ଅଶ୍ୱିନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର୍
ନୂଆଦିଲ୍ଳୀ,୬।୩: ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ତାଙ୍କର ୧୦୦ତମ ଟେଷ୍ଟର ଦ୍ୱାର ଦେଶରେ ଅଛନ୍ତି। ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟରେ ପ୍ରବେଶ କରିବା ମାତ୍ରେ ଅଶ୍ୱିନ ଏହି ମାଇଲଖୁଣ୍ଟ ହାସଲ କରିବେ। ଅଶ୍ୱିନ ଏହି ସଫଳତା ହାସଲ କରି ସମଗ୍ର କ୍ରିକେଟ ଜଗତ ତାଙ୍କୁ ପ୍ରଶଂସା କରୁଛନ୍ତି। ତେବେ ପୂର୍ବତନ ଭାରତୀୟ ସ୍ପିନର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ ଏହି ଅଭିଜ୍ଞ ସ୍ପିନରଙ୍କ ଆଚରଣରେ ଖୁସି ନାହାନ୍ତି। ଶିବରାମକ୍ରିଷ୍ଣନ ଲେଖିଛନ୍ତି, ମୁଁ ତାଙ୍କର ୧୦୦ତମ ଟେଷ୍ଟରେ ଅଭିନନ୍ଦନ ଜଣାଇବା […] The post ଅଶ୍ୱିନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର୍ appeared first on Dharitri Odia News.
ନୂଆଦିଲ୍ଳୀ,୬।୩: ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ତାଙ୍କର ୧୦୦ତମ ଟେଷ୍ଟର ଦ୍ୱାର ଦେଶରେ ଅଛନ୍ତି। ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟରେ ପ୍ରବେଶ କରିବା ମାତ୍ରେ ଅଶ୍ୱିନ ଏହି ମାଇଲଖୁଣ୍ଟ ହାସଲ କରିବେ। ଅଶ୍ୱିନ ଏହି ସଫଳତା ହାସଲ କରି ସମଗ୍ର କ୍ରିକେଟ ଜଗତ ତାଙ୍କୁ ପ୍ରଶଂସା କରୁଛନ୍ତି। ତେବେ ପୂର୍ବତନ ଭାରତୀୟ ସ୍ପିନର ଲକ୍ଷ୍ମଣ ଶିବରାମକ୍ରିଷ୍ଣନ ଏହି ଅଭିଜ୍ଞ ସ୍ପିନରଙ୍କ ଆଚରଣରେ ଖୁସି ନାହାନ୍ତି।
ଶିବରାମକ୍ରିଷ୍ଣନ ଲେଖିଛନ୍ତି, ମୁଁ ତାଙ୍କର ୧୦୦ତମ ଟେଷ୍ଟରେ ଅଭିନନ୍ଦନ ଜଣାଇବା ପାଇଁ ଅଶ୍ୱିନଙ୍କୁ ଅନେକ ଫୋନ କରିଥିଲି। ସେ ମୋ ଫୋନକୁ କାଟିଦେଇଥିଲେ। ତାଙ୍କୁ ଏକ ମେସେଜ୍ ମଧ୍ୟ ପଠାଇଥିଲି। କୌଣସି ଉତ୍ତର ମିଳିଲା ନାହିଁ। ଏହା ହେଉଛି ପୂର୍ବତନ କ୍ରିକେଟରମାନେ ମିଳିଥିବା ସମ୍ମାନ।
ଶିବରାମକ୍ରିଷ୍ଣନ ଅଶ୍ୱିନଙ୍କୁ ପୂର୍ବରୁ ଅନେକ ଥର ସମାଲୋଚନା କରିଛନ୍ତି। ଏପରିକି ସେ ଅଶ୍ୱିନଙ୍କୁ ସ୍ବାର୍ଥପର ବୋଲି କହିଛନ୍ତି। ତଥାପି ଅଶ୍ୱିନ ତାଙ୍କୁ କଦାପି ଉତ୍ତର ଦେଇ ନ ଥିଲେ।
The post ଅଶ୍ୱିନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର୍ appeared first on Dharitri Odia News.