ଖବରଦାତାଙ୍କ ପେନ୍ସନ୍ ଦାବି ଉଠାଇଲେ ନରସିଂହ
ଭୁବନେଶ୍ୱର,୮ା୨(ଅନିଲ ଦାସ): ଖବରଦାତାମାନେ ନିଜର ଦାବି ପାଇଁ ଲୋୟର ପିଏମ୍ଜିରେ ଧାରଣାରେ ବସୁଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ଖବରଦାତାଙ୍କୁ ପେନ୍ସନ୍ ଓ ସୁରକ୍ଷା ଦେଉଥିବା ବେଳେ ଓଡ଼ିଶା ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଲୋକ ସଭା ଭବନକୁ ମଧ୍ୟ ଖବରଦାତାମାନଙ୍କୁ ଛଡ଼ାଯାଉନାହିଁ। ତୁରନ୍ତ ସେମାନଙ୍କୁ ସଚିବାଳୟ ପାସ୍ ଦିଆଯାଉ। ସରକାରଙ୍କ ଖବର ସେମାନେ ପ୍ରକାଶ କରନ୍ତୁ। ଲୋକମାନଙ୍କ ପାଖରେ ସରକାରଙ୍କ ଖବର ପହଞ୍ଚୁ। ଅନ୍ୟ ରାଜ୍ୟ ଭଳି ଖବରଦାତାଙ୍କୁ ପେନ୍ସନ୍ ଦେବା ପାଇଁ ସରକାର ତୁରନ୍ତ […] The post ଖବରଦାତାଙ୍କ ପେନ୍ସନ୍ ଦାବି ଉଠାଇଲେ ନରସିଂହ appeared first on Dharitri Odia News.
ଭୁବନେଶ୍ୱର,୮ା୨(ଅନିଲ ଦାସ): ଖବରଦାତାମାନେ ନିଜର ଦାବି ପାଇଁ ଲୋୟର ପିଏମ୍ଜିରେ ଧାରଣାରେ ବସୁଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକ ଖବରଦାତାଙ୍କୁ ପେନ୍ସନ୍ ଓ ସୁରକ୍ଷା ଦେଉଥିବା ବେଳେ ଓଡ଼ିଶା ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଲୋକ ସଭା ଭବନକୁ ମଧ୍ୟ ଖବରଦାତାମାନଙ୍କୁ ଛଡ଼ାଯାଉନାହିଁ। ତୁରନ୍ତ ସେମାନଙ୍କୁ ସଚିବାଳୟ ପାସ୍ ଦିଆଯାଉ। ସରକାରଙ୍କ ଖବର ସେମାନେ ପ୍ରକାଶ କରନ୍ତୁ। ଲୋକମାନଙ୍କ ପାଖରେ ସରକାରଙ୍କ ଖବର ପହଞ୍ଚୁ। ଅନ୍ୟ ରାଜ୍ୟ ଭଳି ଖବରଦାତାଙ୍କୁ ପେନ୍ସନ୍ ଦେବା ପାଇଁ ସରକାର ତୁରନ୍ତ ବ୍ୟବସ୍ଥା କରନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୁରୁବାର ଅନୁଷ୍ଠିତ ହୋଇଥିବା ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ସେ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି।
ଏଥିହସିତ ନରସିଂହ ପଶ୍ଚିମ ଓଡ଼ିଶାବାସୀ ଚଳାଇଥିବା ଆନ୍ଦୋଳନ ପ୍ରସଙ୍ଗକୁ ମଧ୍ୟ ଉତ୍ଥାପନ କରିଥିଲେ। ସେ କହିଛନ୍ତି ଯେ, ରାଜ୍ୟ ସରକାର ଜାଣିଶୁଣି ଆନ୍ଦୋଳନକୁ ଦବାଇ ଦେଉଛନ୍ତି। ଗଗଣନ୍ତ୍ର ବ୍ୟବସ୍ଥାରେ ଏହା କେବେ ଗ୍ରହଣୀୟ ନୁହେଁ। ଏହି ସମୟରେ ବିଧାନସଭା ଗ୍ୟାଲେରିରେ କୌଣସି ସରକାରୀ ଅଧିକାରୀଙ୍କୁ ଦେଖିବାକୁ ମିଳିଲାନି ବୋଲି ନରସିଂହ ସରକାରଙ୍କୁ କଡ଼ା ଭର୍ତ୍ସନା କରିଥିଲେ।
The post ଖବରଦାତାଙ୍କ ପେନ୍ସନ୍ ଦାବି ଉଠାଇଲେ ନରସିଂହ appeared first on Dharitri Odia News.