ହୋଲିରେ ଜ୍ୱାଇଁଙ୍କୁ ଗଧ ପିଠିରେ ବସାଇ ବୁଲାନ୍ତି ଏହି ଗାଁର ଲୋକେ, କାରଣ ଜାଣିଲେ…
ଭାରତରେ ରଙ୍ଗର ପର୍ବ ହୋଲିକୁ ବେଶ୍ ଧୁମ୍ଧାମରେ ପାଳନ କରାଯାଇଥାଏ। ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଏହି ପର୍ବ ପଡ଼ୁଛି। ଏହାକୁ ଦିନ କେଇଟା ଥିବା ବେଳେ ଏବେଠାରୁ ତାର ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ହୋଲିରେ ରଙ୍ଗ ଖେଳ ଭଳି କିଛି ପରମ୍ପରା ଜଡ଼ିତ ରହିଛି। ସେଥିରୁ କିଛି ଚକିତ କରେ। ସେହିଭଳି ଏକ ପରମ୍ପରା ରହିଛି ମହରାଷ୍ଟ୍ରରେ। ମହାରାଷ୍ଟ୍ରର ବିଡ୍ ଜିଲାରେ ହୋଲି ଦିନ ଘରର ଜ୍ୱାଇଁଙ୍କୁ ଗଧ ଉପରେ ବସାଇ ବୁଲାଇବାର ପରମ୍ପରା […] The post ହୋଲିରେ ଜ୍ୱାଇଁଙ୍କୁ ଗଧ ପିଠିରେ ବସାଇ ବୁଲାନ୍ତି ଏହି ଗାଁର ଲୋକେ, କାରଣ ଜାଣିଲେ… appeared first on Dharitri Odia News.
ଭାରତରେ ରଙ୍ଗର ପର୍ବ ହୋଲିକୁ ବେଶ୍ ଧୁମ୍ଧାମରେ ପାଳନ କରାଯାଇଥାଏ। ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଏହି ପର୍ବ ପଡ଼ୁଛି। ଏହାକୁ ଦିନ କେଇଟା ଥିବା ବେଳେ ଏବେଠାରୁ ତାର ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ହୋଲିରେ ରଙ୍ଗ ଖେଳ ଭଳି କିଛି ପରମ୍ପରା ଜଡ଼ିତ ରହିଛି। ସେଥିରୁ କିଛି ଚକିତ କରେ। ସେହିଭଳି ଏକ ପରମ୍ପରା ରହିଛି ମହରାଷ୍ଟ୍ରରେ।
ମହାରାଷ୍ଟ୍ରର ବିଡ୍ ଜିଲାରେ ହୋଲି ଦିନ ଘରର ଜ୍ୱାଇଁଙ୍କୁ ଗଧ ଉପରେ ବସାଇ ବୁଲାଇବାର ପରମ୍ପରା ରହିଛି। ଏହାପୂର୍ବରୁ ଜ୍ୱାଇଁଙ୍କୁ ଭଲ ଭାବେ ରଙ୍ଗ ଲଗାଯାଏ। ପରେ ତାଙ୍କୁ ସମସ୍ତେ ମିଶି ଗଧ ଉପରେ ବସାଇ ଗାଁ ସାରା ବୁଲାଇଥାନ୍ତି। ଏପରି ପଛରେ କାହାଣୀ ବେଶ ରୋଚକ।
ପ୍ରାୟ ୮୦ ବର୍ଷ ପୂର୍ବେ ବିଡ୍ ଜିଲାର ୟେବତା ଗାଁରେ ଦେଶମୁଖ ପରିବାର ରହୁଥିଲେ। ତାଙ୍କ ଜ୍ୱାଇଁ ହୋଲିରେ ରଙ୍ଗ ଲଗାଇବାକୁ ମନା କରିଦେଇଥିଲେ। ଏହାପରେ ଗାଁର ଲୋକମାନେ ତାଙ୍କ ସହ ହୋଲିକୁ ସ୍ବତନ୍ତ୍ର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଉକ୍ତ ବ୍ୟକ୍ତିଙ୍କ ଶ୍ୱଶୁର ଏକ ଗଧ ଆଣି ତାକୁ ସଜାଇ ଗାଁ ସାରା ବୁଲାଇଥିଲେ। ସେବେଠାରୁ ଏଭଳି ପରମ୍ପରା ରହିଆସିଛି। ଜ୍ୱାଇଁମାନଙ୍କୁ ରଙ୍ଗ ଲଗାଇବା ପାଇଁ ଏହି ପରମ୍ପରାକୁ ପାଳନ କରାଯାଉଛି।
ଗଧ ପିଠିରେ ବସି ଜ୍ୱାଇଁ ଗାଁ ସାରା ବୁଲିବା ପରେ ତାଙ୍କୁ ସୁସ୍ବାଦୁ ଭୋଜନ ପରସା ଯାଇଥାଏ। ଭଳିକି ଭଳି ମିଠାରେ ତାଙ୍କୁ ଆପ୍ୟାୟିତ କରାଯାଏ। କେବଳ ଏତିକି ନୁହେଁ ଜ୍ୱାଇଁଙ୍କ ମନଲାଖି ପୋଷାକ, ସୁନା ମୁଦି ମଧ୍ୟ ଦିଆଯାଏ।
ତେବେ ଲୋକମାନଙ୍କ ମନରେ ଏହି ପର୍ବକୁ ପାଳିବା ଲାଗି ଉତ୍ସାହ ଥିବା ବେଳେ କିଛି ଜ୍ୱାଇଁ ଏଭଳି ପରମ୍ପରା ବିଷୟରେ ଜାଣି ହୋଲି ବେଳେ ବୁଲି ଆସିବାକୁ ଡରିଥାନ୍ତି। ହେଲେ କେବେ ନା କେବେ ତାଙ୍କୁ ହୋଲିରେ ରଙ୍ଗ ଲଗାଇବାକୁ ପଡ଼ିଥାଏ।
The post ହୋଲିରେ ଜ୍ୱାଇଁଙ୍କୁ ଗଧ ପିଠିରେ ବସାଇ ବୁଲାନ୍ତି ଏହି ଗାଁର ଲୋକେ, କାରଣ ଜାଣିଲେ… appeared first on Dharitri Odia News.