ରୟାଲ ଏନ୍‌ଫିଲ୍ଡର ଅଲ୍‌ ନ୍ୟୁ ବିୟର ୬୫୦

ଭୁବନେଶ୍ୱର,୧୨।୧୧ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ବୁଲେଟ ବ୍ରାଣ୍ଡ୍‌ ତଥା ରୟାଲ ଏନ୍‌ଫିଲ୍ଡର ‘ଅଲ ନ୍ୟୁ ବିୟର ୬୫୦’ର ସର୍ବଭାରତୀୟ ଅନାବରଣ (ଉନ୍ମୋଚନ) ଉତ୍ସବ ସହିତ ବଜାର ପ୍ରବେଶ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ଓଡିଶା ୟୁନିଟ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲାବେଳେ ଘରୋଇ ବଜାରର ଡିଲର୍ସଙ୍କ ଜରିଆରେ ଏହାର ଅନାବରଣ ସହିତ ବଜାର ପ୍ରବେଶ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ରୟାଲ ଏନଫିଲ୍ଡର ‘ଅଲ ନ୍ୟୁ ବିୟର ୬୫୦’ରେ ସମସ୍ତ […] The post ରୟାଲ ଏନ୍‌ଫିଲ୍ଡର ଅଲ୍‌ ନ୍ୟୁ ବିୟର ୬୫୦ appeared first on Dharitri Odia News.

ରୟାଲ ଏନ୍‌ଫିଲ୍ଡର ଅଲ୍‌ ନ୍ୟୁ ବିୟର ୬୫୦

ଭୁବନେଶ୍ୱର,୧୨।୧୧ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ବୁଲେଟ ବ୍ରାଣ୍ଡ୍‌ ତଥା ରୟାଲ ଏନ୍‌ଫିଲ୍ଡର ‘ଅଲ ନ୍ୟୁ ବିୟର ୬୫୦’ର ସର୍ବଭାରତୀୟ ଅନାବରଣ (ଉନ୍ମୋଚନ) ଉତ୍ସବ ସହିତ ବଜାର ପ୍ରବେଶ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ଓଡିଶା ୟୁନିଟ ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲାବେଳେ ଘରୋଇ ବଜାରର ଡିଲର୍ସଙ୍କ ଜରିଆରେ ଏହାର ଅନାବରଣ ସହିତ ବଜାର ପ୍ରବେଶ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ, ରୟାଲ ଏନଫିଲ୍ଡର ‘ଅଲ ନ୍ୟୁ ବିୟର ୬୫୦’ରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ବୈଶ୍ୟଷ୍ଟ୍ୟ ସାଙ୍ଗକୁ ସୁରକ୍ଷା ସମ୍ପର୍କିତ ଫିଚର ଓ ୬୫୦ ସିସି ଟ୍ବିନ ସିଲଣ୍ଡର ଇଞ୍ଜିନ ସାମିଲ ରହିଛି। ଏପରିକି ଏହାର ୨-୧ ଏକଜଷ୍ଟ ଇଞ୍ଜିନର ସୁବିଧା ମଡେଲର ଗୁଣାତ୍ମକତାକୁ ବଢାଉଛି। ଏଥିରେ ଦ୍ୱୈତ ଉଦ୍ଦେଶ୍ୟ ଉପଯୋଗୀ ଟାୟାର ଓ ବଦଳିପାରୁଥିବା ଏବିଏସ ରହିଛି। ସେହିଭଳି ଏଲଇଡି ହେଡଲାଇଟସ, ଟ୍ରିପର ଡ୍ୟାସ, ୟୁଏସଡି ଫୋର୍କସ ଓ ସ୍କ୍ରାମ୍ବଲର ଷ୍ଟାଇଲ ସିଟ ଆଦି ଅନ୍ତର୍ଭୁକ୍ତ ରହିଛି। ଏପରିକି ଏହି ମଡେଲକୁ ଏଡି ମଲଡରଙ୍କ ଐତିହାସିକ ଡେଜର୍ଟ ରେସ ୟୁଇନିଙ୍ଗ (ବିଜୟ)ରୁ ଅନୁପ୍ରାଣିତ ହୋଇ ଡିଜାଇନ କରାଯାଇଛି।
ସେହିପରି ଏହି ମଡେଲ ଓଡିଶା ବଜାରର ବ୍ରାଣ୍ଡ୍‌ ଶୋ’ରୁମ ଗୁଡିକରେ ବିଭିନ୍ନ ଭାରିଆଣ୍ଟ ସହ କଲର ମଧ୍ୟ ଉପଲବ୍ଧ ରହିଛି। ବିଶେଷ କରି ଏହାର ବେସ ଭାରିଆଣ୍ଟ ବ୍ରୋଡଓ୍ବାକ ହ୍ବାଇଟର ମୂଲ୍ୟ (ଏକ୍ସ ଶୋ’ରୁମ) ୩,୩୯,୦୦୦ ଟଙ୍କା ଥିବାବେଳେ ମିଡିୟମ ଭାରିଆଣ୍ଟ ପେଟ୍ରୋଲ ଗ୍ରୀନ ଆଣ୍ଡ ଓ୍ବାଇଲ୍‌ଡ ହନିର ମୂଲ୍ୟ (ଏକ୍ସ ଶୋ’ରୁମ) ୩,୪୪,୦୦୦ ଟଙ୍କା ଏବଂ ଟପ ଭାରିଆଣ୍ଟ ଗୋଲଡେନ ସ୍ୟାଡୋର ମୂଲ୍ୟ (ଏକ୍ସ ଶୋ’ରୁମ) ୩,୫୧,୦୦୦ ଟଙ୍କା ରହିଛି। ଏପରିକି ଏହାର ଟୁ ଫୋର ନାଇନ ସ୍ବତନ୍ତ୍ର କଲରର ମୂଲ୍ୟ (ଏକ୍ସ ଶୋ’ରୁମ) ୩,୫୯,୦୦୦ ଟଙ୍କା ରହିଛି।

The post ରୟାଲ ଏନ୍‌ଫିଲ୍ଡର ଅଲ୍‌ ନ୍ୟୁ ବିୟର ୬୫୦ appeared first on Dharitri Odia News.