ଆତ୍ମରକ୍ଷା କୌଶଳ ତାଲିମ ଉଦ୍‍ଯାପିତ

ଆଠଗଡ: ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କନିଷ୍ଠ କଲେଜ)ରେ ୮ଦିନ ଧରି ଚାଲିଥିବା ଆତ୍ମରକ୍ଷା କୌଶଳ ତାଲିମ ଶିବିର ଶନିବାର ଉଦ୍‍ଯାପିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଠଗଡ ଥାନାର ଉପନିରୀକ୍ଷକ ଶକୁନ୍ତଳା ଦାସ ଯୋଗଦେଇ ଆତ୍ମରକ୍ଷା କୌଶଳ ତାଲିମ ନେବାର ଆବଶ୍ୟକତା ସଂପର୍କରେ ଆଲୋକପାତ କରିବା ସହ ଛାତ୍ରୀମାନେ ଭୟଭିତ ନହୋଇ ଯେ କୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ […]

ଆତ୍ମରକ୍ଷା କୌଶଳ ତାଲିମ ଉଦ୍‍ଯାପିତ

ଆଠଗଡ: ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କନିଷ୍ଠ କଲେଜ)ରେ ୮ଦିନ ଧରି ଚାଲିଥିବା ଆତ୍ମରକ୍ଷା କୌଶଳ ତାଲିମ ଶିବିର ଶନିବାର ଉଦ୍‍ଯାପିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଠଗଡ ଥାନାର ଉପନିରୀକ୍ଷକ ଶକୁନ୍ତଳା ଦାସ ଯୋଗଦେଇ ଆତ୍ମରକ୍ଷା କୌଶଳ ତାଲିମ ନେବାର ଆବଶ୍ୟକତା ସଂପର୍କରେ ଆଲୋକପାତ କରିବା ସହ ଛାତ୍ରୀମାନେ ଭୟଭିତ ନହୋଇ ଯେ କୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମର ପୂର୍ବତନ ସଂଯୋଜକ ତଥା କ୍ରୀଡା ପ୍ରଶିକ୍ଷିକା ବିଜୟାଲକ୍ଷ୍ମୀ ମହାନ୍ତି, ଦିଲ୍ଲୀରେ ନିର୍ଭୟା ହତ୍ୟା ଘଟଣା ପରେ ୨୦୧୩ ମସିହା ଅଗଷ୍ଟ ମାସରୁ ସରକାରଙ୍କ ପରାମର୍ଶକ୍ରମେ ପ୍ରତ୍ୟେକ କଲେଜର ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦିଆଯାଉଥିବା ପ୍ରକାଶ କରିଥିଲେ। ଆତ୍ମରକ୍ଷା କୌଶଳ ପ୍ରଶିକ୍ଷିକା ନଳିନୀ ମହାନ୍ତି, ଗୀତା ବେହେରା ଓ ସଂଗୀତା ବେହେରା ଏଥିରେ ଯୋଗଦେଇ ଛାତ୍ରୀମାନଙ୍କୁ ନିଜର ସୁରକ୍ଷା ସହିତ ପରିବାର ସଦସ୍ୟଙ୍କ ସୁରକ୍ଷା ପାଇଁ ଆବଶ୍ୟକ ହେଲେ ଏହି ଆତ୍ମରକ୍ଷା କୌଶଳ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜିକା ସୋନି ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।