ହାଇଦ୍ରାବାଦରେ ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୧୫ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)- କଳାହାଣ୍ଡି ଜିଲାରେ ଦାଦନ ସମସ୍ୟା ଥମିବାର ନାଁ ଧରିନି। ଜିଲାର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ହେଲେ କୋକସରା ଥାନା ଚିଲିଗୁଡା ଗ୍ରାମର ମନଧର ଛାତ୍ରିଆ (୪୮)। ମିଳିଥିବା ସୂଚନା ମୁତାବକ, ମନଧର ପରିବାର ପ୍ରତିପୋଷଣ ପାଇଁ କାମ ଅନ୍ବେଷଣରେ ହାଇଦ୍ରାବାଦ ଯାଇଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ହାଇଦ୍ରାବାଦର ଏକ ଠିକାସଂସ୍ଥାରେ ମନଧର ନିୟୋଜିତ ଥିଲେ। ତେବେ ଶନିବାର କାମକୁ ବାହାରିବା ସମୟରେ […] The post ହାଇଦ୍ରାବାଦରେ ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ appeared first on Dharitri Odia News.

ହାଇଦ୍ରାବାଦରେ ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୧୫ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)- କଳାହାଣ୍ଡି ଜିଲାରେ ଦାଦନ ସମସ୍ୟା ଥମିବାର ନାଁ ଧରିନି। ଜିଲାର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ହେଲେ କୋକସରା ଥାନା ଚିଲିଗୁଡା ଗ୍ରାମର ମନଧର ଛାତ୍ରିଆ (୪୮)।

ମିଳିଥିବା ସୂଚନା ମୁତାବକ, ମନଧର ପରିବାର ପ୍ରତିପୋଷଣ ପାଇଁ କାମ ଅନ୍ବେଷଣରେ ହାଇଦ୍ରାବାଦ ଯାଇଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ହାଇଦ୍ରାବାଦର ଏକ ଠିକାସଂସ୍ଥାରେ ମନଧର ନିୟୋଜିତ ଥିଲେ। ତେବେ ଶନିବାର କାମକୁ ବାହାରିବା ସମୟରେ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ଠିକାସଂସ୍ଥା ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ପଠାଉଥିବା ସୂଚନା ମିଳିଛି।

The post ହାଇଦ୍ରାବାଦରେ ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ appeared first on Dharitri Odia News.