ଭାରତରେ ୨୯,୫୦୦ ପଞ୍ଜୀକୃତ ଡ୍ରୋନ୍ ରହିଛି
ନୂଆଦିଲ୍ଲୀ, ୧୭ା୨: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ରବିବାର ଜାରି ଆଧିକାରିକ ତଥ୍ୟ ଅନୁଯାୟୀ, ଭାରତରେ ୨୯,୫୦୦ରୁ ଅଧିକ ପଞ୍ଜୀକୃତ ଡ୍ରୋନ୍ ରହିଛି। ଗତ ଜାନୁଆରୀ ୨୯ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ୪,୮୮୨ ପଞ୍ଜୀକୃତ ଡ୍ରୋନ୍ ରହିଥିବାବେଳେ ତାମିଲନାଡ଼ୁରେ ଦ୍ୱିତୀୟ ସର୍ବାଧିକ ୪,୫୮୮ ଏବଂ ମହାରାଷ୍ଟ୍ରରେ ୪,୧୩୨ଟି ପଞ୍ଜୀକୃତ ଡ୍ରୋନ୍ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ହରିୟାଣାରେ ୩,୬୮୯, କର୍ନାଟକରେ ୨,୫୧୬, ତେଲଙ୍ଗାନାରେ ୧,୯୨୮, ଗୁଜରାଟରେ ୧,୩୩୮, କେରଳରେ ୧,୩୧୮ଟି ପଞ୍ଜୀକୃତ ଡ୍ରୋନ୍ […] The post ଭାରତରେ ୨୯,୫୦୦ ପଞ୍ଜୀକୃତ ଡ୍ରୋନ୍ ରହିଛି appeared first on Dharitri Odia News.
ନୂଆଦିଲ୍ଲୀ, ୧୭ା୨: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ରବିବାର ଜାରି ଆଧିକାରିକ ତଥ୍ୟ ଅନୁଯାୟୀ, ଭାରତରେ ୨୯,୫୦୦ରୁ ଅଧିକ ପଞ୍ଜୀକୃତ ଡ୍ରୋନ୍ ରହିଛି। ଗତ ଜାନୁଆରୀ ୨୯ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ୪,୮୮୨ ପଞ୍ଜୀକୃତ ଡ୍ରୋନ୍ ରହିଥିବାବେଳେ ତାମିଲନାଡ଼ୁରେ ଦ୍ୱିତୀୟ ସର୍ବାଧିକ ୪,୫୮୮ ଏବଂ ମହାରାଷ୍ଟ୍ରରେ ୪,୧୩୨ଟି ପଞ୍ଜୀକୃତ ଡ୍ରୋନ୍ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ହରିୟାଣାରେ ୩,୬୮୯, କର୍ନାଟକରେ ୨,୫୧୬, ତେଲଙ୍ଗାନାରେ ୧,୯୨୮, ଗୁଜରାଟରେ ୧,୩୩୮, କେରଳରେ ୧,୩୧୮ଟି ପଞ୍ଜୀକୃତ ଡ୍ରୋନ୍ ରହିଛି। ପ୍ରତି ପଞ୍ଜୀକୃତ ଡ୍ରୋନ୍କୁ ଡିଜିଟାଲ ସ୍କାଇ ପ୍ଲାଟ୍ଫର୍ମରୁ ଏକ ସ୍ବତନ୍ତ୍ର ପରିଚୟ ନମ୍ବର(ୟୁଆଇଏନ୍) ଜାରି କରାଯାଇଥାଏ।
The post ଭାରତରେ ୨୯,୫୦୦ ପଞ୍ଜୀକୃତ ଡ୍ରୋନ୍ ରହିଛି appeared first on Dharitri Odia News.