ଦିଲ୍ଲୀ ରେଳ ଷ୍ଟେସନରେ କିପରି ହେଲେ ଏତେ ଭିଡ ? ସ୍ପଷ୍ଟୀକରଣ ଦେଲା ରେଳବାଇ

ନୂଆଦିଲ୍ଲୀ ୨୪।୦୩; ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ସ୍ଥିତି ଦେଖିବାକୁ ମିଳିଛି । ଟ୍ରେନ ବିଳମ୍ବ କାରଣରୁ ଦଳାଚକଟା ସ୍ଥିତି ଉପୁଜିଥିଲା। ଶିବଗଙ୍ଗା ଓ ମଗଧ ଏକ୍ସପ୍ରେସ ସମେତ ଅନେକ ଟ୍ରେନ ବିଳମ୍ବ ଯୋଗୁଁ ପ୍ଲାଟଫର୍ମ ନମ୍ବର ୧୨ ଓ ୧୩ରେ ସ୍ଥିତି ଅଣାୟତ୍ତ ହୋଇଥିଲା। ଦଳାଚକଟା ସ୍ଥିତିରେ କେହି ଆହତ ହୋଇ ନଥିବା ବେଳେ ହଜାର ହଜାର ଯାତ୍ରୀ ଫସିଥିଲେ । #UPDATE | There was an extra rush at the New Delhi Railway Station due to a delay of a few trains. Now, a few trains have left, and the situation is under control: Delhi Police https://t.co/9Bf4uLs9Li— ANI (@ANI) March 23, 2025ରେଳ ପ୍ରଶାସନ କହିଛି ଛୁଟିଥିବାରୁ ଅଧିକ ଭିଡ ହୋଇଥାଏ। ତେଣୁ କିଛି ସମୟ ପାଇଁ ଜନସମାଗମ ହୋଇଥିଲା। କିନ୍ତୁ ଟ୍ରେନ୍ ଆସିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଗଲା।କହିବାକୁ ଗଲେ ଶିବ ଗଙ୍ଗା ଏକ୍ସପ୍ରେସ, ସ୍ଵତନ୍ତ୍ରତା ସେନାନି ଏକ୍ସପ୍ରେସ, ଜାମ୍ମୁ ରାଜଧାନୀ ଏକ୍ସପ୍ରେସ, ଲକ୍ଷ୍ମୌମେଲ ଏବଂ ମଗଧ ଏକ୍ସପ୍ରେସ ଚାଲିବାରେ ବିଳମ୍ବ ହୋଇଥିଲା। ଯେଉଁ କାରଣରୁ ଅନେକ ଯାତ୍ରୀ ହଠାତ୍ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧୨ ଏବଂ ୧୩ ରେ ଏକାଠି ହୋଇଥିଲେ ।  ଯାହା ଫଳରେ ଭିଡ ବଢିଯାଇଥିଲା। ଲୋକମାନେ ସୋସିଆଲ ମିଡିଆରେ ଏହାର ଭିଡିଓ ସେୟାର କରିଥିଲେ। କିନ୍ତୁ ରେଳ ପ୍ରଶାସନ ଅନୁଯାୟୀ କୌଣସି ଅଘଟଣ ଘଟ

ଦିଲ୍ଲୀ ରେଳ ଷ୍ଟେସନରେ କିପରି ହେଲେ ଏତେ ଭିଡ ? ସ୍ପଷ୍ଟୀକରଣ ଦେଲା ରେଳବାଇ

ନୂଆଦିଲ୍ଲୀ ୨୪।୦୩; ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ସ୍ଥିତି ଦେଖିବାକୁ ମିଳିଛି । ଟ୍ରେନ ବିଳମ୍ବ କାରଣରୁ ଦଳାଚକଟା ସ୍ଥିତି ଉପୁଜିଥିଲା। ଶିବଗଙ୍ଗା ଓ ମଗଧ ଏକ୍ସପ୍ରେସ ସମେତ ଅନେକ ଟ୍ରେନ ବିଳମ୍ବ ଯୋଗୁଁ ପ୍ଲାଟଫର୍ମ ନମ୍ବର ୧୨ ଓ ୧୩ରେ ସ୍ଥିତି ଅଣାୟତ୍ତ ହୋଇଥିଲା। ଦଳାଚକଟା ସ୍ଥିତିରେ କେହି ଆହତ ହୋଇ ନଥିବା ବେଳେ ହଜାର ହଜାର ଯାତ୍ରୀ ଫସିଥିଲେ । 

ରେଳ ପ୍ରଶାସନ କହିଛି ଛୁଟିଥିବାରୁ ଅଧିକ ଭିଡ ହୋଇଥାଏ। ତେଣୁ କିଛି ସମୟ ପାଇଁ ଜନସମାଗମ ହୋଇଥିଲା। କିନ୍ତୁ ଟ୍ରେନ୍ ଆସିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଗଲା।କହିବାକୁ ଗଲେ ଶିବ ଗଙ୍ଗା ଏକ୍ସପ୍ରେସ, ସ୍ଵତନ୍ତ୍ରତା ସେନାନି ଏକ୍ସପ୍ରେସ, ଜାମ୍ମୁ ରାଜଧାନୀ ଏକ୍ସପ୍ରେସ, ଲକ୍ଷ୍ମୌମେଲ ଏବଂ ମଗଧ ଏକ୍ସପ୍ରେସ ଚାଲିବାରେ ବିଳମ୍ବ ହୋଇଥିଲା। ଯେଉଁ କାରଣରୁ ଅନେକ ଯାତ୍ରୀ ହଠାତ୍ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧୨ ଏବଂ ୧୩ ରେ ଏକାଠି ହୋଇଥିଲେ ।  ଯାହା ଫଳରେ ଭିଡ ବଢିଯାଇଥିଲା। 

ଲୋକମାନେ ସୋସିଆଲ ମିଡିଆରେ ଏହାର ଭିଡିଓ ସେୟାର କରିଥିଲେ। କିନ୍ତୁ ରେଳ ପ୍ରଶାସନ ଅନୁଯାୟୀ କୌଣସି ଅଘଟଣ ଘଟାଇବା ପାଇଁ ତୁରନ୍ତ ଆବଶ୍ୟକ ଭିଡ଼ ନିୟନ୍ତ୍ରଣ ପଦକ୍ଷେପ ନିଆଯାଇଥିଲା। କିଛି ସମୟ ମଧ୍ୟରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପ୍ରବଳ ଜନସମାଗମ ହେତୁ କାହାରି ଆହତ ହେବାର ଖବର ନାହିଁ।