ମନ୍ତ୍ରୀଙ୍କ ବଡ଼ ଘୋଷଣା: ଅବଧି ସରିଲେ ବି ସମସ୍ତ ଟୋକନରୁ ଧାନ କିଣିବେ ସରକାର

ଭୁବନେଶ୍ୱର,୩୦।୬: ରବି ଧାନ କିଣାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଧାନ କିଣା ଅବଧି ସରିଥିଲେ ମଧ୍ୟ ସମସ୍ତ ଟୋକନରୁ ସରକାର ଧାନ କିଣିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଧାନ ବିକିବାକୁ ଥିବା ଚାଷୀଙ୍କୁ ଆଖି ସ୍କାନ କରିବାକୁ ପଡ଼ିବ। ଆଜି ଆଖି ସ୍କାନ କରିଥିଲେ ପରବର୍ତ୍ତୀ ସମୟରେ ଧାନ କିଣି ହେବ। ବର୍ତ୍ତମାନ ସୁଦ୍ଧା ସରକାର ୧୯ ଲକ୍ଷ ମେଟ୍ରିକ ଟନ ରବି […] The post ମନ୍ତ୍ରୀଙ୍କ ବଡ଼ ଘୋଷଣା: ଅବଧି ସରିଲେ ବି ସମସ୍ତ ଟୋକନରୁ ଧାନ କିଣିବେ ସରକାର appeared first on Dharitri Odia News.

ମନ୍ତ୍ରୀଙ୍କ ବଡ଼ ଘୋଷଣା: ଅବଧି ସରିଲେ ବି ସମସ୍ତ ଟୋକନରୁ ଧାନ କିଣିବେ ସରକାର

ଭୁବନେଶ୍ୱର,୩୦।୬: ରବି ଧାନ କିଣାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଧାନ କିଣା ଅବଧି ସରିଥିଲେ ମଧ୍ୟ ସମସ୍ତ ଟୋକନରୁ ସରକାର ଧାନ କିଣିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷେ ଧାନ ବିକିବାକୁ ଥିବା ଚାଷୀଙ୍କୁ ଆଖି ସ୍କାନ କରିବାକୁ ପଡ଼ିବ। ଆଜି ଆଖି ସ୍କାନ କରିଥିଲେ ପରବର୍ତ୍ତୀ ସମୟରେ ଧାନ କିଣି ହେବ। ବର୍ତ୍ତମାନ ସୁଦ୍ଧା ସରକାର ୧୯ ଲକ୍ଷ ମେଟ୍ରିକ ଟନ ରବି ଧାନ କିଣି ସାରିଲେଣି। ଗତ ବର୍ଷ ୧୨ ଲକ୍ଷ ମେଟ୍ରିକ ଟନ କିଣା ଯାଇଥିଲା। ଚଳିତ ବର୍ଷ ଅଧିକ କିଣା ଗଲାଣି। ତଥାପି ସମସ୍ତଙ୍କ ଧାନ କିଣା ଯିବ। ଚାଷୀଙ୍କ ଟୋକନ ଲାପ୍ସ ହେବ ନାହିଁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

The post ମନ୍ତ୍ରୀଙ୍କ ବଡ଼ ଘୋଷଣା: ଅବଧି ସରିଲେ ବି ସମସ୍ତ ଟୋକନରୁ ଧାନ କିଣିବେ ସରକାର appeared first on Dharitri Odia News.