀତ ଆସନ୍ତା ଦୁଇବର୍ଷ ମଧ୍ୟରେ ରେଳ ଚଳାଚଳରେ ବହୁ ସଂଖ୍ୟକ ଅଣ-ଏସି କୋଚ ଅନ୍ତର୍ଭୁକ୍ତ କରାଯିବ।
ସାଧାରଣ ବର୍ଗର ରେଳଯାତ୍ରୀଙ୍କ ପାଇଁ ନୂତନ ସୁବିଧା ବିଷୟରେ ରେଳ ବୋର୍ଡ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି। ରେଳବାଇ କାର୍ଯ୍ୟନିର୍ବାହୀ (ସୂଚନା ଏବଂ ପ୍ରଚାର) ଦିଲୀପ କୁମାର କହିଛନ୍ତି ଯେ, ରେଳପଥର ସାଧାରଣ ପ୍ରାଥମିକତା ମଧ୍ୟରେ ସାଧାରଣ ବର୍ଗର ଯାତ୍ରୀ ଅଛନ୍ତି। ଏହି ବର୍ଗର ଯାତ୍ରୀଙ୍କୁ ସର୍ବାଧିକ ସୁବିଧା ଯୋଗାଇବା ପାଇଁ ରେଳପଥ ବିଭିନ୍ନ ଦିଗରେ କାର୍ଯ୍ୟ କରୁଛି। ରେଳବାଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି ଯେ, ଆସନ୍ତା ଦୁଇବର୍ଷ ମଧ୍ୟରେ ୧୦ ହଜାରରୁ ଅଧିକ ଅଣ-ଶୀତତାପ ନିୟନ୍ତ୍ରିତ ସାଧାରଣ ଶ୍ରେଣୀ (ଜିଏସ୍) କୋଚ ରେଳ ଚଳାଚଳରେ ଅନ୍ତର୍ଭୁକ୍ତ ହେବ। ଏଥିମଧ୍ୟରୁ ୬ ହଜାରରୁ ଅଧିକ ଜିଏସ୍ କୋଚ ହେବାକୁ ଥିବାବେଳେ ଅବଶିଷ୍ଟ କୋଚ ଶୟନ ଶ୍ରେଣୀ ହେବ। ଏତେସଂଖ୍ୟକ ଅଣ-ଏସି କୋଚ ଅନ୍ତର୍ଭୁକ୍ତ ହେବା ସହିତ ସାଧାରଣ ଶ୍ରେଣୀର ପ୍ରାୟ ୮ଲକ୍ଷ ଯାତ୍ରୀ ରେଳ ଯୋଗେ ଯାତ୍ରା କରିପାରିବେ। ଜିଏସ୍ ବର୍ଗର ଏହି ନୂତନ ଉତ୍ପାଦିତ କୋଚଗୁଡିକ ଏଲ୍ଏଚ୍ବିର ହେବ। ଏହା ଯାତ୍ରାକୁ ଆରାମଦାୟକ ଓ ସୁବିଧାଜନକ ତଥା ନିରାପଦ ଏବଂ ଦ୍ରୁତ ଗତିରେ ସାହାଯ୍ୟ କରିବ। ଏହି ନୂତନ ଏଲ୍ଏଚ୍ବି କୋଚ୍ଗୁଡିକ ସାଧାରଣ ଆଇସିଏଫ୍ ରେଳ କୋଚ ଅପେକ୍ଷା ଅପେକ୍ଷାକୃତ ହାଲୁକା ଏବଂ ଶକ୍ତିଶାଳୀ ହୋଇଥିବାରୁ ଦୁର୍ଘଟଣା ହେଲେ ଏହି କୋଚଗୁଡ଼ିକରେ କମ୍ କ୍ଷତି ହେବ।
The post ୩୭୦ ଟ୍ରେନ୍ରେ ସଂଯୋଗ ହେବ ୧ ହଜାର ଦ୍ୱିତୀୟ ଶ୍ରେଣୀ କୋଚ୍ appeared first on Dharitri Odia News.