ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଛେଚିଲେ

ବ୍ରହ୍ମପୁର,୧୮ା୧( ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ବାବାଜୀ ତୋଟାସାହି ଛକରେ ଗୁରୁବାର ଜଣେ ଯୁବକଙ୍କୁ ଚୋର ସନ୍ଦେହରେ ନିସ୍ତୁକ ମାଡ଼ ମରାଯାଇଛି। ଜଣେ ମିଠା ବ୍ୟବସାୟୀ ଓ କେତେଜଣ ଯୁବକ ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ପିଟିଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଦୋକାନରୁ ୧୧୦ ଟଙ୍କା ଚୋରି କରିଥିବା ସନ୍ଦେହରେ ତାଙ୍କୁ ମାଡ଼ ମରାଯାଇଛି। ଖବରପାଇ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି। ଏ ନେଇ ବ୍ୟବସାୟୀଙ୍କୁ ଥାନାରେ ଅଭିଯୋଗ କରିବାକୁ କୁହାଯାଇଛି। […] The post ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଛେଚିଲେ appeared first on Dharitri Odia News.

ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଛେଚିଲେ

ବ୍ରହ୍ମପୁର,୧୮ା୧( ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ବାବାଜୀ ତୋଟାସାହି ଛକରେ ଗୁରୁବାର ଜଣେ ଯୁବକଙ୍କୁ ଚୋର ସନ୍ଦେହରେ ନିସ୍ତୁକ ମାଡ଼ ମରାଯାଇଛି। ଜଣେ ମିଠା ବ୍ୟବସାୟୀ ଓ କେତେଜଣ ଯୁବକ ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ପିଟିଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଦୋକାନରୁ ୧୧୦ ଟଙ୍କା ଚୋରି କରିଥିବା ସନ୍ଦେହରେ ତାଙ୍କୁ ମାଡ଼ ମରାଯାଇଛି। ଖବରପାଇ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛି।

ଏ ନେଇ ବ୍ୟବସାୟୀଙ୍କୁ ଥାନାରେ ଅଭିଯୋଗ କରିବାକୁ କୁହାଯାଇଛି। ପ୍ରକାଶ ଯେ, ଚିକିଟି ଅଞ୍ଚଳର ଜଣେ ଯୁବକ ବାବାଜିତୋଟା ସାହି ଛକରେ ଥିବା ଏକ ମିଠା ଦୋକାନକୁ ଆସିଥିଲେ। ପୂର୍ବରୁ ଉକ୍ତ ଦୋକାନରୁ ଚୋରି ହୋଇଥିବା ବେଳେ ଦୋକାନ ଭିତରେ ଲାଗିଥିବା ସିସିଟିଭି ଫୁଟେଜରୁ ଦୋକାନୀ ଉକ୍ତ ଯୁବକଙ୍କୁ ଚୋର ସନ୍ଦେହରେ ଅଟକ ରଖି ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ପରେ ଯୁବକଙ୍କ ପକେଟରେ ଥିବା ଏକ ମୋବାଇଲ ଓ କିଛି ଟଙ୍କା ଛଡାଇ ନେଇଥିଲେ। ଦୋକାନୀ ଜଣଙ୍କ ଉକ୍ତ ମୋବାଇଲ ଓ ଟଙ୍କା ପୋଲିସକୁ ଜିମା ଦେଇଛନ୍ତି। ହେଲେ ପୋଲିସ ଉଦ୍ଧାର କରିଥିବା ଯୁବକ ଜଣଙ୍କ ପ୍ରକୃତରେ ଚୋରି କରିଛନ୍ତି କି ନାହିଁ ତାହା ଏଯାବତ ସ୍ପଷ୍ଟ ହୋଇନି କି ଥାନାରେ ଅଭିଯୋଗ କରାଯାଇନାହିଁ।

The post ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଛେଚିଲେ appeared first on Dharitri Odia News.