ବିବାଦ ସାଜିଛି ବିକାଶରେ ବାଧକ: ହନ୍ତସନ୍ତ ହେଉଛନ୍ତି ସହରବାସୀ

କନକ ବ୍ୟୁରୋ: ବାଲେଶ୍ଵର ସହରର ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ରାସ୍ତାଘାଟ ଓ ନାଳ ନର୍ଦ୍ଦମାର ନବକଳେବର ହେଉଛି। ହେଲେ କାଉନସିଲର ଓ ପୌରଅଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଯୋଗୁ ହୋଇପାରୁନି ସହରର ଏକାଧିକ ୱାର୍ଡର ବିକାଶ।   କାଉନସିଲର ଓ ପୌରାଧ୍ୟକ୍ଷଙ୍କ କଳି ଯୋଗୁଁ ବାଲେଶ୍ୱର ସହରରେ ପ୍ରଭାବିତ ହେଉଛି ବିକାଶ କାର୍ଯ୍ୟ। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଅଧାରେ ଅଟକିଛି। ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଛି ୱାର୍ଡର ଅବସ୍ଥା। ବର୍ଷ ବର୍ଷ ହେଲା ରାସ୍ତା କାମ ହୋଇନଥିବାରୁ ଖାଲଖମାରେ ଭର୍ତ୍ତି ହୋଇଗଲାଣି। କଂକ୍ରିଟ ଧସି ନାଳ ବନ୍ଦ ହେଇଯାଇଛି। ଫଳରେ ପାଣି ନିଷ୍କାସନ ହେଇପାରୁନି ଏପଟେ ରାସ୍ତା ଉପରେ ଅଳିଆ ପଡ଼ିଛି। ଫଳରେ ଦୁର୍ଗନ୍ଧରେ ଫାଟି ପଡ଼ୁଛି ଅଞ୍ଚଳ। କେବଳ ସେତିକି ନୁହେଁ ରାସ୍ତା ଅବସ୍ଥା ଏମିତି କି ଗୋଟିଏ ଚାରିଚକିଆ ଗଲେ ଆଉ ଗାଡ଼ି ଯାଇ ପାରୁନି।  ୱାର୍ଡ ସମସ୍ୟା ନେଇ କାଉନସିଲରଙ୍କ ଅଭିଯୋଗ ହେଲା, ଫଣ୍ଡ ନାହିଁ ତେଣୁ କାମ ହଉନି। ସେପଟେ ପୌରାଧ୍ୟକ୍ଷା କହିଛନ୍ତି, ସବୁ ୱାର୍ଡ ଭଳି ଏହି ୱାର୍ଡରେ ମଧ୍ୟ କାମ ହେଉଛି। ଟଙ୍କା ଆସିଲେ ବାକି କାମ ସଂପୂର୍ଣ୍ଣ ହେବ। ଏଠି ପ୍ରଶ୍ନ ଉଠୁଛି, ନିର୍ବାଚନ ପୁର୍ବରୁ ମୁକ୍ତା ଯୋଜନାରେ ୨୩ ନମ୍ୱର ୱାର୍ଡର ରାସ୍ତା ଓ ନାଳ କାମ ପାଇଁ ୩୦ ଲକ୍ଷ ଟଙ୍କା ଆସିଥିଲା ସେଥିରୁ ମାତ୍ର ୫ ରୁ ୬ ଲକ୍ଷ ଟଙ୍କାର କାମ ହେଇଛି । ବଳକା ୨୪ ଲକ୍ଷ ଟଙ୍କା ଗଲା କୁଆଡେ? କେବଳ ଏହି ଗୋଟିଏ ୱା

ବିବାଦ ସାଜିଛି ବିକାଶରେ ବାଧକ: ହନ୍ତସନ୍ତ ହେଉଛନ୍ତି ସହରବାସୀ

କନକ ବ୍ୟୁରୋ: ବାଲେଶ୍ଵର ସହରର ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ରାସ୍ତାଘାଟ ଓ ନାଳ ନର୍ଦ୍ଦମାର ନବକଳେବର ହେଉଛି। ହେଲେ କାଉନସିଲର ଓ ପୌରଅଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଯୋଗୁ ହୋଇପାରୁନି ସହରର ଏକାଧିକ ୱାର୍ଡର ବିକାଶ।  

କାଉନସିଲର ଓ ପୌରାଧ୍ୟକ୍ଷଙ୍କ କଳି ଯୋଗୁଁ ବାଲେଶ୍ୱର ସହରରେ ପ୍ରଭାବିତ ହେଉଛି ବିକାଶ କାର୍ଯ୍ୟ। ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଅଧାରେ ଅଟକିଛି। ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଛି ୱାର୍ଡର ଅବସ୍ଥା। ବର୍ଷ ବର୍ଷ ହେଲା ରାସ୍ତା କାମ ହୋଇନଥିବାରୁ ଖାଲଖମାରେ ଭର୍ତ୍ତି ହୋଇଗଲାଣି। କଂକ୍ରିଟ ଧସି ନାଳ ବନ୍ଦ ହେଇଯାଇଛି। ଫଳରେ ପାଣି ନିଷ୍କାସନ ହେଇପାରୁନି ଏପଟେ ରାସ୍ତା ଉପରେ ଅଳିଆ ପଡ଼ିଛି। ଫଳରେ ଦୁର୍ଗନ୍ଧରେ ଫାଟି ପଡ଼ୁଛି ଅଞ୍ଚଳ। କେବଳ ସେତିକି ନୁହେଁ ରାସ୍ତା ଅବସ୍ଥା ଏମିତି କି ଗୋଟିଏ ଚାରିଚକିଆ ଗଲେ ଆଉ ଗାଡ଼ି ଯାଇ ପାରୁନି। 

ୱାର୍ଡ ସମସ୍ୟା ନେଇ କାଉନସିଲରଙ୍କ ଅଭିଯୋଗ ହେଲା, ଫଣ୍ଡ ନାହିଁ ତେଣୁ କାମ ହଉନି। ସେପଟେ ପୌରାଧ୍ୟକ୍ଷା କହିଛନ୍ତି, ସବୁ ୱାର୍ଡ ଭଳି ଏହି ୱାର୍ଡରେ ମଧ୍ୟ କାମ ହେଉଛି। ଟଙ୍କା ଆସିଲେ ବାକି କାମ ସଂପୂର୍ଣ୍ଣ ହେବ। ଏଠି ପ୍ରଶ୍ନ ଉଠୁଛି, ନିର୍ବାଚନ ପୁର୍ବରୁ ମୁକ୍ତା ଯୋଜନାରେ ୨୩ ନମ୍ୱର ୱାର୍ଡର ରାସ୍ତା ଓ ନାଳ କାମ ପାଇଁ ୩୦ ଲକ୍ଷ ଟଙ୍କା ଆସିଥିଲା ସେଥିରୁ ମାତ୍ର ୫ ରୁ ୬ ଲକ୍ଷ ଟଙ୍କାର କାମ ହେଇଛି । ବଳକା ୨୪ ଲକ୍ଷ ଟଙ୍କା ଗଲା କୁଆଡେ?

କେବଳ ଏହି ଗୋଟିଏ ୱାର୍ଡ ନୁହେଁ  ସହରର ବିଭିନ୍ନ ୱାର୍ଡରେ କାଉନସିଲର ଓ ପୌରାଧ୍ୟକ୍ଷଙ୍କ ବିବାଦ ଯୋଗୁଁ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। କେବେ ବିବାଦ ଥମିବ, କେବେ ହେବ ପୌରାଞ୍ଚଳର ବିକାଶ ତାକୁ ହିଁ ଅପେକ୍ଷା କରିଛନ୍ତି ସହରବାସୀ।