କଲମ୍ବୋରେ ଶ୍ରୀଲଙ୍କା-ଭାରତ ୩ୟ ODI ମ୍ୟାଚ୍, ସିରିଜ୍ ବରାବର ଲକ୍ଷ୍ୟରେ ରୋହିତ ବାହିନୀ
କଲମ୍ବୋ ୦୭।୦୮ : ବୁଧବାର ଶ୍ରୀଲଙ୍କା- ଭାରତ ତୃତୀୟ ଦିନିକିଆ। ପ୍ରଥମ ଦିନିକିଆ ‘ଟାଏ’ ରହିବା ପରେ ଦ୍ବିତୀୟ ଦିନିକିଆରେ ଭାରତ ହାରିଥିଲା। ଯାହାଫଳରେ ସିରିଜ୍ରେ ଭାରତ ଏବେ ୦-୧ରେ ପଛୁଆ ରହିଛି । ଏମିତିକି ଭାରତ ଉପରେ ଶୃଙ୍ଖଳା ପରାଜୟ ଭୟ ମଧ୍ୟ ରହିଛି । ବୁଧବାର ମ୍ୟାଚ୍ ଭାରତ ପାଇଁ କର ବା ମର ସ୍ଥିତି।ଆଜି ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବ ରୋହିତ ଶର୍ମାଙ୍କ ଦଳ। ଆଜି ଅପରାହ୍ନ ସାଢ଼େ ୨ଟାରେ ଏହି ମ୍ୟାଚ ଖେଳାଯିବ। ଭାରତ ଏହି ମ୍ୟାଚ୍ ଜିତି ଶୃଙ୍ଖଳାକୁ ୧-୧ରେ ଶେଷ କରି ଆତ୍ମସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିବ। ପ୍ରଥମ ଦୁଇ ଦିନିକିଆରେ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟର୍ ନିରାଶ କରିଛନ୍ତି। ଏବେ ସମସ୍ତଙ୍କ ନଜର ରହିଛି ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟର୍ ବିରାଟ କୋହଲିଙ୍କ ଉପରେ। ଦୁଇଟି ମ୍ୟାଚ୍ ରୁ ସେ ମାତ୍ର ୩୮ ରନ୍ କରିଛନ୍ତି। ଦ୍ବିତୀୟ ମ୍ୟାଚ୍ ରେ ରୋହିତ ଶର୍ମା ଭଲ ଆରମ୍ଭ ଦେବା ସତ୍ତ୍ବେ କୋହଲି ଏହାକୁ ଆଗକୁ ନେଇପାରି ନଥିଲେ। ସେପଟେ ଶ୍ରୀଲଙ୍କା ୧-୦ରେ ସିରିଜ ଆଗୁଆ ଥିବାରୁ ମ୍ୟାଚ ଜିତି ସିରିଜ ହାତେଇବାକୁ ଚେଷ୍ଟା କରିବ । କଲମ୍ବୋରେ ବର୍ଷାର ପୂର୍ବାନୁମାନ ରହିଥିଲେ ମଧ୍ୟ ମ୍ୟାଚ୍ ସମ୍ପୂର୍ଣ୍ଣ ଧୋଇଯିବା ଭଳି ପରିସ୍ଥିତି ଆସିବ ନାହିଁ ବୋଲି କୁହାଯାଇଛି। ପିଚ୍ ପୂର୍ବ ଭଳି ସ୍ପିନରଙ୍କ ନିୟନ୍ତ୍ରଣରେ ରହିବ।
କଲମ୍ବୋ ୦୭।୦୮ : ବୁଧବାର ଶ୍ରୀଲଙ୍କା- ଭାରତ ତୃତୀୟ ଦିନିକିଆ। ପ୍ରଥମ ଦିନିକିଆ ‘ଟାଏ’ ରହିବା ପରେ ଦ୍ବିତୀୟ ଦିନିକିଆରେ ଭାରତ ହାରିଥିଲା। ଯାହାଫଳରେ ସିରିଜ୍ରେ ଭାରତ ଏବେ ୦-୧ରେ ପଛୁଆ ରହିଛି । ଏମିତିକି ଭାରତ ଉପରେ ଶୃଙ୍ଖଳା ପରାଜୟ ଭୟ ମଧ୍ୟ ରହିଛି । ବୁଧବାର ମ୍ୟାଚ୍ ଭାରତ ପାଇଁ କର ବା ମର ସ୍ଥିତି।
ଆଜି ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବ ରୋହିତ ଶର୍ମାଙ୍କ ଦଳ। ଆଜି ଅପରାହ୍ନ ସାଢ଼େ ୨ଟାରେ ଏହି ମ୍ୟାଚ ଖେଳାଯିବ। ଭାରତ ଏହି ମ୍ୟାଚ୍ ଜିତି ଶୃଙ୍ଖଳାକୁ ୧-୧ରେ ଶେଷ କରି ଆତ୍ମସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିବ। ପ୍ରଥମ ଦୁଇ ଦିନିକିଆରେ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟର୍ ନିରାଶ କରିଛନ୍ତି। ଏବେ ସମସ୍ତଙ୍କ ନଜର ରହିଛି ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟର୍ ବିରାଟ କୋହଲିଙ୍କ ଉପରେ। ଦୁଇଟି ମ୍ୟାଚ୍ ରୁ ସେ ମାତ୍ର ୩୮ ରନ୍ କରିଛନ୍ତି। ଦ୍ବିତୀୟ ମ୍ୟାଚ୍ ରେ ରୋହିତ ଶର୍ମା ଭଲ ଆରମ୍ଭ ଦେବା ସତ୍ତ୍ବେ କୋହଲି ଏହାକୁ ଆଗକୁ ନେଇପାରି ନଥିଲେ। ସେପଟେ ଶ୍ରୀଲଙ୍କା ୧-୦ରେ ସିରିଜ ଆଗୁଆ ଥିବାରୁ ମ୍ୟାଚ ଜିତି ସିରିଜ ହାତେଇବାକୁ ଚେଷ୍ଟା କରିବ । କଲମ୍ବୋରେ ବର୍ଷାର ପୂର୍ବାନୁମାନ ରହିଥିଲେ ମଧ୍ୟ ମ୍ୟାଚ୍ ସମ୍ପୂର୍ଣ୍ଣ ଧୋଇଯିବା ଭଳି ପରିସ୍ଥିତି ଆସିବ ନାହିଁ ବୋଲି କୁହାଯାଇଛି। ପିଚ୍ ପୂର୍ବ ଭଳି ସ୍ପିନରଙ୍କ ନିୟନ୍ତ୍ରଣରେ ରହିବ।