ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ, ଭିତରେ ଥିଲେ ଯାତ୍ରୀ
ଖଜୁରୀପଡ଼ା ୧୭।୩( ବିଦୁର ବେହେରା): ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦର ଛକ ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଭିତରେ ଥିବା ୬ ଜଣ ଯାତ୍ରୀ ସମେତ ଅଟୋ ଚାଳକ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ମୁତାବକ, ଖଜୁରୀପଡ଼ା ବଜାରରେ ଘରୋଇ ବ୍ୟବହାର୍ଯ୍ୟ ରାଶନ ସାମଗ୍ରୀ କିଣିବା ପରେ ନିଜ ଗାଁ ଆଡା ପାଜୂ ଅତୁଲ ଅଟୋ ନଂ ଓଡି ୧୨ଇ୨୭୮୭ ଯୋଗେ ଫେରୁଥିବା ବେଳେ ସମ୍ବେପଦର ଛକ ଠାରେ […] The post ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ, ଭିତରେ ଥିଲେ ଯାତ୍ରୀ appeared first on Dharitri Odia News.
ଖଜୁରୀପଡ଼ା ୧୭।୩( ବିଦୁର ବେହେରା): ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦର ଛକ ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଭିତରେ ଥିବା ୬ ଜଣ ଯାତ୍ରୀ ସମେତ ଅଟୋ ଚାଳକ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ସୂଚନା ମୁତାବକ, ଖଜୁରୀପଡ଼ା ବଜାରରେ ଘରୋଇ ବ୍ୟବହାର୍ଯ୍ୟ ରାଶନ ସାମଗ୍ରୀ କିଣିବା ପରେ ନିଜ ଗାଁ ଆଡା ପାଜୂ ଅତୁଲ ଅଟୋ ନଂ ଓଡି ୧୨ଇ୨୭୮୭ ଯୋଗେ ଫେରୁଥିବା ବେଳେ ସମ୍ବେପଦର ଛକ ଠାରେ ବିପରୀତ ଦିଗରୁ ଏକ ଦ୍ରୁତଗାମୀ ଗାଡ଼ି ଆସୁଥିବା ଦେଖି ଅଟୋ ଚାଳକ ଭାରସାମ୍ୟ ହରାଇବା ଦ୍ବାରା ଅଟୋଟି ଓଲଟିପଡ଼ିଛି। ଗାଡ଼ିରେ ବସିଥିବା ୬ ଜଣ ଯାତ୍ରୀ ସମେତ ଅଟୋ ଚାଳକ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବରପାଇ ଘଟଣାସ୍ଥଳରେ ହାବିଲଦାର ପ୍ରଦୀପ କୁମାର ବେହେରା ସମେତ ଅଗ୍ନିଶମବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି କରିଛି। ଅନ୍ୟପକ୍ଷେ ପୋଲିସ ବାହିନୀ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ ଆହତ ବ୍ୟକ୍ତିମାନେ ହେଲେ ଆଡ଼ା ପାଯୁ ଗ୍ରାମର ତ୍ରିବେଣୀ କହଁର ,ଜଗଦୀଶ କହଁର, ସୀତା କହଁର, ଲତିକା କହଁର,ଜେମା ଦେଇ କହଁର,ସର୍ଜିନି କହଁର ଏବଂ ଅଟୋ ଚାଳକ ଅକ୍ଷୟ କହଁର ବୋଲି ଜଣାପଡିଛି ।
The post ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ, ଭିତରେ ଥିଲେ ଯାତ୍ରୀ appeared first on Dharitri Odia News.