ଯୌତୁକ ନିଆଁରେ ଜଳିଲେ ଆରତୀ, ୨ ବର୍ଷ ତଳେ କରିଥିଲେ ପ୍ରେମ ବିବାହ

ଖଲ୍ଲିକୋଟ ୧୪।୦୭ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କହ୍ଲେଇପୁର ଗାଁର ଆସିଛି ଦୁଃଖଦ ଖବର । ଯୌତୁକ ନିଆଁରେ ଜଳିଲେ ଆରତୀ । ଅଧାପୋଡ଼ା ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।ଖବର ଅନୁଯାୟୀ, ଦୁଇ ବର୍ଷ ତଳେ ଆକାଶ ପରିଡ଼ାଙ୍କ ସହିତ ଆରତୀଙ୍କର ପ୍ରେମ ବିବାହ ହୋଇଥିଲା । କିଛି ଦିନ ଠିକ୍‌ଠାକରେ ଚାଲିଲା ଉଭୟଙ୍କ ସଂସ୍କାର । ହେଲେ ଗତ କିଛି ଦିନ ହେବ ଶାଶୂ ଯୌତୁକ ପାଇଁ ବିଭିନ୍ନ ସମୟରେ ଆରତୀଙ୍କୁ ନିର୍ଯାତନା ଦେଉଥିବାର ବାପା ଅଭିଯୋଗ କରିଛନ୍ତି । ଏପିରିକି ଗତ ରାତିରେ ଶାଶୁ-ବୋହୂଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ପରେ ସୋମବାର ସକାଳୁ ଆରତୀଙ୍କୁ ଦିଅର ପ୍ରକାଶ ଓ ଶାଶୂ ମିଶି ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ହୋଇଛି । ପରେ ଅଧାପୋଡ଼ା ଅବସ୍ଥାରେ ଆରତୀଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ ଲାଗି ଆରତୀଙ୍କ ଶରୀରର ୪୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।  

ଯୌତୁକ ନିଆଁରେ ଜଳିଲେ ଆରତୀ, ୨ ବର୍ଷ ତଳେ କରିଥିଲେ ପ୍ରେମ ବିବାହ

ଖଲ୍ଲିକୋଟ ୧୪।୦୭ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କହ୍ଲେଇପୁର ଗାଁର ଆସିଛି ଦୁଃଖଦ ଖବର । ଯୌତୁକ ନିଆଁରେ ଜଳିଲେ ଆରତୀ । ଅଧାପୋଡ଼ା ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ଦୁଇ ବର୍ଷ ତଳେ ଆକାଶ ପରିଡ଼ାଙ୍କ ସହିତ ଆରତୀଙ୍କର ପ୍ରେମ ବିବାହ ହୋଇଥିଲା । କିଛି ଦିନ ଠିକ୍‌ଠାକରେ ଚାଲିଲା ଉଭୟଙ୍କ ସଂସ୍କାର । ହେଲେ ଗତ କିଛି ଦିନ ହେବ ଶାଶୂ ଯୌତୁକ ପାଇଁ ବିଭିନ୍ନ ସମୟରେ ଆରତୀଙ୍କୁ ନିର୍ଯାତନା ଦେଉଥିବାର ବାପା ଅଭିଯୋଗ କରିଛନ୍ତି । ଏପିରିକି ଗତ ରାତିରେ ଶାଶୁ-ବୋହୂଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ପରେ ସୋମବାର ସକାଳୁ ଆରତୀଙ୍କୁ ଦିଅର ପ୍ରକାଶ ଓ ଶାଶୂ ମିଶି ପେଟ୍ରୋଲ ଢାଳି ନିଆଁ ଲଗାଇ ମାରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ହୋଇଛି । ପରେ ଅଧାପୋଡ଼ା ଅବସ୍ଥାରେ ଆରତୀଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ ଲାଗି ଆରତୀଙ୍କ ଶରୀରର ୪୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।