ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ମହିଳା, ଷ୍ଟେସନରେ ଧରିଲା ଅବକାରୀ ବିଭାଗ

ରାୟଗଡ଼ା ୧୨।୧: ରାୟଗଡା ଅବକାରୀ ବିଭାଗକୁ ମିଳିଲା ଆଉ ଏକ ସଫଳତା l ରାୟଗଡା ରେଳ ଷ୍ଟେସନ ଠାରେ ୨୩ କିଲୋ ଗଂଜେଇ ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି l ରାୟଗଡା ରେଳ ଷ୍ଟେସନ ନିକଟରେ ଗଂଜେଇ ଭର୍ତ୍ତି ଦୁଇଟି ବ୍ୟାଗ୍ ନେଇ ଷ୍ଟେସନ  ଯିବା ପାଇଁ ଉଦ୍ୟମ କରୁଥିବା ସମୟରେ କାବୁ କଲେ ଅବକାରୀ ବିଭାଗ ଅଧିକାରୀ l ରେଳ ଷ୍ଟେସନ ଅଞ୍ଚଳରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ମହିଳାଙ୍କୁ ଦେଖି ଯାଞ୍ଚ କରିବା ସମୟରେ ଗଂଜେଇ ଧରାପଡିଛି l ଏହି ଯାଞ୍ଚରେ ଅବକାରୀ ଥାନା ଅଧିକାରୀ ସଞ୍ଜୟ କୁମାର ପ୍ରଧାନଙ୍କ ସହ ୫ ଅବକାରୀ ଅଧିକାରୀ ଏବଂ ଆର୍‌ପିଏଫ୍‌ ଷ୍ଟାଫ ରହିଥିଲେ l ଧରାପଡିଥିବା ଅଭିଯୁକ୍ତ ମହିଳା ଏବଂ ସେ ମଧ୍ୟପ୍ରଦେଶ ଅଞ୍ଚଳର ବୋଲି ଜଣାପଡିଛି ।You Can Read:ଗହୀରମଥା ଗଭୀର ସମୁଦ୍ରରେ ଫୁଟିଲା ଗୁଳି, ଧରାପଡିଥିବା ମତ୍ସ୍ୟଜୀବୀଙ୍କୁ ଛଡାଇ ନେଲେ ମାଛ ମାଫିଆ

ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ମହିଳା, ଷ୍ଟେସନରେ ଧରିଲା ଅବକାରୀ ବିଭାଗ

ରାୟଗଡ଼ା ୧୨।୧: ରାୟଗଡା ଅବକାରୀ ବିଭାଗକୁ ମିଳିଲା ଆଉ ଏକ ସଫଳତା l ରାୟଗଡା ରେଳ ଷ୍ଟେସନ ଠାରେ ୨୩ କିଲୋ ଗଂଜେଇ ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି l ରାୟଗଡା ରେଳ ଷ୍ଟେସନ ନିକଟରେ ଗଂଜେଇ ଭର୍ତ୍ତି ଦୁଇଟି ବ୍ୟାଗ୍ ନେଇ ଷ୍ଟେସନ  ଯିବା ପାଇଁ ଉଦ୍ୟମ କରୁଥିବା ସମୟରେ କାବୁ କଲେ ଅବକାରୀ ବିଭାଗ ଅଧିକାରୀ l ରେଳ ଷ୍ଟେସନ ଅଞ୍ଚଳରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ମହିଳାଙ୍କୁ ଦେଖି ଯାଞ୍ଚ କରିବା ସମୟରେ ଗଂଜେଇ ଧରାପଡିଛି l ଏହି ଯାଞ୍ଚରେ ଅବକାରୀ ଥାନା ଅଧିକାରୀ ସଞ୍ଜୟ କୁମାର ପ୍ରଧାନଙ୍କ ସହ ୫ ଅବକାରୀ ଅଧିକାରୀ ଏବଂ ଆର୍‌ପିଏଫ୍‌ ଷ୍ଟାଫ ରହିଥିଲେ l ଧରାପଡିଥିବା ଅଭିଯୁକ୍ତ ମହିଳା ଏବଂ ସେ ମଧ୍ୟପ୍ରଦେଶ ଅଞ୍ଚଳର ବୋଲି ଜଣାପଡିଛି ।

You Can Read:

ଗହୀରମଥା ଗଭୀର ସମୁଦ୍ରରେ ଫୁଟିଲା ଗୁଳି, ଧରାପଡିଥିବା ମତ୍ସ୍ୟଜୀବୀଙ୍କୁ ଛଡାଇ ନେଲେ ମାଛ ମାଫିଆ