ଅଳିଆ ଗଦାରେ ଅଳିଆଗାଡି: ବାଲେଶ୍ୱର ପୌର କାର୍ଯ୍ୟାଳୟରେ ଖରାପ ହୋଇ ପଡି ରହିଛି ୨୦ରୁ ଅଧିକ ସ୍ୱଚ୍ଛସବାରୀ
କନକ ବ୍ୟୁରୋ: ଅଳିଆ ଜମା କେନ୍ଦ୍ରରେ ଅଳିଆ ଗାଡ଼ି । ସହରକୁ ସ୍ୱଚ୍ଛ ରଖିବାକୁ ଏସବୁକୁ ଅଣା ଯାଇଥିଲା, ହେଲେ ସେଥିରୁ କିଛି ଗାଡ଼ି ଚାଲିଛି, ଆଉ କିଛି ଖରାପ ହେଇ ଖତ ଖାଉଚି । ସେପଟେ ରାସ୍ତା କଡ଼ରେ ଅଳିଆ ଗଦା ହେଉଥିବାରୁ ଦୁର୍ଗନ୍ଧରେ ଫାଟି ପଡ଼ୁଛି ଅଂଚଳ । ସହରକୁ ସ୍ୱଚ୍ଛ ରଖିବାକୁ ବାଲେଶ୍ଵର ପୌରାଞ୍ଚଳକୁ ଆସିଥିଲା ବ୍ୟାଟେରୀ ଚାଳିତ ଅଳିଆ ଉଠା ଗାଡ଼ି । ଗାଡ଼ିର ନାଁ ଥିଲା ସ୍ୱଚ୍ଛ ଶବାରୀ,ସହରବାସୀ ବି ଖୁସି ଥିଲେ କି ଯା ହଉ ସହର ଏବେ ସ୍ୱଚ୍ଛ ହେବ । ହେଲେ ଏବେ ସ୍ୱଚ୍ଛ ଶବାରୀରେ ଲାଗିଛି ବ୍ରେକ୍ । ୨୦ରୁ ଅଧିକ ଗାଡ଼ି ଖରାପ ହୋଇ ପୌର କାର୍ଯ୍ୟାଳୟରେ ପଡ଼ି ରହିଛି, ସେପଟେ ଏହି ଗାଡ଼ି ଚଲାଇବା ପାଇଁ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି, ସେମାନେ ଦୁଇଓଳି ବୁଲି ବୁଲି ଘରୁ ଅଳିଆ ସଂଗ୍ରହ କରିବେ, ଏବେ ସହରରେ ମାତ୍ର ୪୫ଟି ଗାଡ଼ି ଚାଲୁଛି । କିନ୍ତୁ ଏହା ଯଥେଷ୍ଟ ନୁହେଁ, କାରଣ ଏତେ ବଡ଼ ସହରକୁ ଏତିକି ଗାଡ଼ି ଅଣ୍ଟୁନି, ଫଳରେ ସହରରେ ଏଣେତେଣେ ଅଳିଆ ପଡ଼ି ରହିଛି । ଗାଡି ଆସିବାର ମାତ୍ର ତିନି ବର୍ଷ ରେ ଅନେକ ଗାଡ଼ି ଭାଙ୍ଗି ପଡ଼ିଛି । ନୂଆ ଗାଡ଼ିକୁ ଛାଡ଼ିଦେଲେ ଯେଉଁ ଗାଡ଼ି ଚାଲୁଛି ସେ ଗୁଡିକ ଭାଙ୍ଗିବାକୁ ବସିଲାଣି । ସେପଟେ ସହରର ଅଳିଆ ସଫା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ହେଲେ ଲୋକମାନେ ଚେତୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ କାଉନସିଲର । ସେପଟେ ଉପଜିଲ୍ଲାପାଳ ତଥା ପୌର ଏଗଜିକ୍ୟୁଟିଭ୍ ଅଫିସର କହିଛନ୍ତି ନ
କନକ ବ୍ୟୁରୋ: ଅଳିଆ ଜମା କେନ୍ଦ୍ରରେ ଅଳିଆ ଗାଡ଼ି । ସହରକୁ ସ୍ୱଚ୍ଛ ରଖିବାକୁ ଏସବୁକୁ ଅଣା ଯାଇଥିଲା, ହେଲେ ସେଥିରୁ କିଛି ଗାଡ଼ି ଚାଲିଛି, ଆଉ କିଛି ଖରାପ ହେଇ ଖତ ଖାଉଚି । ସେପଟେ ରାସ୍ତା କଡ଼ରେ ଅଳିଆ ଗଦା ହେଉଥିବାରୁ ଦୁର୍ଗନ୍ଧରେ ଫାଟି ପଡ଼ୁଛି ଅଂଚଳ ।
ସହରକୁ ସ୍ୱଚ୍ଛ ରଖିବାକୁ ବାଲେଶ୍ଵର ପୌରାଞ୍ଚଳକୁ ଆସିଥିଲା ବ୍ୟାଟେରୀ ଚାଳିତ ଅଳିଆ ଉଠା ଗାଡ଼ି । ଗାଡ଼ିର ନାଁ ଥିଲା ସ୍ୱଚ୍ଛ ଶବାରୀ,ସହରବାସୀ ବି ଖୁସି ଥିଲେ କି ଯା ହଉ ସହର ଏବେ ସ୍ୱଚ୍ଛ ହେବ । ହେଲେ ଏବେ ସ୍ୱଚ୍ଛ ଶବାରୀରେ ଲାଗିଛି ବ୍ରେକ୍ । ୨୦ରୁ ଅଧିକ ଗାଡ଼ି ଖରାପ ହୋଇ ପୌର କାର୍ଯ୍ୟାଳୟରେ ପଡ଼ି ରହିଛି, ସେପଟେ ଏହି ଗାଡ଼ି ଚଲାଇବା ପାଇଁ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି, ସେମାନେ ଦୁଇଓଳି ବୁଲି ବୁଲି ଘରୁ ଅଳିଆ ସଂଗ୍ରହ କରିବେ, ଏବେ ସହରରେ ମାତ୍ର ୪୫ଟି ଗାଡ଼ି ଚାଲୁଛି । କିନ୍ତୁ ଏହା ଯଥେଷ୍ଟ ନୁହେଁ, କାରଣ ଏତେ ବଡ଼ ସହରକୁ ଏତିକି ଗାଡ଼ି ଅଣ୍ଟୁନି, ଫଳରେ ସହରରେ ଏଣେତେଣେ ଅଳିଆ ପଡ଼ି ରହିଛି ।
ଗାଡି ଆସିବାର ମାତ୍ର ତିନି ବର୍ଷ ରେ ଅନେକ ଗାଡ଼ି ଭାଙ୍ଗି ପଡ଼ିଛି । ନୂଆ ଗାଡ଼ିକୁ ଛାଡ଼ିଦେଲେ ଯେଉଁ ଗାଡ଼ି ଚାଲୁଛି ସେ ଗୁଡିକ ଭାଙ୍ଗିବାକୁ ବସିଲାଣି । ସେପଟେ ସହରର ଅଳିଆ ସଫା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ହେଲେ ଲୋକମାନେ ଚେତୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ କାଉନସିଲର । ସେପଟେ ଉପଜିଲ୍ଲାପାଳ ତଥା ପୌର ଏଗଜିକ୍ୟୁଟିଭ୍ ଅଫିସର କହିଛନ୍ତି ନୂଆ ଗାଡ଼ି କିଛି ଆସିଛି ।