ପାନୀୟ ଜଳ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅଧିନସ୍ତ ତଲକାଲିମା ଗ୍ରାମରେ ଜଳସଙ୍କଟ ନେଇ ତଲକାଲିମା ଗ୍ରାମର ମହିଳାମାନେ ମଙ୍ଗଳବାର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଗାଁରେ ୫୨ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ୨ଟି ନଳକୂପ ରହିଅଛି କିନ୍ତୁ ଗୋଟିଏ ନଳକୂପ ଅଚଳ ହୋଇ ୬ମାସରୁ ଉର୍ଦ୍ଧ ସମୟ ବିତିଗଲାଣି ଏବେ ଯାଏଁ ମରାମତି ହୋଇ ପାରୁନାହିଁ। ଖରା ଦିନ ପୂର୍ବରୁ ମରାମତି ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀମାନେ ଏହି ଦୁର୍ଗମ […]

ପାନୀୟ ଜଳ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅଧିନସ୍ତ ତଲକାଲିମା ଗ୍ରାମରେ ଜଳସଙ୍କଟ ନେଇ ତଲକାଲିମା ଗ୍ରାମର ମହିଳାମାନେ ମଙ୍ଗଳବାର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଗାଁରେ ୫୨ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ୨ଟି ନଳକୂପ ରହିଅଛି କିନ୍ତୁ ଗୋଟିଏ ନଳକୂପ ଅଚଳ ହୋଇ ୬ମାସରୁ ଉର୍ଦ୍ଧ ସମୟ ବିତିଗଲାଣି ଏବେ ଯାଏଁ ମରାମତି ହୋଇ ପାରୁନାହିଁ। ଖରା ଦିନ ପୂର୍ବରୁ ମରାମତି ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀମାନେ ଏହି ଦୁର୍ଗମ ଅଞ୍ଚଳକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରୁନଥିବା ଲୋକେ ପ୍ରକାଶ କରିଛନ୍ତି। ଫଳରେ ଗୋଟିଏ ନଳକୂପରେ କମ ପରିମାଣରେ ପାଣି ବାହାରୁ ଥିବାରୁ ଲୋକଙ୍କ ପାଇଁ ନିଅଣ୍ଟ ହେଉଛି ବୋଲି କହିଛନ୍ତି। ଗାଁ ଲୋକଙ୍କୁ ଝରଣା ପାଣି ହିଁ ଯୋଗାଉଛି ବଞ୍ଚିବାର ରାହା। ଏହି ସମସ୍ୟାକୁ ନେଇ ମଙ୍ଗଳବାର ତଲକାଲିମା ଗାଁର ମହିଳା ମାନେ ଗୋଳିଆ ପାଣିକୁ ଧରି ଦାବିପତ୍ର ସହିତ ବିଡ଼ିଓଙ୍କ ଦ୍ଵାରସ୍ତ ହେଇଥିଲେ। ବିଡ଼ିଓ ଶଶାଙ୍କ ପାତ୍ରଙ୍କ ଅନୁପସ୍ଥିରେ ଜଳଯୋଗାଣ ଯନ୍ତ୍ରୀ ଦଶମନ୍ତ ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଗାଁର ଜଳ ସମସ୍ୟାକୁ ନେଇଁ ବିଜେପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ ସାହୁଙ୍କୁ ପଚାରିବାରୁ ଲାଞ୍ଜିଗଡ ବିଡ଼ିଓଙ୍କ ଶହ ଆଲୋଚନା କରି ଆସନ୍ତା କାଲି ବୁଧବାର ଠାରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଅIଯିବ ବୋଲି ପ୍ରକାଶ କରିଛନ୍ତି।