ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା ପରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଏହା ପରେ ମୁମ୍ବାଇ ୭ ଉଇକେଟ ହରାଇ ୧୯୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ପଞ୍ଜାବ ୧୯.୧ ଓଭରରେ ୧୮୩ ରନ କରିଥିଲା। ଏହି ବିଜୟ ସହିତ ମୁମ୍ବାଇ ୭ଟି […] The post ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି appeared first on Dharitri Odia News.

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା ପରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଏହା ପରେ ମୁମ୍ବାଇ ୭ ଉଇକେଟ ହରାଇ ୧୯୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ପଞ୍ଜାବ ୧୯.୧ ଓଭରରେ ୧୮୩ ରନ କରିଥିଲା। ଏହି ବିଜୟ ସହିତ ମୁମ୍ବାଇ ୭ଟି ମ୍ୟାଚରେ ତିନିଟି ବିଜୟ ସହ ସପ୍ତମ ସ୍ଥାନରେ ପହଞ୍ଚିଥିବାବେଳେ ୭ଟି ମ୍ୟାଚରେ ପଞ୍ଚମ ପରାଜୟ ପରେ ପଞ୍ଜାବ ନବମ ସ୍ଥାନକୁ ଖସି ଆସିଛି।
ମ୍ୟାଚ ଶେଷ ଓଭର ପର୍ଯ୍ୟନ୍ତ ଯାଇଥିଲା। ପଞ୍ଜାବ ହାତରେ ଗୋଟିଏ ଉଇକେଟ ଥିବାବେଳେ ୧୨ ରନ ଆବଶ୍ୟକ କରିଥିଲା। ମୁମ୍ବାଇର ଭାରତୀୟ ଅଧିନାୟକ ହାର୍ଦ୍ଦିକ ବୋଲିଂ ଦାୟିତ୍ୱ ଆକାଶ ମାଧୱାଲଙ୍କୁ ଦେଇଥିଲେ, କିନ୍ତୁ ଏହା ପରେ ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଆକାଶ ମାଧୱାଲ ଏବଂ ହାର୍ଦ୍ଦିକଙ୍କ ସହ ଫିଲ୍ଡ ସ୍ଥିର କରିଥିବା ଦେଖିବାକୁ ମିଳିଥିଲା।
ରୋହିତ ଶର୍ମା ମହମ୍ମଦ ନବୀଙ୍କୁ ଡିପ୍‌ କଭରକୁ ପଠାଇଲେ ଏବଂ ଏହା ପରେ ଶେଷ ଓଭରର ପ୍ରଥମ ବଲକୁ ଓ୍ବାଇଡ୍‌ ଘୋଷିତ କରାଯାଇଥିଲା କିନ୍ତୁ ତାଙ୍କ ପରବର୍ତ୍ତୀ ବଲରେ ରାବଡା ଡିପ୍‌ କଭରରେ ଠିଆ ହୋଇଥିବା ନବୀଙ୍କୁ ଆଡକୁ ଖେଳିଥିଲେ ଏବଂ ପ୍ରଥମ ରନ ପରେ ସେ ଦ୍ୱିତୀୟ ରନ ଚୋରି କରିବା ଚକ୍କରରେ ଫସିଯାଇଥିଲେ। ନବୀ ବଲ ଇଶାନ କିଶାନଙ୍କ ଆଡକୁ ଫିଙ୍ଗିଥିଲେ ଏବଂ ରାବାଡା ଆଉଟ ହୋଇଯାଇଥିଲେ। ଫଳରେ ମୁମ୍ବାଇ ୯ ରନ୍‌ରେ ମ୍ୟାଚ ଜିତିଥିଲା ।

The post ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି appeared first on Dharitri Odia News.