କେନ୍ଦୁଝରରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ଦୁଷ୍କର୍ମକାରୀ ଓ ସହଯୋଗୀ ସାବତ ଆଈକୁ ୩୦ ବର୍ଷ ଜେଲ୍
କେନ୍ଦୁଝର ୨୦।୩: କେନ୍ଦୁଝରରେ ନାବାଳିକା ଦୁଷ୍କର୍ମକାରୀ ଏବଂ ଦୁଷ୍କର୍ମରେ ସାହାଯ୍ୟ କାରିଥିବା ସାବତ ଆଇକୁ ୩୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ଦୁଷ୍କର୍ମକାରୀକୁ ୩୦ ହଜାର ଟଙ୍କା ଏବଂ ସାବତ ଆଈକୁ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୨ ବର୍ଷ ଦଣ୍ଡାଦେଶ ଶୁଣାଇଲେ କେନ୍ଦୁଝର ଏଡିଜେ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ । ଏହାସହ ପୀଡ଼ିତାକୁ ୬ ଲକ୍ଷ ଟଙ୍ଗା ଅନୁକମ୍ପା ରାଶି ପ୍ରଦାନ ପାଇଁ ଆଦେଶ ଦେଇଛନ୍ତି । ସରକାରୀ ଓକିଲଙ୍କ କହିବା ଅନୁସାରେ, ଯୋଡ଼ା ଅଞ୍ଚଳର ଜଣେ ନାବାଳିକାଙ୍କ ବାପା ଓ ମା’ ତାଙ୍କୁ ଛାଡି ଅନ୍ୟତ୍ର ଚାଲିଯିବା ପରେ ସେ ତାଙ୍କ ସାବତ ଆଈ ପାଖରେ ରହି ପାଠ ପଢୁଥିଲା । ସାବତ ଆଈ ଅମିତା କାରୁଆଙ୍କ ଘରକୁ ଏସ୍.କେ. ସାହଜାଦ ନାମକ ଜଣେ ବ୍ୟକ୍ତି ସବୁବେଳେ ଯିବା ଆସିବା କରନ୍ତି । ୨୦୧୮ ମସିହା ଜୁନ୍ ୨୨ ତାରିଖ ଠାରୁ ସାହାଜାଦ ସାବତ ଆଈର ସହଯୋଗରେ ଦୀର୍ଘ ୫ ମାସ ଧରି ନାବାଳିକାଙ୍କ ସହ ଦୁଷ୍କର୍ମ କରିଆସୁଥିଲା । ନାବାଳିକାଙ୍କ ମା’ ଯେତେବେଳେ ତା ଝିଅକୁ ଦେଖିବାକୁ ଆସିଥିଲା ସାବତ ଆଈ ତାକୁ ଝିଅକୁ ଦେଖା କରିବାକୁ ଦେଲାନାହିଁ । ଶେଷରେ ନାବାଳିକାଙ୍କ ମାମୁଁ ଆସି ନାବାଳିକାକୁ ତାଙ୍କ ଘରକୁ ନେଇଯିବା ପରେ ସମସ୍ତ ଘଟଣା ଜଣାପଡିଥିଲା । ନାବାଳିକାଙ୍କ ମାମୁଁ ୨୦୧୮ ମସିହା ନଭେମ୍ବର ୨୭ ତାରିଖରେ ଯୋଡା ଥାନାରେ ଲିଖିତ ଆଭିଯୋଗ କରିଥିଲେ । ଏହି ଘଟଣାରେ ୨୦ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତିକରି
କେନ୍ଦୁଝର ୨୦।୩: କେନ୍ଦୁଝରରେ ନାବାଳିକା ଦୁଷ୍କର୍ମକାରୀ ଏବଂ ଦୁଷ୍କର୍ମରେ ସାହାଯ୍ୟ କାରିଥିବା ସାବତ ଆଇକୁ ୩୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ଦୁଷ୍କର୍ମକାରୀକୁ ୩୦ ହଜାର ଟଙ୍କା ଏବଂ ସାବତ ଆଈକୁ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୨ ବର୍ଷ ଦଣ୍ଡାଦେଶ ଶୁଣାଇଲେ କେନ୍ଦୁଝର ଏଡିଜେ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ । ଏହାସହ ପୀଡ଼ିତାକୁ ୬ ଲକ୍ଷ ଟଙ୍ଗା ଅନୁକମ୍ପା ରାଶି ପ୍ରଦାନ ପାଇଁ ଆଦେଶ ଦେଇଛନ୍ତି ।
ସରକାରୀ ଓକିଲଙ୍କ କହିବା ଅନୁସାରେ, ଯୋଡ଼ା ଅଞ୍ଚଳର ଜଣେ ନାବାଳିକାଙ୍କ ବାପା ଓ ମା’ ତାଙ୍କୁ ଛାଡି ଅନ୍ୟତ୍ର ଚାଲିଯିବା ପରେ ସେ ତାଙ୍କ ସାବତ ଆଈ ପାଖରେ ରହି ପାଠ ପଢୁଥିଲା । ସାବତ ଆଈ ଅମିତା କାରୁଆଙ୍କ ଘରକୁ ଏସ୍.କେ. ସାହଜାଦ ନାମକ ଜଣେ ବ୍ୟକ୍ତି ସବୁବେଳେ ଯିବା ଆସିବା କରନ୍ତି । ୨୦୧୮ ମସିହା ଜୁନ୍ ୨୨ ତାରିଖ ଠାରୁ ସାହାଜାଦ ସାବତ ଆଈର ସହଯୋଗରେ ଦୀର୍ଘ ୫ ମାସ ଧରି ନାବାଳିକାଙ୍କ ସହ ଦୁଷ୍କର୍ମ କରିଆସୁଥିଲା । ନାବାଳିକାଙ୍କ ମା’ ଯେତେବେଳେ ତା ଝିଅକୁ ଦେଖିବାକୁ ଆସିଥିଲା ସାବତ ଆଈ ତାକୁ ଝିଅକୁ ଦେଖା କରିବାକୁ ଦେଲାନାହିଁ । ଶେଷରେ ନାବାଳିକାଙ୍କ ମାମୁଁ ଆସି ନାବାଳିକାକୁ ତାଙ୍କ ଘରକୁ ନେଇଯିବା ପରେ ସମସ୍ତ ଘଟଣା ଜଣାପଡିଥିଲା । ନାବାଳିକାଙ୍କ ମାମୁଁ ୨୦୧୮ ମସିହା ନଭେମ୍ବର ୨୭ ତାରିଖରେ ଯୋଡା ଥାନାରେ ଲିଖିତ ଆଭିଯୋଗ କରିଥିଲେ । ଏହି ଘଟଣାରେ ୨୦ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତିକରି ଜଜ୍ ଏହି ରାୟ ଶୁଣାଇଛନ୍ତି ।
You Can Read :
OLXରେ ବିଜ୍ଞାପନ ଦେଇ ଠକେଇ, ଗୋଟିଏ କାର୍କୁ ୪ ଥର ବିକିବାକୁ ଉଦ୍ୟମ କରି ଧରାପଡିଲେ ଯୁବକ-ଯୁବତୀ