ସୋପୁରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ସୋପୁର ଜିଲ୍ଲାର ୱାଟରଗାମ୍‌ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ଏକ୍ସରେ ଏକ ପୋଷ୍ଟ୍‌ କରି ଭାରତୀୟ ସେନା ଏନେଇ ସ୍ପଷ୍ଟ କରିଛି ଏବଂ କହିଛି ଯେ ସମ୍ପୃକ୍ତ ଅଞ୍ଚଳରେ ଅପରେସନ୍‌ ଜାରି ରହିଛି ଏବଂ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ୱାଟରଗାମ୍‌ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇ ଭାରତୀୟ ସେନା ଏବଂ ଜମ୍ମୁ କାଶ୍ମୀର […]

ସୋପୁରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ସୋପୁର ଜିଲ୍ଲାର ୱାଟରଗାମ୍‌ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ଏକ୍ସରେ ଏକ ପୋଷ୍ଟ୍‌ କରି ଭାରତୀୟ ସେନା ଏନେଇ ସ୍ପଷ୍ଟ କରିଛି ଏବଂ କହିଛି ଯେ ସମ୍ପୃକ୍ତ ଅଞ୍ଚଳରେ ଅପରେସନ୍‌ ଜାରି ରହିଛି ଏବଂ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ୱାଟରଗାମ୍‌ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇ ଭାରତୀୟ ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସର ଏକ ମିଳିତ ଟିମ୍‌ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ହଠାତ୍‌ ଗୁଳିମାଡ଼ ଆରମ୍ଭ କରିଥିଲେ। ପାଲଟା ଜବାବ ଦେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିମାଡ଼ ହୋଇଥିଲା। ଅପରେସନ୍‌ ଏବେ ବି ଜାରି ରହିଛି ବୋଲି କଶ୍ମୀର ଜୋନ୍‌ ପୁଲିସ କହିଛି।