ଓଡ଼ିଶା ଲୋକଙ୍କ ମଧ୍ୟରେ ବହୁତ ଟ୍ୟାଲେଣ୍ଟ, ସ୍କିଲ୍ ଅଛି: ଏସ୍. ଜୟଶଙ୍କର
ଭୁବନେଶ୍ୱର,୪।୫: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ଏହି ସମୟରେ ସେ ଓଡ଼ିଶାର କଳା, ସଂସ୍କୃତି ଏବଂ ଲୋକମାନଙ୍କ ଅମଧ୍ୟରେ ଥିବା ଦକ୍ଷତା ବିଷୟରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିରେ ଓଡ଼ିଶା କିପରି ଭିନ୍ନ ସେ କହିଛନ୍ତି। ଏହି କ୍ରମରେ ଜି-୨୦ରେ କୋଣାର୍କ ଚକ୍ରକୁ ସ୍ଥାନିତ କରିଥିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର କଳା, ସଂସ୍କୃତିକୁ ମୋଦିଙ୍କ ଭଲ ପାଇବାର ଏହା ନିଦର୍ଶନ। ତେବେ ଓଡ଼ିଶା ଲୋକଙ୍କ […] The post ଓଡ଼ିଶା ଲୋକଙ୍କ ମଧ୍ୟରେ ବହୁତ ଟ୍ୟାଲେଣ୍ଟ, ସ୍କିଲ୍ ଅଛି: ଏସ୍. ଜୟଶଙ୍କର appeared first on Dharitri Odia News.
ଭୁବନେଶ୍ୱର,୪।୫: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ଏହି ସମୟରେ ସେ ଓଡ଼ିଶାର କଳା, ସଂସ୍କୃତି ଏବଂ ଲୋକମାନଙ୍କ ଅମଧ୍ୟରେ ଥିବା ଦକ୍ଷତା ବିଷୟରେ ଆଲୋକପାତ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିରେ ଓଡ଼ିଶା କିପରି ଭିନ୍ନ ସେ କହିଛନ୍ତି। ଏହି କ୍ରମରେ ଜି-୨୦ରେ କୋଣାର୍କ ଚକ୍ରକୁ ସ୍ଥାନିତ କରିଥିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର କଳା, ସଂସ୍କୃତିକୁ ମୋଦିଙ୍କ ଭଲ ପାଇବାର ଏହା ନିଦର୍ଶନ। ତେବେ ଓଡ଼ିଶା ଲୋକଙ୍କ ମଧ୍ୟରେ ବହୁତ ଟ୍ୟାଲେଣ୍ଟ, ସ୍କିଲ୍ ଥିବା ଜୟଶଙ୍କର କହିଛନ୍ତି।
ଓଡ଼ିଶାରେ ୫୩ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ମିଳିଛି। ସ୍ୱନିଧି ଯୋଜନାରେ ୫୪ ହଜାର ଉପଭୋକ୍ତା ମଧ୍ୟ ଓଡ଼ିଶାର ଅଛନ୍ତି। ତେଣୁ ମୋଦିଙ୍କ ସହଯୋଗୀ ଭଳି ଓଡ଼ିଶାରେ ସରକାର ହେବା ଉଚିତ ବୋଲି ସେ କହିଛନ୍ତି। ସେହିଭଳି ଓଡ଼ିଶା ସହଯୋଗରେ ସଂସଦରେ ୪ଶହ ପାର୍ ହେବା ଏବଂ ଓଡ଼ିଶା ଲୋକ ମୋଦିଙ୍କୁ ସଶକ୍ତ କରିବା ବିଶ୍ୱାସ ତାଙ୍କର ରହିଛି।
‘ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ରରୁ ଓଡ଼ିଶାକୁ ୧୮ ଲକ୍ଷ କୋଟିର କେନ୍ଦ୍ରୀୟ ଅନୁଦାନ ମିଳିଛି। ସାଗରମାଳା ପ୍ରକଳ୍ପରେ ୫୪ ହଜାର କୋଟିର ଅନୁଦାନ ମିଳିଛି। ୨.୭ ଲକ୍ଷ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିଛି। ତେବେ ଓଡ଼ିଶାରେ ଥିବା ସଂପଦ ତୁଳନାରେ ରାଜ୍ୟର ବିକାଶ ହୋଇ ନାହିଁ। ସେହିପରି ଦେଶ ସୁରକ୍ଷା ନେଇ ମୋଦି ସରକାର କୌଣସି ସାଲିସ କରିବ ନାହିଁ ବୋଲି ସେ କହିଛନ୍ତି।
The post ଓଡ଼ିଶା ଲୋକଙ୍କ ମଧ୍ୟରେ ବହୁତ ଟ୍ୟାଲେଣ୍ଟ, ସ୍କିଲ୍ ଅଛି: ଏସ୍. ଜୟଶଙ୍କର appeared first on Dharitri Odia News.