୧୪ ବର୍ଷ ପରେ ଭାରତ ଆସିବେ ଲିଓନେଲ ମେସି: ଏହିଠାରେ ଖେଳିବେ ୨ ମ୍ୟାଚ୍‌

ଥିରୁଭାନନ୍ତପୁରମ,୨୧।୨: ସୁପରଷ୍ଟାର ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଜାତୀୟ ଫୁଟବଲ ଦଳ ଆସନ୍ତା ବର୍ଷ କେରଳ ଆସିବ। ଏନେଇ ବୋଲି କେରଳ ସରକାର ଘୋଷଣା କରିଛନ୍ତି। କେରଳର କ୍ରୀଡ଼ା ମନ୍ତ୍ରୀ ଭି ଅବ୍ଦୁରାହୀମାନ କହିଛନ୍ତି, ବିଶ୍ୱପ୍ରସିଦ୍ଧ ଆର୍ଜେଣ୍ଟିନା ଦଳ କେରଳରେ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ, ଯାହା ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ତତ୍ତ୍ୱାବଧାନରେ ଆୟୋଜନ କରାଯିବ। ସ୍ଥାନ ଏବଂ ବିପକ୍ଷ ଦଳ ପରେ ସ୍ଥିର କରାଯିବ। ସେ କହିଛନ୍ତି, ଲିଓନେଲ ମେସି ସମେତ ବିଶ୍ୱର ନମ୍ବର ଏକ […] The post ୧୪ ବର୍ଷ ପରେ ଭାରତ ଆସିବେ ଲିଓନେଲ ମେସି: ଏହିଠାରେ ଖେଳିବେ ୨ ମ୍ୟାଚ୍‌ appeared first on Dharitri Odia News.

୧୪ ବର୍ଷ ପରେ ଭାରତ ଆସିବେ ଲିଓନେଲ ମେସି: ଏହିଠାରେ ଖେଳିବେ ୨ ମ୍ୟାଚ୍‌

ଥିରୁଭାନନ୍ତପୁରମ,୨୧।୨: ସୁପରଷ୍ଟାର ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଜାତୀୟ ଫୁଟବଲ ଦଳ ଆସନ୍ତା ବର୍ଷ କେରଳ ଆସିବ। ଏନେଇ ବୋଲି କେରଳ ସରକାର ଘୋଷଣା କରିଛନ୍ତି। କେରଳର କ୍ରୀଡ଼ା ମନ୍ତ୍ରୀ ଭି ଅବ୍ଦୁରାହୀମାନ କହିଛନ୍ତି, ବିଶ୍ୱପ୍ରସିଦ୍ଧ ଆର୍ଜେଣ୍ଟିନା ଦଳ କେରଳରେ ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ, ଯାହା ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ତତ୍ତ୍ୱାବଧାନରେ ଆୟୋଜନ କରାଯିବ। ସ୍ଥାନ ଏବଂ ବିପକ୍ଷ ଦଳ ପରେ ସ୍ଥିର କରାଯିବ।
ସେ କହିଛନ୍ତି, ଲିଓନେଲ ମେସି ସମେତ ବିଶ୍ୱର ନମ୍ବର ଏକ ଫୁଟବଲ ଦଳ ଆର୍ଜେଣ୍ଟିନା କେରଳ ଆସୁଛି। ଦୁଇଟି ମ୍ୟାଚ ହେବ। ଆର୍ଜେଣ୍ଟିନା ଦଳ ଗସ୍ତ ବିଷୟରେ ଏକ ଆନୁଷ୍ଠାନିକ ଘୋଷଣା ହେବ। ଆର୍ଜେଣ୍ଟିନା ଫୁଟବଲ ଦଳ ସହିତ ଜଡିତ ବ୍ୟକ୍ତି ଦେଢ଼ ମାସ ମଧ୍ୟରେ କେରଳ ସ୍ଥିତି ତଦାରଖ କରିବେ। ଆମେ (ସରକାର) ଏହି ସମ୍ପର୍କରେ ଆର୍ଜେଣ୍ଟିନା ଜାତୀୟ ଦଳ ପରିଚାଳନା ସହିତ ଏକ ମିଳିତ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛୁ। ମୁଁ ଆର୍ଜେଣ୍ଟିନା ଜାତୀୟ ଦଳର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବା ଏବଂ ସେମାନଙ୍କୁ ରାଜ୍ୟ ଗସ୍ତ ପାଇଁ ସରକାରୀ ନିମନ୍ତ୍ରଣ ପ୍ରଦାନ କରିବା ପାଇଁ ସ୍ପେନ ଗସ୍ତ କରିଥିଲି। ସରକାର ମ୍ୟାଚ, ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ସିଧାସଳଖ ନଜର ରଖିବେ। ମ୍ୟାଚ ଆସନ୍ତା ବର୍ଷ ଅନୁଷ୍ଠିତ ହେବ, କିନ୍ତୁ ଆର୍ଜେଣ୍ଟିନା ଫୁଟବଲ ଫେଡେରେସନ (ଏଏଫଏ) ଦ୍ୱାରା ସ୍ଥିରୀକୃତ ସିଷ୍ଟମ ଅନୁସାରେ ତାରିଖ ଘୋଷଣା କରାଯିବ।

ସେ ସ୍ପଷ୍ଟ କରିଛନ୍ତି ଯେ, ମ୍ୟାଚ ଏପରି ଏକ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଯେଉଁଥିରେ ଅତି କମରେ ୫୦,୦୦୦ ଲୋକ ବସିପାରିବେ। ମ୍ୟାଚ ପାଇଁ ସ୍ଥାନ କୋଚି ହୋଇପାରେ। ଆର୍ଜେଣ୍ଟିନା ଫୁଟବଲ ଦଳର ଭାରତରେ ସର୍ବାଧିକ ସଂଖ୍ୟକ ପ୍ରଶଂସକ ଅଛନ୍ତି ଏବଂ ଏହାର ଏକ ଚତୁର୍ଥାଂଶ ପ୍ରଶଂସକ କେରଳରେ ଅଛନ୍ତି। ଏହି କାରଣରୁ ଆର୍ଜେଣ୍ଟିନା ଦଳ କେରଳ ଆସିବାକୁ ରାଜି ହୋଇଛି।

The post ୧୪ ବର୍ଷ ପରେ ଭାରତ ଆସିବେ ଲିଓନେଲ ମେସି: ଏହିଠାରେ ଖେଳିବେ ୨ ମ୍ୟାଚ୍‌ appeared first on Dharitri Odia News.