ଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ୩ ଆହତ

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧୋଡ୍ରା ମୁଖ୍ୟ ସଡ଼କରେ। ମୃତ ଯୁବକ ଜଣକ ହେଲେ ଉମରକୋଟ ଥାନା ଖୁଟୁଗୁଡ଼ା ଗ୍ରାମର ଉଦ୍ଧବ ପନକା (୩୦)। ଅନ୍ୟ ତିନି ଆହତ ହେଲେ ଖୁଟୁଗୁଡ଼ା ଗ୍ରାମର ମଧୁ କଲାର(୩୫), ମୋତିରାମ ରାଜଗଣ୍ଡ (୩୦) ଓ କୋଡିଗାଁ ଥାନା ଅନ୍ତର୍ଗତ ସାନ ଗୁମୁଡା ଗ୍ରାମର ରବି […] The post ଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ୩ ଆହତ appeared first on Dharitri Odia News.

ଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ୩ ଆହତ

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧୋଡ୍ରା ମୁଖ୍ୟ ସଡ଼କରେ। ମୃତ ଯୁବକ ଜଣକ ହେଲେ ଉମରକୋଟ ଥାନା ଖୁଟୁଗୁଡ଼ା ଗ୍ରାମର ଉଦ୍ଧବ ପନକା (୩୦)। ଅନ୍ୟ ତିନି ଆହତ ହେଲେ ଖୁଟୁଗୁଡ଼ା ଗ୍ରାମର ମଧୁ କଲାର(୩୫), ମୋତିରାମ ରାଜଗଣ୍ଡ (୩୦) ଓ କୋଡିଗାଁ ଥାନା ଅନ୍ତର୍ଗତ ସାନ ଗୁମୁଡା ଗ୍ରାମର ରବି ମାଳି।
ମିଳିଥିବା ସୂଚନାନୁସାରେ ଉଦ୍ଧବ,ମଧୁ ଓ ମୋତିରାମ ଗୋଟିଏ ବାଇକ୍‌ ଧୋଡ୍ରା ଗ୍ରାମକୁ କୌଣସି ଏକ କାମରେ ଯାଇଥିଲେ। ଖୁଟୁଗୁଡ଼ା ନିଜ ଗ୍ରାମକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ରବିଙ୍କ ସହ ଧୋଡ୍ରା ମୁଖ୍ୟ ରାସ୍ତାର ଫରେଷ୍ଟ ଅଫିସ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଦ୍ଧବଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା। ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରାଥମିକ ଚିକିତ୍ସା ପରେ ତିନି ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

The post ଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ୩ ଆହତ appeared first on Dharitri Odia News.