ବିଦେଶୀ ମଡେଲଙ୍କ ପ୍ରେମରେ ଅନନ୍ୟା, କିଏ ସେ Walker Blanco ?

ମୁମ୍ଵାଇ ୦୮।୦୮: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରାୟତଃ ଚର୍ଚ୍ଚାରେ ଥାଏ । ନିକଟରେ ତାଙ୍କ ନାମ ଜଣେ ବିଦେଶୀ ଯୁବକ ସହିତ ଲିଙ୍କ୍ ଅଫ୍‌ ହେବା ନେଇ ଚର୍ଚ୍ଚା ହେଉଛି । ଅନନ୍ୟାଙ୍କ ଏହି ନ୍ୟୁ ବୟଫ୍ରେଣ୍ଡ ଏବେ ଲାଇମ ଲାଇଟକୁ ଆସିଛନ୍ତି। କିଛି ସମୟ ପୂର୍ବରୁ ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ବ୍ରେକଅପ୍ ହେବାର ଖବର ସାମ୍ନାକୁ ଆସିଥିଲା । ଏହା ପରେ ଅନନ୍ୟା ବି ଇନଷ୍ଟାରେ ପୋଷ୍ଟ ସେୟାର କରି ବ୍ରେକଅପ୍‌ର ସୂଚନା ଦେଇଥିଲେ । ଯାହା ପରେ ପ୍ରଂଶସକ ବି କନଫର୍ମ ହୋଇଯାଇଥିଲେ। ଏବେ ଅନନ୍ୟାଙ୍କୁ ତାଙ୍କର ନୂଆ ପ୍ରେମ ମିଳିଥିବା ଜଣାପଡିଛି। ଅନନ୍ୟା ପୁଣିଥରେ ତାଙ୍କ ସମ୍ପର୍କ ବିଷୟରେ ଖବରରେ ଅଛନ୍ତି। ୱାକର ବ୍ଲାନକୋ କାହା ସହିତ ଡେଟିଂ ଆରମ୍ଭ କରିଛନ୍ତି । View this post on InstagramA post shared by Ananya ???? (@ananyapanday)ଅନନ୍ୟା ପାଣ୍ଡେଙ୍କୁ କିଛି ସମୟ ହେବ ଫିଲ୍ମରେ କ୍ୱଚିତ୍ ଦେଖିବାକୁ ମିଳିଥିଲା। କିନ୍ତୁ ସୋସିଆଲ ମିଡିଆ ତଥା ବ୍ୟକ୍ତିଗତ ଜୀବନରେ ଖୁବ୍‌ ଆକ୍ଟିଭ୍‌ ।  ନିକଟରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ ସେମାନେ ବହୁତ ମଜା କରିଥିଲେ। ଏହି ବିବାହରେ ଅନନ୍ୟା ତାଙ୍କ ନୂଆ ପ୍ରେମ ପାଇଁ ଅନେକ ଚର୍ଚ୍ଚାରେ ଥିଲେ। ହାର୍ଦ୍ଦିକଙ୍କ ସହ ତାଙ୍କ ନାମ ଯୋଡା ହୋଇଥିଲା ହେଲେ ଅନନ୍ୟା ୱାକର ବ୍ଲାନକୋଙ୍କ ସହ ନଜର ବେଶି ଆସିଥିଲେ।  ଯାହା ପରେ ତାଙ

ବିଦେଶୀ ମଡେଲଙ୍କ ପ୍ରେମରେ ଅନନ୍ୟା, କିଏ ସେ Walker Blanco ?

ମୁମ୍ଵାଇ ୦୮।୦୮: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ତାଙ୍କ ବ୍ୟକ୍ତିଗତ ଜୀବନ ପ୍ରାୟତଃ ଚର୍ଚ୍ଚାରେ ଥାଏ । ନିକଟରେ ତାଙ୍କ ନାମ ଜଣେ ବିଦେଶୀ ଯୁବକ ସହିତ ଲିଙ୍କ୍ ଅଫ୍‌ ହେବା ନେଇ ଚର୍ଚ୍ଚା ହେଉଛି । ଅନନ୍ୟାଙ୍କ ଏହି ନ୍ୟୁ ବୟଫ୍ରେଣ୍ଡ ଏବେ ଲାଇମ ଲାଇଟକୁ ଆସିଛନ୍ତି। କିଛି ସମୟ ପୂର୍ବରୁ ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ବ୍ରେକଅପ୍ ହେବାର ଖବର ସାମ୍ନାକୁ ଆସିଥିଲା । ଏହା ପରେ ଅନନ୍ୟା ବି ଇନଷ୍ଟାରେ ପୋଷ୍ଟ ସେୟାର କରି ବ୍ରେକଅପ୍‌ର ସୂଚନା ଦେଇଥିଲେ । ଯାହା ପରେ ପ୍ରଂଶସକ ବି କନଫର୍ମ ହୋଇଯାଇଥିଲେ। ଏବେ ଅନନ୍ୟାଙ୍କୁ ତାଙ୍କର ନୂଆ ପ୍ରେମ ମିଳିଥିବା ଜଣାପଡିଛି। ଅନନ୍ୟା ପୁଣିଥରେ ତାଙ୍କ ସମ୍ପର୍କ ବିଷୟରେ ଖବରରେ ଅଛନ୍ତି। ୱାକର ବ୍ଲାନକୋ କାହା ସହିତ ଡେଟିଂ ଆରମ୍ଭ କରିଛନ୍ତି । 

ଅନନ୍ୟା ପାଣ୍ଡେଙ୍କୁ କିଛି ସମୟ ହେବ ଫିଲ୍ମରେ କ୍ୱଚିତ୍ ଦେଖିବାକୁ ମିଳିଥିଲା। କିନ୍ତୁ ସୋସିଆଲ ମିଡିଆ ତଥା ବ୍ୟକ୍ତିଗତ ଜୀବନରେ ଖୁବ୍‌ ଆକ୍ଟିଭ୍‌ ।  ନିକଟରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ ସେମାନେ ବହୁତ ମଜା କରିଥିଲେ। ଏହି ବିବାହରେ ଅନନ୍ୟା ତାଙ୍କ ନୂଆ ପ୍ରେମ ପାଇଁ ଅନେକ ଚର୍ଚ୍ଚାରେ ଥିଲେ। ହାର୍ଦ୍ଦିକଙ୍କ ସହ ତାଙ୍କ ନାମ ଯୋଡା ହୋଇଥିଲା ହେଲେ ଅନନ୍ୟା ୱାକର ବ୍ଲାନକୋଙ୍କ ସହ ନଜର ବେଶି ଆସିଥିଲେ।  ଯାହା ପରେ ତାଙ୍କ ଅଧିକ ଗୁଜବ ବ୍ୟାପିବାରେ ଲାଗିଲା।


କହିବାକୁ ଗଲେ ୱାକର ବ୍ଲାନକୋ ଆମେରିକାର ଚିକାଗୋ ସହରରୁ ଆସିଛନ୍ତି । ସେ ଫ୍ଲୋରିଡାର ୱେଷ୍ଟମିନିଷ୍ଟର ଖ୍ରୀଷ୍ଟିଆନ ସ୍କୁଲରୁ ତାଙ୍କ ପାଠ ପଡ କରିଥିଲେ। ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରୁ ସୂଚନା ମିଳିଛି ଯେ ସେ ଆମେରିକାର ଜଣେ ପୂର୍ବତନ ମଡେଲ ଥିଲେ ଏବଂ ତାଙ୍କର ଷ୍ଟାଇଲ୍‌ ଏବଂ ବ୍ୟକ୍ତିତ୍ୱ ଅନେକ ଲୋକଙ୍କୁ ଆକର୍ଷିତ କରିଥିଲା ।