ଏବେ ପାକିସ୍ତାନକୁ ପରମାଣୁ ବ୍ଲାକମେଲିଂର ଦିଆଯିବ ଜବାବ! ପ୍ରସ୍ତୁତି କରୁଛି ଭାରତ
ନୂଆଦିଲ୍ଲୀ ୧୫।୫: ଆତଙ୍କବାଦ ବିରୋଧରେ ଭାରତର ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ପାକିସ୍ତାନକୁ ବରବାଦ କରିଦେଇଛି। ଭାରତୀୟ ସେନା ପାକିସ୍ତାନର ଅନେକ ବାୟୁସେନା ଘାଟି ଧ୍ୱଂସ୍ତ କରିଛନ୍ତି। ଏହା ପରେ ବି ଭାରତକୁ ପରମାଣୁ ଧମକ ଦେଉଛି ପାକିସ୍ତାନ। ଏବେ ଭାରତ ଏହି ଆଟମ ଧମକର ଜବାବ ଦେବା ଲାଗି ପଦକ୍ଷେପ ନେଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଶ୍ରୀନଗରରେ ସେନାକୁ ଭେଟିବା ଅବସରରେ ଏହି ସଂକେତ ଦେଇଛନ୍ତି। ରାଜନାଥ କହିଛନ୍ତି ଯେ ଏବେ କେବଳ ଜବାବୀ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ରଣନୈତିକ ରୂପେ ସବୁ ମୋର୍ଚ୍ଚାରେ ଜବାବ ଦେବାକୁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସେ କହିଛନ୍ତି ଯେ ଦେଶର ସୁରକ୍ଷା ସହିତ କୌଣସି ବୁଝାମଣା କରାଯିବ ନାହିଁ ଓ ସବୁ ପ୍ରକାର ଧମକର ଉପଯୁକ୍ତ ଜବାବ ଦିଆଯିବ। ରାଜନାଥ କହିଛନ୍ତି ପୂରା ବିଶ୍ୱ ଦେଖିଛି ପାକିସ୍ତାନ କିପରି ଦାୟିତ୍ୱହୀନ ଭାବେ ଭାରତକୁ ପରମାଣୁ ଧମକ ଦେଉଛି। ଏଥିରୁ ପାକିସ୍ତାନ ଭଳି ଏକ ଅସୁରକ୍ଷିତ ଓ ଦାୟିତ୍ୱହୀନ ନେତାଙ୍କ ଦେଶରେ ପରମାଣୁ ବୋମା ସୁରକ୍ଷିତ ତ? ବୋଲି ରାଜନାଥ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଏଣୁ ମୁଁ ଭାବୁଛି ପାକିସ୍ତାନର ପରମାଣୁ ଅସ୍ତ୍ର ଶସ୍ତ୍ରକୁ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସୀ (ଆଇଏଇଏ) ନିଜ ନିଜରରେ ରଖିବା ଦରକାର। ରାଜନାଥ ସିଂହଙ୍କ ଦ୍ୱାରା ପାକିସ୍ତାନର ପରମାଣୁ ବୋମାକୁ ନେଇ ଦିଆଯାଇଥିବା ବୟାନରୁ ଅନୁମାନ କରାଯାଉଛି ଯ
ନୂଆଦିଲ୍ଲୀ ୧୫।୫: ଆତଙ୍କବାଦ ବିରୋଧରେ ଭାରତର ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ପାକିସ୍ତାନକୁ ବରବାଦ କରିଦେଇଛି। ଭାରତୀୟ ସେନା ପାକିସ୍ତାନର ଅନେକ ବାୟୁସେନା ଘାଟି ଧ୍ୱଂସ୍ତ କରିଛନ୍ତି। ଏହା ପରେ ବି ଭାରତକୁ ପରମାଣୁ ଧମକ ଦେଉଛି ପାକିସ୍ତାନ। ଏବେ ଭାରତ ଏହି ଆଟମ ଧମକର ଜବାବ ଦେବା ଲାଗି ପଦକ୍ଷେପ ନେଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଶ୍ରୀନଗରରେ ସେନାକୁ ଭେଟିବା ଅବସରରେ ଏହି ସଂକେତ ଦେଇଛନ୍ତି।
ରାଜନାଥ କହିଛନ୍ତି ଯେ ଏବେ କେବଳ ଜବାବୀ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ରଣନୈତିକ ରୂପେ ସବୁ ମୋର୍ଚ୍ଚାରେ ଜବାବ ଦେବାକୁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସେ କହିଛନ୍ତି ଯେ ଦେଶର ସୁରକ୍ଷା ସହିତ କୌଣସି ବୁଝାମଣା କରାଯିବ ନାହିଁ ଓ ସବୁ ପ୍ରକାର ଧମକର ଉପଯୁକ୍ତ ଜବାବ ଦିଆଯିବ। ରାଜନାଥ କହିଛନ୍ତି ପୂରା ବିଶ୍ୱ ଦେଖିଛି ପାକିସ୍ତାନ କିପରି ଦାୟିତ୍ୱହୀନ ଭାବେ ଭାରତକୁ ପରମାଣୁ ଧମକ ଦେଉଛି। ଏଥିରୁ ପାକିସ୍ତାନ ଭଳି ଏକ ଅସୁରକ୍ଷିତ ଓ ଦାୟିତ୍ୱହୀନ ନେତାଙ୍କ ଦେଶରେ ପରମାଣୁ ବୋମା ସୁରକ୍ଷିତ ତ? ବୋଲି ରାଜନାଥ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଏଣୁ ମୁଁ ଭାବୁଛି ପାକିସ୍ତାନର ପରମାଣୁ ଅସ୍ତ୍ର ଶସ୍ତ୍ରକୁ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସୀ (ଆଇଏଇଏ) ନିଜ ନିଜରରେ ରଖିବା ଦରକାର।
ରାଜନାଥ ସିଂହଙ୍କ ଦ୍ୱାରା ପାକିସ୍ତାନର ପରମାଣୁ ବୋମାକୁ ନେଇ ଦିଆଯାଇଥିବା ବୟାନରୁ ଅନୁମାନ କରାଯାଉଛି ଯେ ଭାରତ ଏ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଦେଇଛି। ପାକିସ୍ତାନ ଯେଉଁ ପରମାଣୁ ଅସ୍ତ୍ରକୁ ନେଇ ବାରମ୍ବାର ଭାରତକୁ ଧମକାଉଛି ଭାରତ ଏବେ ସେହି ଅସ୍ତ୍ର ଉପରେ ଅନ୍ତର୍ଜାତୀୟ ନିୟନ୍ତ୍ରଣ ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ରଣନୀତି ଉପରେ କାମ କରୁଛି କି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏଥିରୁ ସ୍ପଷ୍ଟ ସଂକେତ ମିଳୁଛି ଯେ ଭାରତ ଏବେ କେବଳ ସାମରିକ କାର୍ଯ୍ୟାନୁଷ୍ଠାନରେ ନୁହେଁ ଉଭୟ କୂଟନୈତିକ ଓ ବୈଶ୍ୱିକ ମଞ୍ଚରେ ପାକିସ୍ତାନର ପରମାଣୁ ବ୍ଲାକମେଲିଂକୁ ନିଷ୍କ୍ରିୟ କରିବା ପାଇଁ ପ୍ରସ୍ତୁତିରେ ଅଛି।
#WATCH श्रीनगर, जम्मू-कश्मीर: रक्षा मंत्री राजनाथ सिंह ने कहा, "... पूरी दुनिया ने देखा है कि कैसे ग़ैर ज़िम्मेदाराना तरीक़े से पाकिस्तान द्वारा भारत को अनेक बार एटमी धमकियां दी गईं हैं। आज श्रीनगर की धरती से मैं पूरी दुनिया के सामने यह सवाल उठाना चाहता हूं कि क्या ऐसे ग़ैर… pic.twitter.com/F9tbVznUbK— ANI_HindiNews (@AHindinews) May 15, 2025