ପୋଲସିକୁ ମାଡ଼ମରା ଘଟଣା: ଆକ୍ସସନର ରିଆକ୍ସନ ଦେଖାଇଲା ପୋଲିସ

ମୋହନା,୨୨ା୩ (ମନ୍ମଥ ମିଶ୍ର): ଗୁରୁବାର ବିଳମ୍ବିତ ରାତିରେ ଗାଁରେ ପଶି ଗଞ୍ଜେଇ ରେଡ କଲା ବେଳେ ମାଡ଼ ଖାଇଥିଲେ ପୋଲିସ। ପୋଲିସ ଗାଡ଼ିକୁ ବି ଭାଙ୍ଗି ଥିଲେ ଲୋକେ। ଶୁକ୍ରବାର ମୋହନା ଥାନାରେ ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖବରଦାତା ସମ୍ମିଳନୀରେ କହିଥିଲେ। ଅନ୍ୟପକ୍ଷେ ଶନିବାର ଦମ୍‌ ଦେଖାଇଛି ପୋଲିସ। ଘଟଣା ହେଉଛି ଗଜପତି ଜିଲା ମୋହନା ଥାନା ଅନର୍ଗତ ପୀଡିଆରୀ ଗାଁର l ଶୁକ୍ରବାର ପୋଲିସ ପ୍ରାୟ […] The post ପୋଲସିକୁ ମାଡ଼ମରା ଘଟଣା: ଆକ୍ସସନର ରିଆକ୍ସନ ଦେଖାଇଲା ପୋଲିସ appeared first on Dharitri Odia News.

ପୋଲସିକୁ ମାଡ଼ମରା ଘଟଣା: ଆକ୍ସସନର ରିଆକ୍ସନ ଦେଖାଇଲା ପୋଲିସ

ମୋହନା,୨୨ା୩ (ମନ୍ମଥ ମିଶ୍ର): ଗୁରୁବାର ବିଳମ୍ବିତ ରାତିରେ ଗାଁରେ ପଶି ଗଞ୍ଜେଇ ରେଡ କଲା ବେଳେ ମାଡ଼ ଖାଇଥିଲେ ପୋଲିସ। ପୋଲିସ ଗାଡ଼ିକୁ ବି ଭାଙ୍ଗି ଥିଲେ ଲୋକେ। ଶୁକ୍ରବାର ମୋହନା ଥାନାରେ ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖବରଦାତା ସମ୍ମିଳନୀରେ କହିଥିଲେ। ଅନ୍ୟପକ୍ଷେ ଶନିବାର ଦମ୍‌ ଦେଖାଇଛି ପୋଲିସ। ଘଟଣା ହେଉଛି ଗଜପତି ଜିଲା ମୋହନା ଥାନା ଅନର୍ଗତ ପୀଡିଆରୀ ଗାଁର l

ଶୁକ୍ରବାର ପୋଲିସ ପ୍ରାୟ ୪୦କୁଇଣ୍ଟାଲ ଗଞ୍ଜେଇ ଜବତ କରି ଫେରୁଥିବା ବେଳେ ୨୬ଜଣ ପୋଲିସକୁ ଆକ୍ରମଣ ସହ ଗାଡ଼ିକୁ ଭଞ୍ଜରୁଜା କରିଥିଲେ। କୌଶଳକ୍ରମେ ଚତୁରତାର ସହ ପୋଲିସ ଏକ ପିକଅପରେ ୨୦ କୁଇଣ୍ଟାଲ ଗଞ୍ଜେଇ ଆଣିବାରେ ସକ୍ଷମ ହୋଇଥିଲା। ହେଲେ ଶନିବାର ୮ ପ୍ଲାଟୁନ ଫୋର୍ସ ଧରି ଉକ୍ତ ଗାଁରେ ପହଞ୍ଚିଥିଲା ପୋଲିସ l ତେବେ ପୋଲିସ ଗଞ୍ଜେଇ ଜବତ କରିବା ସହିତ ଉକ୍ତ ଅଞ୍ଚଳରୁ ୫ ଜଣକୁ ଉଠାଇ ଆଣିଲା। ଭଙ୍ଗାରୁଜା ମାମଲାରେ ୩ ଜଣଙ୍କୁ ଏବଂ ଗଞ୍ଜେଇ ମାମଲାରେ ୨ ଜଣଙ୍କୁ ଗିରଫ କରିଥିବା ଏସ୍‌ପି କହିଛନ୍ତି। ମୋହନା ଥାନାରେ କେଶ ନଂ. ୪୩/୨୫ ଏକ ମାମଲା ରୁଜୁ ହୋଇଛି। ଆଗକୁ ଜୋରଦାର ପାଟ୍ରୋଲିଂ କରାଯିବ ବୋଲି ଏସପି କହିଛନ୍ତି। ତେବେ ବିପୁଳ ପରିମାଣର ଗଞ୍ଜେଇ ଜବତ ଦେଖି ଅଞ୍ଚଳବାସୀ ଆଶର୍ଯ୍ୟ ହୋଇଯାଇଛନ୍ତି।

 

The post ପୋଲସିକୁ ମାଡ଼ମରା ଘଟଣା: ଆକ୍ସସନର ରିଆକ୍ସନ ଦେଖାଇଲା ପୋଲିସ appeared first on Dharitri Odia News.